୧୦% ମହଙ୍ଗା ହୋଇପାରେ ଟିଭି

ନୂଆଦିଲ୍ଲୀ,୨୨-୨: ଆସନ୍ତା ମାସରେ ଟିଭି ୧୦% ମହଙ୍ଗା ହୋଇପାରେ। ଭାରତକୁ ଅଧିକାଂଶ ଓପନ ସେଲ୍‌ ଟିଭି ପ୍ୟାନେଲ ଚାଇନାରୁ ସପ୍ଲାଇ ହୋଇଥାଏ। ଚାଇନାରେ କରୋନା ଭାଇରସ ଯୋଗୁ ଟିଭି ଯନ୍ତ୍ରାଂଶ ଉତ୍ପାଦନ ବନ୍ଦ ହୋଇଯାଇଛି। କିଛି ମାନୁଫାକଚରିଂ ଫାସିଲିଟିରେ କାମ ଆରମ୍ଭ ହୋଇଛି। ମାତ୍ର ସେଗୁଡିକ ପୂର୍ଣ୍ଣ କ୍ଷମତାରେ ଏବେ ଯାଏ ଚାଲି ପାରିନାହିଁ। ଏଥି ଯୋଗୁ ଭାରତକୁ ଯୋଗାଣ ପ୍ରଭାବିତ ହୋଇଛି। ସୂଚନା ଯୋଗ୍ୟ ମୋଟ ଟିଭି ମୂଲ୍ୟରେ ପ୍ୟାନେଲର ଅଂଶ ୬୦% ରହିଥାଏ। ଏହି ଶିଳ୍ପ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଉତ୍ପାଦନ ଏବଂ ଯୋଗାଣର ସ୍ଥିତି ସୁଧୁରିବା ଲାଗି ଅତି କମରେ ୩ ମାସ ସମୟ ଲାଗିବ। ଏହି ସମୟ ମଧ୍ୟରେ ଟିଭି ଦାମ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏସ୍‌ପିପିଏଲ୍‌ ସିଇଓ ଅବନୀତ ସିଂ ମାରବାହ କହିଛନ୍ତି ଯେ, ଚାଇନାରୁ ଆମଦାନୀ କମିବା ଯୋଗୁ ଟିଭି ମୂଲ୍ୟରେ ବର୍ତ୍ତମାନ ପ୍ରଭାବ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିକୁ ବିଚାର କଲେ ଭାରତରେ ଟିଭି ଉତ୍ପାଦନ ୩୦ରୁ ୫୦% ହ୍ରାସ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ହାୟର ଇଣ୍ଡିଆର ସଭାପତି ଏରିକ ବ୍ରିଗେଞ୍ଜା କହିଛନ୍ତି ଯେ, ଫ୍ରିଜ ଏବଂ ଏସି ମଧ୍ୟ ମହଙ୍ଗା ହେବାର ସମ୍ଭାବନା ରହିଛି। ପୂର୍ବରୁ ଡିପ୍‌ ଫ୍ରିଜର ମଧ୍ୟ ୨.୫% ମୂଲ୍ୟ ବୃଦ୍ଧି ଘଟିଛି। ଅଧିକାଂଶ କମ୍ପାନୀ ଚାଇନାରୁ ଫ୍ରିଜ ଏବଂ ଏସିର କମ୍ପ୍ରେସର ମଗାଇଥାନ୍ତି। କରୋନା ଯୋଗୁ ସେଠାରେ ସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ଭାରତରେ ଏହାର ପ୍ରଭାବ ପଡିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। କରୋନା ଯୋଗୁ ଚାଇନାରେ ସ୍ଥିତି ସୁଧାର ନ ଆସିଲେ ଆଗାମୀ ଦିନରେ ସୋଲାର ପ୍ୟାନେଲ, ଫାର୍ମା, ପ୍ଲାଷ୍ଟିକ ଏବଂ ଜେମ୍ସ ଆଣ୍ଡ ଜୁଏଲେରୀ ଶିଳ୍ପ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri