Posted inରାଜ୍ୟ

ମୌସୁମୀ ଆସିବାରେ ବିଳମ୍ବ: ଆଗେଇପାରୁ ନାହିଁ ଚାଷକାର୍ଯ୍ୟ

ନୟାଗଡ଼ ଅଫିସ,୧୮ା୬- ଜୁନ୍‌ ମାସର ଅଧାରୁ ଅଧିକ ଦିନ ବିତିସାରିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖାନାହିଁ। ବର୍ତ୍ତମାନ ସମୟରେ ବର୍ଷା ପରିବର୍ତ୍ତେ ସାରା ରାଜ୍ୟରେ ଗୀଷ୍ମର ଲହରି ଜାରି ରହିଛି। ନୟାଗଡ଼ ଜିଲାରେ ମଧ୍ୟ ସମାନ ଅବସ୍ଥା। ବର୍ଷା ଅଭାବରୁ ଏଠାରେ ଚାଷକାର୍ଯ୍ୟ ଆଗେଇପାରୁ ନାହିଁ। କାଁ ଭାଁ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ୧୬ ତାରିଖ ସୁଦ୍ଧା ଜିଲାରେ ମୋଟ ୩୬୬ ମିଲିମିଟର ବର୍ଷା ହୋଇଛି, ଯାହା ପୂର୍ବ ବର୍ଷଗୁଡିକ ତୁଳନାରେ ବହୁ କମ୍‌। ୨୦୧୮ ଜୁନ୍‌ରେ ୮୦୮.୮୫ମିମି ବର୍ଷା ହୋଇଥିବାବେଳେ ୨୦୧୭ରେ ୧୦୬୩.୫ ଓ ୨୦୧୬ରେ ୧୧୫୮.୩୫ମିମି ବର୍ଷା ହୋଇଥିଲା। ଚଳିତ ମାସରେ ଦଶପଲ୍ଲା ବ୍ଲକରେ ସର୍ବାଧିକ ୭୯.୮୦ ମିମି ଓ ଓଡ଼ଗାଁ ବ୍ଲକରେ ସର୍ବନିମ୍ନ ୨୭.୨୦ମିମି ବର୍ଷା ହୋଇଥିଲା। ସେହିପରି ଭାପୁରରେ ୪୧.୭୦ ମିମି, ଗଣିଆରେ ୪୬, ଖଣ୍ଡପଡ଼ାରେ ୪୭.୧୦, ନୟାଗଡ଼ରେ ୩୪.୮୦, ନୂଆଗାଁରେ ୫୫.୧୪ ଓ ରଣପୁର ବ୍ଲକରେ ୩୪.୮୦ ମିମି ବର୍ଷା ହୋଇଛି। ବର୍ଷା ପରିମାଣ କମିଥିବାରୁ ବିଲରେ ଧାନବିହନ ବୁଣିଥିବା ଚାଷୀମାନେ ଗଜା ହେବା ନେଇ ସନ୍ଦେହରେ ଅଛନ୍ତି। ପାଣିପାଗ ବିଭାଗ ଚଳିତ ସପ୍ତାହ ସୁଦ୍ଧା ମୌସୁମୀ ଆସିବାର ନାହିଁ କହିବା ପରେ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।
ପ୍ରକାଶ ଯେ, ଜିଲାରେ ମୋଟ ୧,୩୩,୫୪୦ ହେକ୍ଟର ଜମି ରହିଛି। ଚଳିତବର୍ଷ ୯୮ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବ। ମୋଟ ଜମି ମଧ୍ୟରୁ ୩୬୧୨୮ ହେକ୍ଟର ଖାଲ, ୪୫୦୪୯ ମଧ୍ୟମ ଓ ୧୬୩୨୩ ହେକ୍ଟର ଢିପ ଜମି। ଏଥିରୁ ୮୦ ପ୍ରତିଶତ ଜମିରେ ଧାନ ବୁଣା ହେଉଥିବା ବେଳେ ୨୦ ପ୍ରତିଶତ ଜମିରେ ରୁଆ କାର୍ଯ୍ୟ ହୋଇଥାଏ। ଜିଲାରେ ୫୦୦୦କୁଇଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ କୃଷି କାର୍ଯ୍ୟାଳୟରେ ୫୫୦୦ କୁଇଣ୍ଟାଲ ମହଜୁଦ୍‌ ଅଛି। ଏଥିରୁ ୪୦୦୦କୁଇଣ୍ଟାଲ ବିହନ ବଣ୍ଟନ ହୋଇସାରିଛି। ମୌସୁମୀ ବର୍ଷା ହୋଇ ନ ଥିବାରୁ ଗଜା ମରୁଡ଼ି ହେବା ଆଶଙ୍କା ରହିଛି। ଯଦି ଗଜା ମରୁଡ଼ି ହୁଏ ତେବେ ଗଚ୍ଛିତ ଥିବା ବିହନ ଚାଷୀମାନଙ୍କୁ ବଣ୍ଟନ କରାଯିବ। ସେହିଭଳି ଯଦି ଆବଶ୍ୟକ ହୁଏ ଆଉ ୧୦୦୦ କୁଇଣ୍ଟାଲ ବିହନ ଅଣାଯିବ ବୋଲି ସହକାରୀ ବିହନ ଉପତ୍ାଦନ ଅଧିକାରୀ ସନ୍ତୋଷ କୁମାର ପରିଡ଼ା ପ୍ରକାଶ କରିଛନ୍ତି। ଚଳିତବର୍ଷ ୯ ପ୍ରକାର ବିହନ ବଣ୍ଟନ କରାଯିବାକୁ ଆସିଛି। ଅନ୍ୟପଟେ ଚାଷୀମାନଙ୍କୁ ବିହନ ବଣ୍ଟାଯିବା ପାଇଁ ଜିଲାରେ ୧୫୪ ପାକ୍ସ (ସେବା ସମବାୟ ସମିତି) ଥିବା ବେଳେ ସେଥିରୁ ବର୍ତ୍ତମାନ ମାତ୍ର ୬୩ଟି ପାକ୍ସ ବିହନ ବିକ୍ରୟ ପାଇଁ ନେଇଛନ୍ତି। ଯେଉଁ ପ୍ୟାକ୍ସ ବିହନ ନେଇନାହାନ୍ତି ସେଠାକାର ଚାଷୀମାନେ କେଉଁଠୁ ବିହନ କିଣିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟସ୍ଥ ବେସରକାରୀ ଡିଲରମାନଙ୍କଠାରୁ ଚାଷୀମାନେ ବିହନ କିଣି ନେଇପାରିବେ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ବିହନ କୁଇଣ୍ଟାଲ ପିଛା ୩୦୭୪ ଟଙ୍କା ହୋଇଥିବା ବେଳେ ସବ୍‌ସିଡ଼ିରେ ଚାଷୀମାନଙ୍କୁ ୧୮୦୦ ଟଙ୍କାରେ ପ୍ରଦାନ କରାଯାଉଛି। ସେହିଭଳି ପୁରୁଣା କିସମ ବିହନ ୩୦୭୪ ଟଙ୍କା ହୋଇଥିବା ବେଳେ ସବ୍‌ସିଡ଼ିରେ ଚାଷୀମାନଙ୍କୁ ୨୦୦୦ ଟଙ୍କାରେ ଦିଆଯାଉଛି। ଜିଲାର ସବୁ ଅଞ୍ଚଳର ଚାଷୀ ଏବେ ମୌସୁମୀ ବର୍ଷାକୁ ଚାତକ ଭଳି ଚାହିଁରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri