ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନ: ଲୋକ ସଭାରେ ଉଠିଲା ଡିଭିଜନ ମାନ୍ୟତା ଦାବି

ଯାଜପୁର ଅଫିସ,୫ା୧୨: ଲୋକ ସଭାର ଚଳିତ ଶୀତ ଅଧିବେଶନରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ବୁଧବାର ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ ଦାବି କରିଛନ୍ତି। ସେ ତାଙ୍କ ଦାବିରେ କହିଛନ୍ତି ଯେ, କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ ଶିଳ୍ପ ହବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁରରେ ଏକ ରେଲୱେ ଡିଭିଜନ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ ଏଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲାରେ ଦେଶର ୯୮ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରପୁର ରହିଛି। ଏହାବାଦ ଜିଲାରେ ପର୍ଯ୍ୟଟନର ସୁବିଧା ରହିଛି। ଏବେ ଜିଲାରେ ୪ଟି ଜଙ୍କସନ ଓ ୨୧ଟି ରେଳ ଷ୍ଟେଶନ ରହିଛି। ପଡ଼ୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକ ରହିଛି। ତେଣୁ
ଅଗ୍ରାଧିକାର ଭିତ୍ତିରେ ଏଠାରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଏମ୍‌ପି ସେଠୀ ଦୃଢ ଦାବି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାକୁ ରେଳ ବିକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି। ଦୀର୍ଘ ୮ବର୍ଷ ହେଲା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଯାଜପୁରରୋଡରୁ ଧାମରା ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିବାକୁ ସର୍ଭେ ହୋଇଛି। କିନ୍ତୁ ରାଜନୈତିକ ବିଦ୍ୱେଷ ମନୋଭାବ ରଖି ଏହି ପ୍ରକଳ୍ପକୁ ଅଣଦେଖା କରାଯାଉଛି। ଏହାବାଦ ଯାଜପୁର-କେନ୍ଦୁଝରରୋଡ ରେଲୱେ ଷ୍ଟେଶନକୁ ରେଳଡିଭିଜନ ମାନ୍ୟତା ଦେବାକୁ ଅଞ୍ଚଳବାସୀ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀଭାବେ ପରିଗଣିତ ହୋଇସାରିଲାଣି। ଗତ ରେଳ ବଜେଟରେ କେବଳ ନୂତନ ପ୍ରକଳ୍ପ ଭାବରେ ଯାଜପୁର-କେନ୍ଦୁଝର ରୋଡ ଫ୍ଲାଇଓଭର ନିର୍ମାଣ ସର୍ଭେ ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହାବାଦ ହରିଦାସପୁର-ପାରାଦୀପ ଏବଂ ଅନୁଗୋଳ-ସୁକିନ୍ଦାରୋଡ ପାଇଁ ୨୦୦ କୋଟି ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି । ହେଲେ ଧାମରା ପ୍ରକଳ୍ପ ସମେତ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ଉନ୍ନତିକରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ଏହି ଦାବି ଉପରେ କେନ୍ଦ୍ର ସରକାର ଆଦୌ ଧ୍ୟାନ ଦେଇ ନ ଥିବାରୁ ଜିଲାବାସୀଙ୍କ ସମେତ ଯାଜପୁର-ଧାମରା ରେଳପଥ ସଂଯୋଗ କ୍ରିୟାନୁଷ୍ଠାନ କମିଟି, ବିରଜାକ୍ଷେତ୍ର ବିକାଶ ମଞ୍ଚ ଆଦି ଅନୁଷ୍ଠାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଯାଜପୁର-କେନ୍ଦୁଝରରୋଡ ରେଳୱେ ଷ୍ଟେଶନରେ ଆବଶ୍ୟକ ଭିତ୍ତିଭୂମି ରହିଥିଲେ ହେଁ ରେଳଡିଭିଜନ ଦାବି ପୁରଣ ହୋଇପାରୁ ନାହିଁ। ଉତ୍ତର ଓଡିଶାରେ ଯାଜପୁର ଦେଇ ଯାଇଥିବା ରେଳପଥ ଦୀର୍ଘତମ। ସେହିପରି ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ରେଳଷ୍ଟେଶନ ଓ ନିର୍ମାଣାଧୀନ ଷ୍ଟେଶନ ରହିଛି। ୫ଟି ନୂତନ ରେଳପଥ ନିର୍ମାଣ କରିବାକୁ ସର୍ଭେ ଶେଷ ହୋଇଛି। ୭ଟି ଗୁଡ୍‌ସ ସେଡ ଏଠାରେ କାର୍ଯ୍ୟ କରୁଛି। ଯାଜପୁର ହାୱାଡା-ଚେନ୍ନାଇ ମୁଖ୍ୟଲାଇନ ସହିତ ଯଖପୁରା-ନୟାଗଡ, ହରିଦାଶପୁର-ପାରାଦୀପ, ଅନୁଗୋଳ-ସୁକିନ୍ଦା, ଟମକା-ଦୈତାରୀ ଏବଂ ସୁକିନ୍ଦା-ଯାଜପୁରରୋଡ ଆଦି ରେଳପଥ ନିର୍ମାଣାଧିନ ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଶିଳ୍ପାଞ୍ଚଳ, ପର୍ଯ୍ୟଟନସ୍ଥଳୀ, ଖଣି ରହିଛି। ତେଣୁ ଯୁବ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବି ନେଇ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ଏହିକ୍ରମରେ ଲୋକ ସଭାରେ ଏମପି ଶର୍ମିଷ୍ଠା ସେଠୀଙ୍କ ଦାବିକୁ ସାଧାରଣରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri