ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ମୌସୁମୀ ବର୍ଷା ହେଲେ ପରିସ୍ଥିତି କିପରି ହେବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଚାଷ ଜମିକୁ ପ୍ଲଟିଂ କରି ବିକ୍ରି କରିଦିଆଯିବା ଓ ଦଣ୍ଡାପାଟ ପାଟନାଳୀ ପୋତି ଦିଆଯିବା ଯୋଗୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଦୁଇବର୍ଷ ହେଲା ବର୍ଷା ଋତୁରେ ଲୋକେ ଏପରି ଦୁର୍ଦ୍ଦଶା ଭୋଗୁଥିଲେ ମଧ୍ୟ ପ୍ରଶାସନ ନୀରବଦଷ୍ଟା ସାଜିଥିବା ଅଭିଯୋଗ ହେଉଛି। ତେବେ ଓ୍ବାର୍ଡର ନିୟୁ କାଳୀମନ୍ଦିରବାସୀ ଅଧିକ ପ୍ରଭାବିତ ହୋଇଥିବା କହିଛନ୍ତି।
ବଣିଆବାହଳରେ ୫ଶହ ଘର ରହିଛି। ସେଥିମଧ୍ୟରୁ ନିୟୁ କାଳୀ ମନ୍ଦିର ଅଞ୍ଚଳରେ ଥିବା ଘରଗୁଡ଼ିକ ଚାରିପଟେ ପାଣି ଜମି ରହିଛି। ଏପରି କି ଯାତାୟାତ ପାଇଁ ଅନ୍ୟ ରାସ୍ତା ନ ଥିବାରୁ ଲୋକେ ପାଣି ଭିତରେ ପଶି ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି। କେତେଜଣଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି। ଦୁଇବର୍ଷ ହେଲା ବର୍ଷାଦିନେ ଓ୍ବାର୍ଡବାସୀ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ। ଏ ନେଇ ସେମାନେ ପୂର୍ବରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଅତୀତରେ ଜଣେ ତହସିଲଦାର ଏହାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କର ବଦଳି ହୋଇଯାଇଥିଲା। ବଣିଆବାହାଳର ଯୁଧିଷ୍ଠିର ପଣ୍ଡା କହିଛନ୍ତି, କେତେଜଣ ଲୋକ ପ୍ଲଟିଂ କରି ଜବରଦଖଲ କରିଥିବା ଯୋଗୁ ଏପରି ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳ ଦେଇ ଯାଇଥିବା ଦଣ୍ଡାପାଟ ପାଟନାଳୀ ପୋତି ଦିଆଯାଇଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଘରେ ପଶୁଛି। ପ୍ରତାପ ବାରିକ କହିଛନ୍ତି, ସହରର ପାଣି ଦଣ୍ଡାପାଟ ଦେଇ ଲିଙ୍ଗରାଯୋଡିରେ ପଡିଥାଏ। କିନ୍ତୁ ପାଟନାଳୀ ପୋତି ଘର ନିର୍ମାଣ ପାଇଁ ପ୍ଲଟିଂ ଚାଲିଥିବାରୁ ସମସ୍ୟା ଉପୁଜୁଛି। ଘଟଣା ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଓ୍ବାର୍ଡବାସୀଙ୍କ ଏହି ସମସ୍ୟାର ସମାଧାନ ନିମନ୍ତେ ୮୮ ଲକ୍ଷ ଟଙ୍କା ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ମଞ୍ଜୁର ହୋଇଛି। କିନ୍ତୁ ସ୍ଥାନୀୟ କିଛି ଅସୁବିଧା ପାଇଁ କାର୍ଯ୍ୟ ହୋଇପାରୁନାହିଁ। ତାହାର ସମାଧାନ ହେବା ପରେ କାର୍ଯ୍ୟ ହେବ ନଚେତ ପୁନର୍ବାର ଟେଣ୍ଡର କରାଯାଇ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri