ଯୁକ୍ତ ୩ ପଦାର୍ଥ ବିଜ୍ଞାନ ସେମିଷ୍ଟର ଫଳାଫଳକୁ ନେଇ ଅସନ୍ତୋଷ : ୧୬ ଛାତ୍ରୀଙ୍କ ମଧ୍ୟରୁ ୧୫ ଫେଲ

କେନ୍ଦ୍ରାପଡା ଅଫିସ, ୨୫ା୬- ପଦାର୍ଥ ବିଜ୍ଞାନର ୪ଟି ସେମିଷ୍ଟର ପରୀକ୍ଷାରେ ୭୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ୧୫ ଜଣ ଛାତ୍ରୀ ପଞ୍ଚମ ସେମିଷ୍ଟର ପରୀକ୍ଷାରେ ଫେଲ ହୋଇଯାଇଛନ୍ତି । ଏପରିକି ୧୦ରୁ ଅଧିକ ଛାତ୍ରୀ ଶୂନ ନମ୍ବର ରଖିଛନ୍ତି। ଉତ୍ତର ଖାତାର ଫଟୋ କପି ପାଇଁ ବିଶ୍ୱ ବିଦ୍ୟାଳୟ ନିକଟରେ ଅର୍ଥ ଦାଖଲ କରାଯାଇଥିଲେ ମଧ୍ୟ୍ୟ ସମୟ ଅବଧି ମଧ୍ୟରେ ତାହା ମିଳିପାରି ନାହିଁ । ଏପରି ଘଟଣା ରମାଦେବୀ ବିଶ୍ୱ ବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା କେନ୍ଦ୍ରାପଡ଼ା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଘଟିଛି । ଯୁକ୍ତ ୩ ତୃତୀୟ ବାର୍ଷିକ ଛାତ୍ରୀମାନେ ଏହି ଘଟଣା ସମ୍ପର୍କରେ ସୋମବାର ଏଡିଏମ୍‌ଙ୍କୁ ଜଣାଇଛନ୍ତି। ମଙ୍ଗଳବାର ଏନେଇ ମହାବିଦ୍ୟାଳୟ ପରିସରରେ ଆନ୍ଦୋଳନ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି ।
ଏ ସମ୍ପର୍କରେ ଛାତ୍ରୀ ସଶ୍ମିତା ମହାନ୍ତି କହିଛନ୍ତି, ତୁଳସୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସମ୍ମାନରେ ୧୬ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ଗତ ୪ଟି ସେମିଷ୍ଟାର ପରୀକ୍ଷାରେ ସମସ୍ତ ଛାତ୍ରୀ ୭୦ରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି । ମାତ୍ର ପଞ୍ଚମ ସେମିଷ୍ଟର ପରୀକ୍ଷାରେ ୧୫ ଜଣ ଛାତ୍ରୀ ଫେଲ ହୋଇଥିବା ନେଇ ପରୀକ୍ଷା ଫଳରୁ ଜଣାପଡିଛି । ଏ ସମ୍ପର୍କରେ ମହାବିଦ୍ୟାଳୟର ଦୃଷ୍ଟି ଆକର୍ଷଣ କରିବା ସହ ପରୀକ୍ଷାର ଫଟୋ କପି ପାଇଁ ଗତ ମେ ୧୩ରେ ଦେୟ ଦାଖଲ ହୋଇଛି । ଇତିମଧ୍ୟରେ ସମୟ ଅବଧି ୩୦ ଦିନ ବିତି ଯାଇଥିଲେ ମଧ୍ୟ ପରୀକ୍ଷା ଖାତାର ନକଲ ହସ୍ତଗତ ହୋଇନାହିଁ । ଫଳରେ ଛାତ୍ରୀମାନେ ମାନସିକ ଅଶାନ୍ତି ଦେଇ ଗତି କରୁଛନ୍ତି । ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଛାତ୍ରୀ ସଶ୍ମିତାଙ୍କ ସହ ଅର୍ଚ୍ଚନା ବେହେରା, ସୁନିତା ଗିରି, ପିନୁ ପାଇଟାଳ ପ୍ରମୁଖ ଉପସ୍ଥିତ ଥିଲେ। ଏସମ୍ପର୍କରେ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା କୁହନ୍ତି, ଛାତ୍ରୀଙ୍କ ମାର୍କ କମିବା ସମ୍ପର୍କରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ଚିଠି ହୋଇଛି । ତାହାର ଉତ୍ତର ଅଦ୍ୟାବଧି ମିଳିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri