ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, କନଷ୍ଟେବଳ ଗିରଫ

ଭୁବନେଶ୍ୱର,୫-୨(ବ୍ୟୁରୋ):ବିବାହ ଆଳରେ ଯୁବତୀଙ୍କୁ ବଳାତ୍କାର କରି ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଜଣେ ଯବାନ ସୋମବାର ଗିରଫ ହୋଇଥିଲେ। ମଙ୍ଗଳବାର ଆଉ ଏକ ଘଟଣା ପଦାକୁ ଆସିଛି। ପୋଲିସ ବାବୁଙ୍କ ଦ୍ୱାରା ବାରମ୍ବାର ବଳାତ୍କାରର ଶିକାର ହୋଇଥିବା ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଏସ୍‌ଏସ୍‌ବି ବାଟାଲିୟନର କନ୍‌ଷ୍ଟେବଳ କଟକର ରାଜେଶ ଦାସଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ରାଜେଶ ଏସ୍‌ଏସ୍‌ବି ବାଟାଲିୟନରେ ୪ବର୍ଷ ହେବ କନ୍‌ଷ୍ଟେବଳ ଭାବେ ଚାକିରି କରୁଥିବାବେଳେ ଭିଆଇପିଙ୍କ ଏସ୍‌କର୍ଟ ଭ୍ୟାନ୍‌ରେ କାର୍ଯ୍ୟ କରନ୍ତି। ସେ ୩ବର୍ଷ ତଳେ ବିବାହ କରିଥିବାବେଳେ କଟକରେ ତାଙ୍କ ସ୍ତ୍ରୀ ଓ ପିଲା ରହୁଛନ୍ତି। ଦୁଇବର୍ଷ ତଳେ ଭୁବନେଶ୍ୱରରେ ଡ୍ୟୁଟି ସମୟରେ ଜଣେ ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଯୁବତୀ ଜଣକ ରାଜଧାନୀରେ ରହି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଫୋନ୍‌ ନମ୍ବର ଦିଆନିଆ ପରେ ଦୁଇ ବନ୍ଧୁ ଭାରେ ଦୁହେଁ କଥା ହେଉଥିଲେ। ରାଜେଶ ଅବିବାହିତ ବୋଲି ଯୁବତୀଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ବନ୍ଧୁତ୍ୱ ପ୍ରେମରେ ପରିଣତ ହୋଇଥିଲା। ରାଜେଶ ବିବାହ କରିବାକୁ କହି ଯୁବତୀଙ୍କୁ ଲଜ୍‌, ହୋଟେଲ ନେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗତ କିଛିଦିନ ହେବ ରାଜେଶଙ୍କୁ ବିବାହ କରିବା ପାଇଁ କହିଥିଲେ। କିନ୍ତୁ ରାଜେଶ ନାନା ଆଳ ଦେଖାଇ ଏଡାଇ ଚାଲିଥିଲେ। ଶେଷରେ ଯୁବତୀଙ୍କ ଫୋନ୍‌ ନ ଉଠାଇବାରୁ ରାଜେଶଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ଖୋଳତାଡ଼ ପରେ ରାଜେଶ ବିବାହିତ ଥିବା ଓ ସେ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣକ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ସୋମବାର ପୋଲିସ ଅଭିଯୁକ୍ତ ରାଜେଶଙ୍କୁ ଥାନାକୁ ଉଠାଇ ନେଇଥିଲା। ଯୁବତୀ ଜଣକ ବିବାହ କରିବା ପାଇଁ କହିଥିଲେ ମଧ୍ୟ ରାଜେଶ ମନା କରିଦେଇଥିଲେ। ସୋମବାର ରାତିରେ ପ୍ରତାରଣାର ଶିକାର ହୋଇଥିବା ଉକ୍ତ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବତୀ ଜଣକ ସୁସ୍ଥ ହେଉଥିବାବେଳେ ଏବେବି ରାଜେଶଙ୍କୁ ବିବାହ କରିବାକୁ କହୁଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri