ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଟଙ୍କା ଠକେଇ

ଭୁବନେଶ୍ୱର,୯।୩ (ବ୍ୟୁରୋ): କୌଣସି ନେଣଦେଣ ପାଇଁ ବ୍ୟାଙ୍କ ଚେକ୍‌ ବ୍ୟବହାର କରିବାବେଳେ ନିଜ ପେନ୍‌ରେ ଦସ୍ତଖତ, ଟଙ୍କାର ପରିମାଣ, ‘କ୍ୟାନସଲଡ୍‌’ ଓ ଅନ୍ୟ ତଥ୍ୟ ଲେଖନ୍ତୁ। କାହା ଦ୍ୱାରା କିମ୍ବା କାହା ପେନ୍‌ରେ ଚେକ୍‌ରେ ଲେଖନ୍ତୁନାହିଁ। ଏଥିପ୍ରତି ସତର୍କ ନ ହେଲେ ଆକାଉଣ୍ଟରେ ଥିବା ଟଙ୍କା ହରାଇବାକୁ ପଡ଼ିପାରେ। କାରଣ ଏବେ ମାତିଛନ୍ତି ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଟଙ୍କା ଠକେଇ କରୁଥିବା ଗ୍ୟାଙ୍ଗ। ଉକ୍ତ ପେନ୍‌ରେ ଲେଖାଯାଇଥିବା ଅକ୍ଷର ଲିଭିଯାଉଥିବାରୁ ସେମାନେ ତାହାର ଫାଇଦା ଉଠାଇ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଛନ୍ତି। ବିଶେଷକରି ଠକମାନେ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଲୋନ୍‌ ଦେବା ବାହାନାରେ ଏପରି ଉପାୟରେ ଟଙ୍କା ହଡପ କରୁଛନ୍ତି। ଏଭଳି ଠକାମିର ଶିକାର ହୋଇଛନ୍ତି ଖଣ୍ଡଗିରି ଅଞ୍ଚଳର ବ୍ୟବସାୟୀ ସୋମନାଥ ସାହୁ ଓ ପାହାଳର ଏକ ଟାୟାର ଶୋରୁମ୍‌ ମାଲିକ କୃଷ୍ଣ ପାଢ଼ୀ। ସୋମନାଥ ୨୩ ହଜାର ଟଙ୍କା ଏବଂ କୃଷ୍ଣ ୭୬ ହଜାର ଟଙ୍କା ହରାଇଛନ୍ତି। ଠକେଇ ସମ୍ପର୍କରେ ସୋମନାଥ ଶନିବାର ଅଭିଯୋଗ କରିଥିଲେ। ରବିବାର ପାହାଳ ଫାଣ୍ଡିରେ ଅଭିଯୋଗ କରିଛନ୍ତି କୃଷ୍ଣ। ପୋଲିସ ଘଟଣାର ଖୋଳତାଡ଼ କରିଥିଲେ ମଧ୍ୟ କାହାରିକୁ ଗିରଫ କରିପାରିନାହିଁ।
ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଠକେଇ କରୁଥିବା ଗ୍ୟାଙ୍ଗର ଟାର୍ଗେଟ ହେଉଛନ୍ତି ବ୍ୟାଙ୍କକୁ ଲୋନ୍‌ ପାଇଁ ଯାଉଥିବା ଲୋକ। ସେହି ବ୍ୟକ୍ତିମାନଙ୍କ ସମ୍ପର୍କରେ ଯଥେଷ୍ଟ ତଥ୍ୟ ଠକମାନେ ହାସଲ କରିନେଉଛନ୍ତି। ଯେପରି କି ସେହି ବ୍ୟକ୍ତିମାନଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି, ସେମାନଙ୍କ ଠିକଣା, ବୃତ୍ତି ଇତ୍ୟାଦି। ବ୍ୟାଙ୍କ ଯଦି ଲୋନ ଦେବାକୁ ମନାକରେ ତାହାହେଲେ ଠକମାନେ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଫୋନ କରିବା ସହ ଘରେ ପହଞ୍ଚତ୍ୟାଆନ୍ତି। ସେହିପରି ଯଦି ବ୍ୟାଙ୍କ ଲୋନ୍‌ ଦେବାକୁ ରାଜି ହୋଇଥାଏ, ତାହାହେଲେ କମ୍‌ ସୁଧହାର ଏବଂ ପ୍ରୋସେସିଂ ଫି ବାହାନାରେ ଘରେ ପହଞ୍ଚତ୍ୟାଉଛନ୍ତି। ଏହାପରେ ସେମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଡକ୍ୟୁମେଣ୍ଟ ସଂଗ୍ରହ କରିବା ସହ କମ୍‌ ଟଙ୍କାର ପ୍ରୋସେସିଂ ଫି ବାବଦରେ ଚେକ୍‌ କିମ୍ବା ‘କ୍ୟାନସଲଡ୍‌ ଚେକ୍‌’ ନେଇଥାନ୍ତି, ଯେଉଁଥିରେ ସେମାନେ ଚାଲାକି କରି ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଦସ୍ତଖତ, ଟଙ୍କା ପରିମାଣ ଏବଂ ଅନ୍ୟାନ୍ୟ ତଥ୍ୟ ଲେଖିନିଅନ୍ତି। ପରବର୍ତ୍ତୀ ସମୟରେ ଲେଖାକୁ ପରିବର୍ତ୍ତନ କରି ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥାନ୍ତି।
ଶୋରୁମ୍‌ ମାଲିକ କୃଷ୍ଣଙ୍କୁ ମଧ୍ୟ ଏଭଳି ଉପାୟରେ ଠକିଛନ୍ତି ଜଣେ ଯୁବକ। ସେ ଫୋନ୍‌କଲ୍‌ ମାଧ୍ୟମରେ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଲୋଭନୀୟ ସ୍କିମ୍‌ ବିଷୟରେ କହିଥିଲେ। କୃଷ୍ଣ ରାଜି ହେବା ପରେ ତା’ ପରଦିନ ଯୁବକ ଜଣକ ଡକ୍ୟୁମେଣ୍ଟ ଭେରିଫିକେଶନ୍‌ କରିବାକୁ ଆସିଥିଲେ। ୧୦ ଲକ୍ଷ ଟଙ୍କାର ଲୋନ୍‌ କରାଇ ଦେବାକୁ କହି ସବୁ କାଗଜପତ୍ର ନେଇଥିଲେ। ଏହାପରେ ଠକ ଜଣକ ଆରମ୍ଭ କରିଥିଲେ ତାଙ୍କ ଅପରେଶନ। ବ୍ୟାଙ୍କ୍‌ର ପ୍ରୋସେସିଂ ଫି’ ବାବଦକୁ ୧୪୯ ଟଙ୍କାର ଚେକ୍‌ ଦେବାକୁ କହିବା ସହ ସାଙ୍ଗରେ ଆଣିଥିବା ପେନ୍‌ରେ ଲେଖାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚେକ୍‌ରେ ଉଲ୍ଲେଖ ଥିବା ଟଙ୍କାର ପରିମାଣକୁ ବଦଳାଇ ୭୬ ହଜାର ଟଙ୍କା ଉଠାଇ ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତନାଘନା ଚଳାଇଛି। କେତେକ ଘଟଣାରେ ‘କ୍ୟାନସଲଡ୍‌ ଚେକ୍‌’ ମଧ୍ୟ ମ୍ୟାଜିକ୍‌ ପେନ୍‌ରେ ଲେଖାଯାଉଛି। ପରବର୍ତ୍ତୀ ସମୟରେ ‘କ୍ୟାନସଲଡ୍‌’କୁ ଲିଭାଇ ଟଙ୍କା ହଡପ କରାଯାଉଥିବା ଜଣାପଡ଼ୁଛି। ଏଭଳି ଠକେଇକୁ ଅନୁଧ୍ୟାନ କଲେ ର଼୍ୟାକେଟ୍‌ ସହ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଟାଣି ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri