ଯାଞ୍ଚ ଘେରରେ ବୃହତ ଟେକ୍‌ କମ୍ପାନୀ

ଓ୍ବାଶିଂଟନ,୨୬-୭: ଫେସ୍‌ବୁକ, ଗୁଗଲ, ଆମାଜନ ଭଳି ଆମେରିକାର ବୃହତ ଟେକ୍‌ ଓ ଇ-କମର୍ସ କମ୍ପାନୀ ନିଜର କ୍ଷମତା ଓ ପ୍ରତିପତ୍ତିର ବିସ୍ତାର କରି ସରକାର ତଥା ବ୍ୟବସାୟକୁ ପ୍ରଭାବିତ କରୁଥିବାରୁ ଏବେ ଯାଞ୍ଚ ଘେରକୁ ଆସିଗଲେଣି। ସେମାନଙ୍କର ଏକଚାଟିଆ ବ୍ୟବସାୟିକ ନୀତି ଯୋଗୁ ପ୍ରତିଯୋଗିତା ପ୍ରାୟ ଶେଷ ହୋଇଗଲାଣି। ପରିସ୍ଥିତି ଏପରି ହେଲାଣି ଯେ, ଟ୍ରମ୍ପ ପ୍ରଶାସନ ନିକଟରେ ସେମାନଙ୍କର ପକ୍ଷଚ୍ଛେଦନ ପାଇଁ ଦାବି ଜୋର୍‌ ଧରିଛି। ଆମେରିକା ସରକାର ମଧ୍ୟ ଏହି ବୃହତ ଟେକ୍‌ କମ୍ପାନୀଙ୍କ କାର୍ଯ୍ୟଶୈଳୀକୁ ନେଇ ସନ୍ତୁଷ୍ଟ ନୁହନ୍ତି। କୌଣସି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଫେସ୍‌ବୁକ, ଗୁଗଲ, ଆମାଜନ ବିରୋଧରେ ବ୍ୟାପକ ତଦନ୍ତ କରିବାକୁ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଛି।
ବଢ଼ିଛି ଚିନ୍ତା
ବିଶେଷଜ୍ଞ ଓ ସମାଲୋଚକଙ୍କ କହିବାନୁଯାୟୀ, ଏହି ୪ ବୃହତ ଟେକ୍‌ କମ୍ପାନୀଙ୍କ ଏକଚାଟିଆ ବ୍ୟବହାରକୁ ନେଇ ଯେ କେବଳ ଚିନ୍ତା ବଢ଼ିଛି ତାହା ନୁହେ ଏଥିସହିତ ଗୋପନୀୟତା ଏବଂ ରାଜନୀତି ମଧ୍ୟ ଜଡ଼ିତ ରହିଛି। ଜଷ୍ଟିସ୍‌ ଡିପାର୍ଟମେଣ୍ଟ କେଉଁ କମ୍ପାନୀଗୁଡ଼ିକ ବିରୋଧରେ ଯାଞ୍ଚ କରିବ ସେ ସମ୍ପର୍କରେ ଉଲ୍ଲେଖ କରିନାହିଁ ସତ ତେବେ ଉକ୍ତ ୩ ବୃହତ କମ୍ପାନୀ ଏହାର ଯାଞ୍ଚ ପରିସରରେ ରହିଥିବା ସ୍ପଷ୍ଟ ହୋଇଛି।
କିଭଳି ହୋଇଛନ୍ତି ବିପଦ
ଫେସ୍‌ବୁକ
ସାରା ବିଶ୍ୱରେ ପ୍ରାୟ ୨୭୦ କୋଟି ୟୁଜର ଏହି କମ୍ପାନୀର ମୁଖ୍ୟ ଓ୍ବେବ୍‌ସାଇଟ୍‌କୁ ବ୍ୟବହାର କରୁଛନ୍ତି। ଏହିସହିତ ଏହାର ଦୁଇ ସହଯୋଗୀ କମ୍ପାନୀ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ବାଟ୍ସଆପ୍‌ ମଧ୍ୟ ୟୁଜରଙ୍କୁ ସହାୟତା କରିଚାଲିଛି। ଏହାକୁ ଦୃଷ୍ଟିରେ ରଖିଲେ ଏହା ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ୟୁଜରଙ୍କ ଡାଟାକୁ ନିୟନ୍ତ୍ରଣ କରୁଛି। ଡାଟାର ଅପବ୍ୟବହାର ସହ ଏହାକୁ ନେଇ ଯେ କାରସାଦି କରି ହେବ ତାହା କେମ୍ବ୍ରିଜ ଆନାଲିଟିକା ଦୁର୍ନୀତିର ପର୍ଦ୍ଦାଫାଶ୍‌ ପରେ ଜଣାପଡିଛି। ଗୋପନୀୟତା ଭଙ୍ଗ କରିବା ଅଭିଯୋଗରେ ବୁଧବାର ଫେଡେରାଲ ଟ୍ରେଡ୍‌ କମିଶନ ଫେସ୍‌ବୁକ୍‌ ବିରୋଧରେ ୫ ବିଲିୟନ ଡଲାର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ଦେବାକୁ କମ୍ପାନୀ ରାଜି ମଧ୍ୟ ହୋଇଯାଇଛି। ସେହିପରି ସିକ୍ୟୁରିଟି ରେଗୁଲେଟରଙ୍କୁ ଭୁଆଁ ବୁଲାଇବା ଅଭିଯୋଗରେ ଏହା ଆହୁରି ୧୦୦ମିଲିୟନ ଡଲାର ଦେବାକୁ ସମ୍ମତି ପ୍ରକାଶ କରିଛି।
ଗୁଗଲ
ବିଶେଷଜ୍ଞଙ୍କ କହିବାନୁଯାୟୀ, ସାରା ବିଶ୍ୱରେ ଭରସାଯୁକ୍ତ ସର୍ଚ୍ଚ ଇଞ୍ଜିନ ଭାବେ ୟୁଜରଙ୍କ ଅତି ପ୍ରିୟ ହୋଇଥିବାରୁ ଅନ୍ୟ ପ୍ରତିଯୋଗୀଙ୍କ ଅପେକ୍ଷା ଗୁଗଲ ନିଜର ଉତ୍ପାଦ, ବିଜ୍ଞାପନ ଆଦିକୁ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶନ କରିପାରୁଛି। ସେହିପରି ସ୍ମାର୍ଟଫୋନ ନିର୍ମାତାଙ୍କ ସହ ଷଡଯନ୍ତ୍ର କରି ମୋବାଇଲ ଫୋନ୍‌ରେ ନିଜର ଉତ୍ପାଦ ଓ ବିଜ୍ଞାପନ ପ୍ରଦର୍ଶନ କରୁଥିବା ନେଇ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି। ଏହାକୁ ନେଇ ଯାଞ୍ଚ ମଧ୍ୟ ହୋଇଛି। ଏହାଛଡ଼ା ଗୁଗଲ ପକ୍ଷରୁ ବିଜ୍ଞାପନ ପ୍ରଦର୍ଶନ ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି। ଏହି କାରଣରୁ କମ୍ପାନୀ ବିରୋଧରେ ଅବିଶ୍ୱାସ ଅଭିଯୋଗ ଆଣି ୟୁରୋପୀୟ ୟୁନିୟନ ୮ ବିଲିୟନ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି।
ଆମାଜନ
ବିଶ୍ୱର ବହୁ ଦେଶରେ ଆମାଜନ ଇ-କମର୍ସ ବ୍ୟବସାୟରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହା ଡାଟାକୁ ବ୍ୟବହାର କରି ଥାର୍ଡ ପାର୍ଟି ମର୍ଚ୍ଚାଣ୍ଟଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିପାରୁଛି। ଫଳରେ ଉଭୟ ଗ୍ରାହକ ଓ ଅନ୍ୟ ପ୍ରତିଯୋଗୀମାନେ ପ୍ରଭାବିତ ହେଉଛନ୍ତି। ଜଣେ କଂଗ୍ରେସ ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ଆମାଜନ ନିଜ ବ୍ରାଣ୍ଡରେ ବିଶିଷ୍ଟ କଳାକାରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ପ୍ରତିରୂପ ବଜାରକୁ ଛାଡୁଛି ଏବଂ ଗ୍ରାହକଙ୍କୁ ନିଜ ଉତ୍ପାଦ ସହ ଯୋଡୁଛି। ଆମାଜନ ରିଟେଲ ଉଦ୍ୟୋଗକୁ ନଷ୍ଟ କରିଦେଉଛି ବୋଲି ୟୁଏସ୍‌ ଟ୍ରେଜେରୀ ସଚିବ ଷ୍ଟିଭ୍‌ ଏମ୍‌ନୁଚିନ ଅଭିଯୋଗ କରିଛନ୍ତି।
କ’ଣ ହେବ ତଦନ୍ତ
ଏମାନଙ୍କ ବିରୋଧରେ ବିଭିନ୍ନ ଦୃଷ୍ଟିକୋଣରୁ ଯାଞ୍ଚ କରିବା ଲାଗି ୟୁଏସ୍‌ ଡିପାର୍ଟମେଣ୍ଟ ଘୋଷଣା କରିଛି। ବ୍ୟବସାୟ କ୍ଷେତ୍ରରେ ସେମାନେ ପ୍ରତିଯୋଗିତାକୁ ନଷ୍ଟ କରିଦେବା ଲାଗି ଉଦ୍ୟମ କରୁଛନ୍ତି କି, ସେ ସମ୍ପର୍କରେ ଯାଞ୍ଚ ହେବ ବୋଲି ଡିପାର୍ଟମେଣ୍ଟ କହିଛି। ଏହି ଅନ୍‌ଲାଇନ ମାର୍କେଟିଂ କମ୍ପାନୀଗୁଡ଼ିକ କିଭଳି ଦିନକୁ ଦିନ କ୍ଷମତା ବୃଦ୍ଧି କଲେ, ପ୍ରତିଯୋଗିତାକୁ ଶେଷ କରିଦେବା ଲାଗି ସେମାନେ କେଉଁ ରଣନୀତି ଆପଣାଇଲେ, ଇନୋଭେଶନକୁ କିପରି ଭାବେ ଶ୍ୱାସରୁଦ୍ଧ କରାଯାଉଛି ଆଦି ସମ୍ପର୍କରେ ତଦନ୍ତ ହେବ ବୋଲି କୁହାଯାଇଛି। ଆମେରିକା ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌ ଆଣ୍ଟିଟ୍ରଷ୍ଟ ଡିଭିଜନ ପକ୍ଷରୁ କୁହାଯାଇଛି ଯେ, ଏହି କମ୍ପାନୀଗୁଡ଼ିକ ନିଜର କ୍ଷମତାର ପ୍ରୟୋଗ କରି ପ୍ରତିଯୋଗିତାକୁ କୋଣଠେସା କରୁଛନ୍ତି କିନା ଯାଞ୍ଚ ହେବ। ସେହିପରି ଗୁଗଲ, ଫେସ୍‌ବୁକ୍‌, ଆମାଜନ ଓ ଆପଲ ଦ୍ୱାରା ଗ୍ରହଣ କରାଯାଉଥିବା ଆକ୍ରମଣାମତ୍କ ବ୍ୟବସାୟିକ ବ୍ୟବସ୍ଥା ସମ୍ପର୍କରେ ୟୁଏସ୍‌ ଲେଜିସଲେଟିଭ କମିଟି ସ୍ବତନ୍ତ୍ର ଭାବେ ଯାଞ୍ଚ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri