ମୟୂରଭଞ୍ଜ ଛଉନୃତ୍ୟ ଦଳର ବିଦେଶ ଯାତ୍ରା

ବାରିପଦା ଅଫିସ, ୩୦।୧୧- ମୟୂରଭଞ୍ଜ ଛଉନୃତ୍ୟର ପ୍ରଚାର ପ୍ରସାର ଲାଗି ଜିଲା ପ୍ରଶାସନ ପକ୍ଷରୁ ୨୦୧୬ରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀର ଏକ ନୃତ୍ୟଦଳ ଓ୍ବେଷ୍ଟଇଣ୍ଡିଜ ଏବଂ ସାଉଥ୍‌ ଆମେରିକା ଯାତ୍ରା କରିଛନ୍ତି। ୮ ଜଣ ବିଶିଷ୍ଟ ଏହି ଦଳରେ ଗୁରୁ ପାଗୁଲୁ ଜେନା, ତ୍ରିଲୋଚନ ମହାନ୍ତଙ୍କ ସମେତ ବିରଞ୍ଚି ମହାନ୍ତି, ସଚିନା ଧଡା, ଟାରଜନ୍‌ ଘଡେଇ, ପ୍ରବୀନ ଦାସ, ଲାଲଟୁ ମହାନ୍ତ ଓ ନବକିଶୋର ଘଡେଇ ପ୍ରମୁଖ ସାମିଲ ଅଛନ୍ତି। ଏହି ଅବସରରେ ଜିଲାପାଳ ବିନୀତ ଭରଦ୍ୱାଜ ନୃତ୍ୟଶିଳ୍ପୀମାନଙ୍କୁ ଶୁଭକାମନା ଜଣାଇବା ସହିତ ମୟୂରଭଞ୍ଜ ଓ ଦେଶ ପାଇଁ ସୁନାମ ଆଣି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଛଉ ନୃତ୍ୟଶିଳ୍ପୀମାନେ ଯାତ୍ରା ପୂର୍ବରୁ ଜିଲାପାଳ ଭରଦ୍ୱାଜଙ୍କ ସମେତ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି।
ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନସିଲ ଫର୍‌ କଲଚ୍ୟୁରାଲ ରେଲେଶନ୍ସ ପକ୍ଷରୁ ଏହି ଦଳ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜର ତ୍ରିନିଦାଦ୍‌ ଆଣ୍ଡ ଟବାଗୋକୁ ଯାତ୍ରାରମ୍ଭ କରିଛନ୍ତି। ସେମାନେ ତ୍ରିନିଦାଦ୍‌୍‌ ଆଣ୍ଡ ଟବାଗୋରେ ପହଞ୍ଚିବା ପରେ ଓ୍ବେଷ୍ଟଇଣ୍ଡିଜର ରାଜଧାନୀ ପୋର୍ଟ ଅଫ୍‌ ସ୍ପେନ୍‌ରେ ଭାରତୀୟ ଦୂତାବାସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ ଉତ୍ସବରେ ଛଉନୃତ୍ୟ ପରିବେଷଣ କରିବେ। ସେମାନେ ସେଠାରେ ଆସନ୍ତା ୯ ତାରିଖ ଯାଏ ରହିବା ସହ ବିଭିନ୍ନ ସ୍ଥାନରେ ଛଉନୃତ୍ୟ ପ୍ରଦର୍ଶନ କରିବେ। ଏହାସାଙ୍ଗକୁ ୩ଟି ସ୍ଥାନରେ ମୟୂରଭଞ୍ଜ ଛଉନୃତ୍ୟକୁ ନେଇ କର୍ମଶାଳା ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖରେ ଉକ୍ତ ଦଳ ସାଉଥ୍‌ ଆମେରିକାର ଗୁଏନାକୁ ଯାଇ ସେଠାକାର ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ତିନୋଟି ଉତ୍ସବରେ ଛଉନୃତ୍ୟ ପ୍ରଦର୍ଶନ କରିବେ। ଉକ୍ତ ଦେଶରେ ମଧ୍ୟ ଦୁଇଟି କର୍ମଶାଳାର ଆୟୋଜନ କରାଯାଇଛି। ସମସ୍ତ କାର୍ଯ୍ୟକ୍ରମ ସାରି ୧୧ ତାରିଖରେ ଦଳ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବ। ଉଲ୍ଲେଖନୀୟ ଯେ, ମୟୂରଭଞ୍ଜ ଛଉନୃତ୍ୟର ପୂର୍ବ ଗୌରବର ପୁନଃ ପ୍ରତିଷ୍ଠା ସହିତ ଏହାର ସଂରକ୍ଷଣ ଉଦ୍ଦେଶ୍ୟରେ ୨୦୧୬ରେ ତତ୍କାଳୀନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ସ୍ଥାପନା କରିଥିଲେ ପ୍ରୋଜେକ୍ଟ ଛାଉଣୀ। ପ୍ରସିଦ୍ଧ ଛଉ ନୃତ୍ୟାଙ୍ଗନା ତଥା ଗବେଷିକା ଶୁଭଶ୍ରୀ ମୁଖାର୍ଜୀ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri