ଯନ୍ତାରେ ରହିବା ବର୍ଷେ ପୂରିବ

ଭୁବନେଶ୍ୱର,୨୧ା୧୦ : ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ର ଭିବଷ୍ୟତକୁ ନେଇ ନିଶ୍ଚିତ ହୋଇପାରୁନି ବନ ବିଭାଗ। ଗତବର୍ଷ ନଭେମ୍ବର ୫ରୁ ଯନ୍ତାରେ ରହିଛି ବାନ୍ଧବଗଡ଼ର ଏହି ବାଘୁଣୀ। ବର୍ଷେ ବିତିବାକୁ ବସିଲାଣି, କିନ୍ତୁ ସୁନ୍ଦରୀର ଭବିଷ୍ୟତ ଏବେ ବି ଅନ୍ଧାକାରରେ ରହିଛି। କେଉଁଠି ରହିବ ସୁନ୍ଦରୀ। ଜନ୍ତା ଭିତରେ ନା ଜଙ୍ଗଲକୁ ଛଡ଼ାଯିବ, ତାହାର କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ। ପୂର୍ବରୁ ବନ ବିଭାଗ କହିଥିଲା, ନିର୍ବାଚନ ପରେ ହିଁ ବାଘୁଣୀ ସୁନ୍ଦରୀ ଏନେ୍‌କ୍ଲାଜରରୁ ମୁକ୍ତ ହେବାର ରାସ୍ତା ବାହାରିବ। ନିର୍ବାଚନ ସରି ସରକାର ଗଠନ ହେଲା, କିନ୍ତୁ ଏଯାଏ ସୁନ୍ଦରୀକୁ ମୁକ୍ତ କରିବାର କୌଣସି ବାଟ ଫିଟିଲାନି। ଜାତୀୟ ବ୍ୟାଘ୍ର ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏବଂ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ(ଡବ୍ଲ୍ୟୁଆଇଆଇ) ସହିତ ବାରମ୍ବାର ଆଲୋଚନା ପରେ ମଧ୍ୟ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସୁନ୍ଦରୀକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନାହାନ୍ତି। ନିକଟରେ ଏନ୍‌ଟିସିଏର ଟିମ୍‌ ସାତକୋଶିଆ ପରିଦର୍ଶନ କରିଥିଲା। ଆଉ କିଛିଦିନ ପରେ ମଧ୍ୟ ଟିମ୍‌ ପୁଣିଥରେ ସାତକୋଶିଆ ଆସି ବିଭାଗ ସହିତ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏହାପରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଛି।
ସେପଟେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଦୀର୍ଘ ମାସ ହେଲା ସେ ଏନକ୍ଲୋଜରରେ ରହିଲାଣି। ନିଶ୍ଚିତ ଭାବେ ତା’ର ବ୍ୟାବହାରିକ ପରିବର୍ତ୍ତନ ଘଟିଥିବ। ତେଣୁ ତାକୁ ଜଙ୍ଗଲରେ ଛାଡ଼ିବା ସମ୍ଭବ ନୁହେଁ। ବିଶେଷଜ୍ଞଙ୍କ ମତାନୁସାରେ, ବାଘୁଣୀ ଘରୋଇ ହୋଇଯାଇଥିବାର ଆଶଙ୍କା ରହିଛି। ବାଘୁଣୀର ହିଂସ୍ର ଆଚରଣରେ ପରିବର୍ତ୍ତନ ଘଟିଥାଇପାରେ। ଶିକାର ଭୁଲିଯିବାର ସମ୍ଭାବନା ରହିଛି। ତାକୁ ବାହାରକୁ ଛାଡ଼ିବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି।

ଆଶଙ୍କାରେ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା

ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିରେ ମଧ୍ୟପ୍ରଦେଶରୁ ୬ ଯୋଡ଼ା ବାଘ ଅଣାଯାଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛଡ଼ା ଯାଇଥାନ୍ତା। ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ଜୁଲାଇରେ ‘ମହାବୀର’ ଓ ଅଗଷ୍ଟରେ ‘ସୁନ୍ଦରୀ’କୁ ଆଣି ସାତକୋଶିଆରେ ଛଡ଼ାଗଲା। ଦୁଇ ମହାବଳ ବାଘକୁ ସଫଳତା ସହ ସ୍ଥାନାନ୍ତର କରିବା ପରେ ବନ ବିଭାଗ ଅତ୍ୟନ୍ତ ଉଚ୍ଚଭିଳାଷୀ ହୋଇପଡ଼ିଥିଲା। କିନ୍ତୁ ବନ ବିଭାଗର ସବୁ ସ୍ବପ୍ନ ମାତ୍ର କେଇଟା ଦିନରେ ମରିଯାଇଥିଲା। ପ୍ରଥମେ ‘ସୁନ୍ଦରୀ’ ମଣିଷ ମାରିବା ଅଭିଯୋଗ ଆସିବା ପରେ ତାକୁ ଏନ୍‌କ୍ଲୋଜର ଭିତରେ ରଖାଗଲା। ଏହି ତାତି ଥମି ନ ଥିବା ବେଳେ ‘ମହାବୀର’ର ମୃତ୍ୟୁ ହୋଇଥିଲା। ତେଣୁ ଆଗକୁ ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ଥିବା ଆଉ ୪ ବାଘ ଦେବେ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ସଫଳ ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri