ଯାଜପୁରରୋଡ ସିଏଚ୍‌ସିକୁ ଅବହେଳା

ଯାଜପୁର ଅଫିସ,୨୨।୨: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିଥିବା ଜିଲାର ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ଡିଏମ୍‌ଏଫ୍‌ (ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିରେ ଲକ୍ଷାଧିକ ଟଙ୍କା ଜିଲା ବାହାରେ ଖର୍ଚ୍ଚ କରାଯାଉଥିଲେ ହେଁ ପରୋକ୍ଷଭାବେ ଖଣି ପ୍ରଭାବିତ ଯାଜପୁରରୋଡ ସହରରେ ଟଙ୍କାଟିଏ ବି ଖର୍ଚ୍ଚ ହେଉନାହିଁ। ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଡାକ୍ତର, ଲାବୋରୋଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟଙ୍କ ସହ ଆବଶ୍ୟକ ଯନ୍ତ୍ରପାତି ଓ ଭିତ୍ତିଭୂମିର ଅଭାବ ସତ୍ତ୍ବେ ଏଠାରେ ପ୍ରଶାସନିକ ଉଦାସୀନତା ସହରବାସୀଙ୍କୁ ଅତିଷ୍ଠ କରିଛି। ଯାଜପୁରରୋଡ ସିଏଚସି ରାଜନୈତିକ ଅବହେଳାର ଶିକାର ହେଉଥିବା ମନେହେଉଛି। ଏଥିଯୋଗୁ ସହରରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଲୁଣ୍ଠିତ ହେଉଥିବା ଦେଖିବାକୁ ମିଳିଛି।
ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ ଗଠିତ ହୋଇଛି। ହେଲେ ଏହି ଆଇନ ଯାଜପୁର ଜିଲାରେ ଦିଗହରା ହୋଇପଡିଛି। ଜିଲା ବାହାରେ ଖଣି ପ୍ରଭାବିତ ଅଞ୍ଚଳରେ ଡିଏମ୍‌ଏଫ ପାଣ୍ଠିର ବିନିଯୋଗ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡିଏମଏଫ ପାଣ୍ଠିରେ ଅନେକ ନିଯୁକ୍ତି କରାଯାଇଛି। ସୁକିନ୍ଦା, ଦାନଗଦି, ଧର୍ମଶାଳା, ବଡ଼ଚଣା ପ୍ରଭୃତି ବ୍ଲକ ଅଞ୍ଚଳରେ ଡିଏମଏଫ ପାଣ୍ଠିରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ହେଉଛି। ବିଡମ୍ବନା ଯେ, କାହିଁକି ଯାଜପୁରରୋଡ ସହର ବିକାଶରେ ଡିଏମଏଫ ପାଣ୍ଠିର ବିନିଯୋଗ ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ସ୍ବାସ୍ଥ୍ୟକ୍ଷେତ୍ର ଏଠାରେ ଅବହେଳିତ ହୋଇପଡିଛି। ଏହା ସୁଯୋଗରେ ବହୁ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନର ମାଲିକମାନେ ମାଲାମାଲ ହେଉଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ନୂଆ ଉଦ୍ଭାବନ, ଆବିଷ୍କାର ଚାଲିଛି। ଏଥିପାଇଁ ଆଜିକାଲି ବହୁ ଜଟିଳ ରୋଗର ଚିକିତ୍ସା ସମ୍ଭବ ହେଲାଣି। କିନ୍ତୁ ଯେତେ ଯାହାହେଲେ ବି ଯାଜପୁରରୋଡ ସହରବାସୀଙ୍କ ପାଇଁ ରୋଗ ଦୁଃଖ ଚିର ସହଚର ହୋଇଛି। ୩୦ ଶଯ୍ୟା ବିଶିଷ୍ଟ ଯାଜପୁରରୋଡ ସିଏଚ୍‌ସି ଲୋକ ସଂଖ୍ୟା ତୁଳନାରେ ଯଥେଷ୍ଟ ହେଉନାହିଁ। ଏଠାରେ ୧୦୦ ଶଯ୍ୟା ସମେତ ୧୩ଜଣ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ମାତ୍ର ୫ଜଣ ଡାକ୍ତର କାର୍ଯ୍ୟରତ। ସେହିପରି ୬ଜଣ ଲାବୋରୋଟୋରୀ ଟେକ୍ନିସିଆନ ଆବଶ୍ୟକ ଥିବାବେଳେ ମାତ୍ର ୩ ଜଣ ରହିଛନ୍ତି। ଏକ ଅଲଟ୍ରାସାଉଣ୍ଡ ମେଶିନର ମଧ୍ୟ ଆବଶ୍ୟକତା ରହିଛି। ଇସିଜି ମେଶିନ ଅଛି, ହେଲେ ଟେକ୍ନିସିଆନ ନାହାନ୍ତି। ବହୁ ପୁରୁଣା ଏକ୍ସ-ରେ ମେଶିନ ରହିଛି ତାହା ବି ଟେକ୍ନିସିଆନ ଅଭାବରୁ ରୋଗୀଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ। ଅଳ୍ପ ଜାଗାରେ ବ୍ଲଡ ବ୍ୟାଙ୍କ ଚାଲିଛି। ଆଉଟଡୋର ବିଲ୍ଡିଂ ସମେତ ଲାବୋରୋଟାରୀ, ଅପରେଶନ ଥିଏଟର ଆଦି ବିଲଡିଂର ଆବଶ୍ୟକତା ରହିଛି। ଏହାସହ ପ୍ରାୟ ୫୦ ଷ୍ଟାପ କ୍ବାର୍ଟର ବଦଳରେ ମାତ୍ର ୧୪ଟି କ୍ବାର୍ଟର ରହିଛି। ଡିଏମଏଫ ପାଣ୍ଠିରେ ପ୍ରାୟ ୮୦୦ରୁ ଉର୍ଦ୍ଧ୍ୱ କୋଟି ମହଜୁଦ ରହିଛି। ବିଭିନ୍ନ ପ୍ରକଳ୍ପରେ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। କିନ୍ତୁ ଯାଜପୁରରୋଡ ସିଏଚସିର ଉପରୋକ୍ତ ଆବଶ୍ୟକତା ପୂରଣ ପାଇଁ କାହିଁକି ଅନୁଦାନ ଆବଣ୍ଟିତ ହେଉନାହିଁ, ତାହା ସହରବାସୀଙ୍କୁ ବିସ୍ମିତ କରିଛି। ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟରେ ଅର୍ବାନ ସିଏଚସି ପାଇଁ ପରିକଳ୍ପନା କରାଯାଇ ଜମି ଅଧିଗ୍ରହଣ ହୋଇସାରିଥିଲେ ହେଁ ତାହାର ପରବର୍ତ୍ତୀ ଅଗ୍ରଗତି ଶୂନ ହୋଇଛି। ଲୋକଙ୍କ ଘନ ଘନ ଅଭିଯୋଗ ଡାକ୍ତର ନାହାନ୍ତି, ଶଯ୍ୟା ନାହିଁ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ନାହିଁ, କେତେକ ସ୍ଥଳେ ଯନ୍ତ୍ରପାତି ଅଛି ହେଲେ କାମକୁ ନାହିଁ। କିନ୍ତୁ କେହି ଶୁଣୁ ନାହାନ୍ତି। ଏଥିପାଇଁ ସହରବାସୀ ବିଭିନ୍ନ ସମୟରେ ଆନ୍ଦୋଳନ, ବିକ୍ଷୋଭ, ଦାବି ଉପସ୍ଥାପନ କରୁଥିଲେ ହେଁ କେହି ଶୁଣୁ ନ ଥିବାରୁ ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟିବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ସିଏଚସିର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ପୁଷ୍ଟିଙ୍କୁ ପଚାରିବାରେ, ଏହି ଡାକ୍ତରଖାନାର ବିଭିନ୍ନ ଆବଶ୍ୟକତା ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅର୍ବାନ ସିଏଚସି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସ୍ବାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବାକୁ ଯୋଜନା ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri