ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ: ବଡ଼ବଡ଼ିଆଙ୍କ ଇଙ୍ଗିତରେ ଆତ୍ମସାତ୍‌

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ତିତ୍‌ଲି ଓ ଫନୀ ବାତ୍ୟା ନାମରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୧କୋଟି ୯୦ଲକ୍ଷ ୮୫ହଜାର ଟଙ୍କା ଆତ୍ମସାତ୍‌ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହା ସ୍ପଷ୍ଟ ହୋଇଛି। ଏହାବାଦ ଆରଡବ୍ଲ୍ୟୁଏସ୍‌ଏସ୍‌ ଯାଜପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦାଖଲ କରିଥିବା ବିନିଯୋଗ ପତ୍ର(ୟୁସି)ରେ ବ୍ୟାପକ ତ୍ରୁଟି ଆତ୍ମସାତ୍‌ ସନ୍ଦେହକୁ ଘନୀଭୂତ କରିଛି। ଯଦ୍ୱାରା ଆରଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଓଜିଏଫଆର(ଓଡିଶା ଜେନେରାଲ ଫାଇନାନ୍ସିଆଲ ରୁଲ୍‌ସ)-୭-ଏ ର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଉଦ୍‌ବେଗ ପ୍ରକାଶ କରିବା ସହିତ ତ୍ରୁଟିପୂର୍ଣ୍ଣ ୟୁସିକୁ ଫେରସ୍ତ କରିଛନ୍ତି। ଏହି ମହାଦୁନୀତିରେ ଜିଲାର କେତେକ ବଡ଼ବଡିଆ ଅଧିକାରୀଙ୍କ ହାତ ଥିବା କୁହାଯାଉଛି। ତେବେ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ପାରିବ ବୋଲି ମତପ୍ରକାଶ ପାଇଛି।
୨୦୧୮ ଅକ୍ଟୋବର ୧୧ରେ ତିତ୍‌ଲି ବାତ୍ୟା ଆସିଥିଲା। ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜିଲାର କେବଳ ଯାଜପୁର, ଦର୍ପଣ ଓ ବ୍ୟାସନଗର ତହସିଲର କେତେକ ଚାଷଜମି ତିତ୍‌ଲି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ବାତ୍ୟାର ସୁଯୋଗ ନେଇ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ୧୦୪ଟି ପାଇପ ଜଳଯୋଗାଣ ପ୍ରକଳ୍ପ ନଷ୍ଟ ହୋଇଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ୨ କୋଟି ୫୦ଲକ୍ଷ ୩୨ ହଜାର ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରାଯାଇଥିଲା। ଏହି ରିପୋର୍ଟକୁ ଯାଜପୁର ଜିଲାପାଳ ମଧ୍ୟ ପ୍ରମାଣିତ କରିଥିଲେ। ଏହାପରେ ଏସ୍‌ଆର୍‌ସି ପାଣ୍ଠିରୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫଙ୍କ ପତ୍ରସଂଖ୍ୟା ୧୦୫୨ ଓ ୧୮୪୩/୧ା୨ା୨୦୧୯ ଜରିଆରେ ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌କୁ ୧କୋଟି ୫୩ଲକ୍ଷ ୯୭ହଜାର ଟଙ୍କା ଆବଣ୍ଟନ କରିଥିଲେ। ଏହି ଆବଣ୍ଟିତ ଅର୍ଥ ମଧ୍ୟରୁ ୧କୋଟି ୫୨ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ୟୁସିରେ ଦର୍ଶାଯାଇଛି। ୟୁସି ରିପୋର୍ଟ ଅନୁସାରେ ଯାଜପୁର ବ୍ଲକର ୨୦, ବିଞ୍ଝାରପୁର ବ୍ଲକର ୨୩, ଦଶରଥପୁର ବ୍ଲକର ୧୪ଟି ପ୍ରକଳ୍ପ, ବଡ଼ଚଣା ବ୍ଲକର ୧୧ ପ୍ରକଳ୍ପ, ବରୀ ବ୍ଲକର ୧୩ ପ୍ରକଳ୍ପ, ଧର୍ମଶାଳା ବ୍ଲକର ୭ ପ୍ରକଳ୍ପ, ରସୁଲପୁର ବ୍ଲକର ୧୦ ପ୍ରକଳ୍ପ ଏବଂ କୋରେଇ ବ୍ଲକର ୬ ପ୍ରକଳ୍ପରେ ପ୍ରାୟ ୧ଲକ୍ଷ ୫୦ହଜାର ଟଙ୍କା ଲେଖାଏ ଖର୍ଚ୍ଚ କରାଯାଇଛି। କିନ୍ତୁ ବାସ୍ତବରେ ଏହିସବୁ ପ୍ରକଳ୍ପ ତିତ୍‌ଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇ ନ ଥିଲେ ହେଁ ମିଥ୍ୟା ବିଲ୍‌ ଭାଉଚର ଦର୍ଶାଇ ସମୁଦାୟ ଟଙ୍କାକୁ ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତ ୨ବର୍ଷ ହେଲା ଧର୍ମଶାଳା ବ୍ଲକରେ କେଉଁ କେଉଁ ପ୍ରକଳ୍ପର ମରାମତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ ହୋଇଛି। ଏଥିରେ ବୃନ୍ଦାଦେଈପୁର ପଞ୍ଚାୟତର ବୃନ୍ଦାଦେଇପୁର ଜଳଯୋଗାଣ ପ୍ରକଳ୍ପ, ଉତ୍ତରପ୍ରତାପ ପଞ୍ଚାୟତର ନରସିଂହପୁର, ସାହାଣିଡିହ ପଞ୍ଚାୟତର ସାହାଣିଡିହ, ସମ୍ପାରୁ ପଞ୍ଚାୟତର କାଦୁଆମାଗୁରା, ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆ ଓ ମହିଶରା ପଞ୍ଚାୟତର କୁରିକଣା ଜଳଯୋଗାଣ ପ୍ରକଳ୍ପରେ ମରାମତି ନାମରେ ୧୨ ଲକ୍ଷ ୧୩ ହଜାର ୯୯୫ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ତିତ୍‌ଲି ଓ ଫନି ବାତ୍ୟାରେ ଖର୍ଚ୍ଚ ହୋଇଥିବା ତାଲିକାରେ ଧର୍ମଶାଳା ବ୍ଲକର ଉପରୋକ୍ତ କୌଣସି ପ୍ରକଳ୍ପର ନାମ ନାହିଁ। ତିତ୍‌ଲି ବାତ୍ୟାରେ ଖର୍ଚ୍ଚ ହୋଇଥିବା ତାଲିକାରେ ଧର୍ମଶାଳା ବ୍ଲକର ଜାରକା, କୁମାରୀ, ଅଣ୍ଟିଆ, କବାଟବନ୍ଧ, ନେଉଳପୁର, ଥାନୁଆଳ ଓ ମଧୁରପୁରଗଡ଼ ପାନୀୟ ଜଳ ପ୍ରକଳ୍ପର ନାମ ରହିଛି। ଏହିସବୁ ପ୍ରକଳ୍ପରେ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଖର୍ଚ୍ଚ ହୋଇଛି। ଏଥିରୁ ଗତ ୨ବର୍ଷ ମଧ୍ୟରେ ମରାମତି ତାଲିକାରେ କୌଣସି ତାଳମେଳ ରହୁ ନାହିଁ। ବାସ୍ତବରେ ଜିଲାର କୌଣସି ପ୍ରକଳ୍ପ ଫନୀ ଓ ତିତ୍‌ଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇ ନ ଥିଲେ ହେଁ ଆବଣ୍ଟିତ ୨କୋଟି ୯୦ ଲକ୍ଷ ୮୫ ହଜାର ଟଙ୍କା ଏବେ କୁଆଡେ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ ଜିଲାର ଜଣେ ପ୍ରଶାସନିକ ଅଧିକାରୀଙ୍କ ଇଙ୍ଗିତରେ ଯୋଜନାବଦ୍ଧ ଭାବେ ଆତ୍ମସାତ୍‌ ହୋଇଥିବା ଚର୍ଚ୍ଚା ହେଉଛି। ଏପରି କି ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ପରିଜାଙ୍କୁ ପଚାରିବାରେ ସେ କହିଛନ୍ତି ମରାମତି ସଂକ୍ରାନ୍ତୀୟ ଖର୍ଚ୍ଚ ରେକର୍ଡ ଦେଖିଲା ପରେ କହିହେବ। ତେବେ ମରାମତି ନାମରେ ହୋଇଥିବା ଖର୍ଚ୍ଚ ବାସ୍ତବରେ ଖର୍ଚ୍ଚ କରାଯାଇଛି । ଏଥିରେ କୌଣସି ପ୍ରକାର ଆତ୍ମସାତ୍‌ ହୋଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri