‘ଯବାନମାନେ ହିଁ ପ୍ରକୃତ ସ୍ବାଧୀନତା ସଂଗ୍ରାମୀ’

ନୟାଗଡ଼ ଅଫିସ,୧୫।୮-୧୯୪୭ ମସିହା ଅଗଷ୍ଟ ୧୫। ୭୨ ବର୍ଷ ତଳେ ଏହି ଦିନ ଆମ ଦେଶ ଚାଖିଥିଲା ସ୍ବାଧୀନତାର ସ୍ବାଦ। ଗୁରୁବାର ଦେଶ ପାଳନ କରିବ ୭୩ ତମ ସ୍ବାଧୀନତା ଦିବସ। ଦିଲ୍ଲୀର ଲାଲକିଲାଠାରୁ ଆରମ୍ଭ କରି ଗ୍ରାମରେ ଥିବା କୋଠ ଘରେ ସବୁଠି ଉଡ଼ିବ ଆମ ଜାତୀୟ ପତାକା ତ୍ରିରଙ୍ଗା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜାତୀୟ ପତାକା ଆଗରେ ମୁଣ୍ଡ ନୁଆଇଁ ଦେଶ ଜାତି ପାଇଁ ବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଜଣାଇବେ ସମ୍ମାନ। ଜାତୀୟ ସଙ୍ଗୀତ, ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ଧ୍ୱନିରେ ପ୍ରକମ୍ପିତ ହେବ ଗଗନ ପବନ। କେବଳ ଗୋଟିଏ ଦିନ ଏହି ଦିବସକୁ ପାଳନ କରିଦେଇ ଭୁଲିଯାଉ ଆମେ ଆମର କର୍ତ୍ତବ୍ୟ। ଜାତିର ପିତା ମହାତ୍ମା ଗାନ୍ଧୀ ଯେଉଁ ସ୍ବାଧୀନତାର ସ୍ବପ୍ନ ଦେଖିଥିଲେ ତାହା କ’ଣ ଆଜି ସତ ହୋଇଛି। ରାଜ୍ୟର ଅନେକ ଗ୍ରାମ ଏବେ ବି ନଗଡ଼ା ପରି ରହିଛି। ଯେଉଁଠି କି ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ଏବେ ବି ଅପହଞ୍ଚ। ଜିଲାରେ କେତେଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ଭେଟିଥିଲୁ। ସ୍ବାଧୀନତା ପୂର୍ବରୁ ସେମାନେ ଦେଖିଥିବା ସ୍ବପ୍ନ ଓ ପରବର୍ତ୍ତୀ ସ୍ଥିତିକୁ ନେଇ ସେମାନଙ୍କ ମତାମତ ନେଇଥିଲୁ।

— ମହାତ୍ମା ଗାନ୍ଧୀ ଯେଉଁ ସ୍ବପ୍ନ ଦେଖି ଦେଶକୁ ସ୍ବାଧୀନ କରିଥିଲେ ତାହା ଆଜି ସଫଳ ହୋଇପାରି ନାହିଁ। ଗାନ୍ଧିଜୀ ମଦକୁ ଘୃଣା କରୁଥିଲେ। ବର୍ତ୍ତମାନର ଯୁବପିଢ଼ି ମଦ ପାଇଁ ପାଗଳ। ମଦ କବଳରୁ ସେମାନେ ସ୍ବାଧୀନତା ପାଇପାରୁ ନାହାନ୍ତି। ବ୍ରିଟିଶ ସରକାର ଥିଲେ ଲୋକମାନେ ଏପରି ମଦ ପିଇ ପାରନ୍ତେ ନାହିଁ। ସରକାର କେବଳ ଲୋକମାନଙ୍କ ପାଇଁ ଯୋଜନା କରିଦେଇଛନ୍ତି ହେଲେ ତାହା ସଫଳ ହୋଇପାରୁନାହିଁ। ସବୁ ଲୋକଙ୍କୁ କାର୍ଯ୍ୟ ମିଳିଲେ ସ୍ବାଧୀନତା ଦିବସ ପ୍ରକୃତରେ ସଫଳ ହୋଇପାରିବ।
ଶତ୍ରୁଘ୍ନ ପଢ଼ିଆରୀ (୯୩), ସ୍ବାଧୀନତା ସଂଗ୍ରାମୀ, ଶିମିଳିସାହି, ନୂଆଗଁା

— ସରକାର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଯେଉଁଭଳି ଭାବେ ପଚାରିବା କଥା ପଚାରୁନାହାନ୍ତି। କେବଳ ଅଗଷ୍ଟ ୧୫ ଓ ଜାନୁୟାରୀ ୨୬ରେ ବିଭିନ୍ନ କାର୍ଯ୍ୟକ୍ରମରେ ଡାକୁଛନ୍ତି। ସ୍ବାଧୀନତା ସଂଗ୍ରାମୀଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହେଉନାହାନ୍ତି। ସ୍ବାଧୀନତା ପରେ ଦେଶ ବହୁ ଆଗେଇ ଯାଇଛି। ବିଜ୍ଞାନ ଯୁଗରେ ଚନ୍ଦ୍ରପୃଷ୍ଠରେ କ’ଣ ହେଉଛି ଲୋକେ ଜାଣି ପାରୁଛନ୍ତି। ହେଲେ ଅନେକ ଲୋକ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅଜ୍ଞ। ସ୍ବାଧୀନତା କହିଲେ ସେମାନେ ଜାଣନ୍ତି ଯେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରିବା । ଯେଉଁ ଦିନ ସେହି ଅଜ୍ଞ ଲୋକମାନେ ତାଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିବେ ସେହିଦିନ ଦେଶ ପ୍ରକୃତ ସ୍ବାଧୀନ ହୋଇପାରିବ।
ହରିବନ୍ଧୁ ପାତ୍ର (୯୦), ସ୍ବାଧୀନତା ସଂଗ୍ରାମୀ, ଗୋଳଗୋଳା ଗ୍ରାମ, ନୂଆଗଁା

 

— ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ବର୍ତ୍ତମାନ ଆମ ଦେଶରେ ଢେର ପରିବର୍ତ୍ତନ ହୋଇଛି। ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଗରିବ ଓ ନିମ୍ନ ଶ୍ରେଣୀର ଲୋକମାନେ ଉପକୃତ ହେଉଛନ୍ତି। ବିଟ୍ରିଶ୍‌ ସରକାର ଅମଳରେ ଯେଉଁଭଳି ଭାବେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା ତାହା ନ କହିବା ଭଲ। ବର୍ତ୍ତମାନ ଆମେ ଘରେ ଶାନ୍ତିରେ ଶୋଇପାରୁଛେ। ହେଲେ ସେତେବେଳେ ଏହା ସମ୍ଭବ ହୋଇ ପାରୁ ନ ଥିଲା। ଗୃହବନ୍ଦୀ ଥିବା ସମୟରେ ଆମକୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ମୋ ମତରେ ଆମ ଦେଶର ଯବାନମାନେ ହିଁ ପ୍ରକୃତ ସ୍ବାଧୀନତା ସଂଗ୍ରାମୀ ।
ଶ୍ରୀବତ୍ସ ଜେନା (୯୧), ସ୍ବାଧୀନତା ସଂଗ୍ରାମୀ, ହରେକୃଷ୍ଣପୁର, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri