ମ୍ୟୁଟେଶନ ମାମଲାର ଶୁଣାଣି ହେଉନି

ବ୍ରହ୍ମପୁର ଅଫିସ୍‌,୨୩ା୭-ବ୍ରହ୍ମପୁର, କୁକୁଡ଼ାଖଣ୍ଡି ଏବଂ କନିଷି ତହସିଲ୍‌ କାର୍ଯ୍ୟାଳୟରେ ମ୍ୟୁଟେଶନ୍‌ (ଜମି ଦାଖଲ ଖାରଜ)ମାମଲାଗୁଡ଼ିକର ଶୁଣାଣି ହେଉନି ବୋଲି ଅଭିଯୋଗ କରିଛି ଗଞ୍ଜାମ ଓକିଲ ସଂଘ। ସୋମବାର ଏ ନେଇ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ପ୍ରଦାନ କରାଯାଇଛି। ସଂଘ ଅଭିଯୋଗ ପ୍ରକାରେ, ଅନେକ ମାସ ହେଲା ମ୍ୟୁଟେଶନ୍‌ ମାମଲାଗୁଡ଼ିକ ଦାଖଲ ହୋଇଥିଲେ ମଧ୍ୟ ସମ୍ପୃୃକ୍ତ ତହସିଲଦାର୍‌ମାନେ ତା’ର ଶୁଣାଣି କରୁନାହାନ୍ତି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଆଇନ୍‌ଜୀବୀମାନେ ଦାଖଲ କରିଥିବା ମାମଲାଗୁଡ଼ିକ ସେମାନଙ୍କର ଅଜାଣତରେ ଖାରଜ୍‌ କରି ଦିଆଯାଉଛି। କୌଣସି ପୂର୍ବ ସୂଚନା ପ୍ରଦାନ କରାଯାଉନାହିଁ। ଅନେକ ମ୍ୟୁଟେଶନ୍‌ ମାମଲାଗୁଡ଼ିକର ଦସ୍ତାବିଜ ଏବଂ ଆବଶ୍ୟକ ତଥ୍ୟ ନ ଥିବା ଦର୍ଶାଇ ଖାରଜ କରି ଦେଉଛନ୍ତି। ହେଲେ ଆବେଦନକାରୀଙ୍କୁ ପକ୍ଷ ରଖିବାର ସୁଯୋଗ ଦିଆଯାଉନାହିଁ। ସେଟେଲ୍‌ମେଣ୍ଟ ଆଣ୍ଡ କନ୍‌ସୋଲିଡେଶନ୍‌ର ଅତିରିକ୍ତ କମିଶନର୍‌ଙ୍କ କୋର୍ଟରେ ରୁଜୁ ହେଉଥିବା ମାମଲାଗୁଡ଼ିକରେ ତହସିଲଦାର ପକ୍ଷଭୁକ୍ତ। କିନ୍ତୁ ତହସିଲଦାରମାନେ କୋର୍ଟକୁ ଆସୁନାହାନ୍ତି କିମ୍ବା ସମ୍ପୃକ୍ତ ମାମଲାର କୌଣସି ରିପୋର୍ଟ ଦାଖଲ କରୁନାହାନ୍ତି। ଏପରିକି ଆଡିଶିନାଲ୍‌ କମିଶନର ଯେଉଁ ରାୟ ଶୁଣାଉଛନ୍ତି, ସେଗୁଡ଼ିକୁ ପାଳନ କରିବାରେ ତହସିଲଦାର୍‌ମାନେ ବହୁ ବିଳମ୍ବ କରୁଛନ୍ତି। ଏଣୁ ମ୍ୟୁଟେଶନ୍‌ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ତହସିଲଦାର୍‌ଙ୍କୁ ନିର୍ଦ୍ଦେଶ ଦେବାକୁ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ତେବେ ଗତ ଫେବୃୟାରୀରୁ ସେଟେଲ୍‌ମେଣ୍ଟ ଆଣ୍ଡ କନ୍‌ସୋଲିଡେଶନ୍‌ର ଅତିରିକ୍ତ କମିଶନର୍‌ଙ୍କ କୋର୍ଟ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। କାରଣ କେହି କମିଶନର୍‌ ନାହାନ୍ତି । ପୂର୍ବ କମିଶନର୍‌ ଅବସର ନେବା ପରେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ଆବେଦନକାରୀମାନେ ହଇରାଣ ହେଉଛନ୍ତି। ଥରେ ଛତ୍ରପୁର ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେବାକୁ କୁହାଯାଉଛି ତାପରେ ପୁଣି ବ୍ରହ୍ମପୁରରେ ଶୁଣାଣି ହେବ ବୋଲି କୁାହାଯାଉଛି । ଆଡିଶିନାଲ୍‌ କମିଶନର୍‌ଙ୍କ କୋର୍ଟରେ ମାମଲା ଦାଖଲ କଲେ, କେହି ଗ୍ରହଣ କରୁନାହାନ୍ତି। କୌଣସି ପ୍ରକାର ସୂଚନା ମଧ୍ୟ ଦିଆଯାଉନାହିଁ । ପ୍ରାୟ ୭ହଜାର ମାମଲା ଶୁଣାଣି ନ ହୋଇ ପଡ଼ିରହିଛି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ତେବେ ଯେଉଁ ସବୁ ମାମଲା ଶୁଣାଣି ନ ହୋଇ ପଡ଼ିରହିଛି, ସେଗୁଡ଼ିକ ସମ୍ପର୍କରେ ଅବଗତ କରାଗଲେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ସହ ଆଲୋଚନା ବେଳେ ସଂଘ ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ, ଉପସଭାପତି ଚିତ୍ତରଞ୍ଜନ ଶତପଥୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri