Posted inଖେଳ

ମୋହନବାଗାନ, ଇଷ୍ଟବେଙ୍ଗଲ କୋଚ୍‌ ଓ ଖେଳାଳିଙ୍କ ଘରବାହୁଡ଼ା

କୋଲକାତା, ୬ା୫ (ପି.ଟି.)-ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ମାସାଧିକ ଅଟକି ରହିଥିବା ମୋହନ ବାଗାନ ଓ ଇଷ୍ଟବେଙ୍ଗଲର କୋଚ୍‌ ଏବଂ ଖେଳାଳିମାନେ ଶେଷରେ ଘରବାହୁଡ଼ା କରିଛନ୍ତି। ଏଠାରେ ସେମାନଙ୍କୁ ଦୀର୍ଘ ୨୯ ଘଣ୍ଟା ବସ୍‌ ଯାତ୍ରା କରିବାକୁ ପଡ଼ିଥିଲା। ୧୩ ଜଣିଆ ଗ୍ରୁପ୍‌ର ଅଧିକାଂଶ ହେଉଛନ୍ତି ସ୍ପେନର। ମଙ୍ଗଳବାର ପ୍ରତ୍ୟୁଷରେ ନୂଆଦିଲ୍ଲୀରୁ ଡଚ୍‌ ଏୟାର ଲାଇନ୍‌ର ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ପ୍ରସ୍ଥାନ କରିଛନ୍ତି। ଆମଷ୍ଟରଡାମ୍‌ରେ ପହଞ୍ଚତ୍ବା ପରେ ସେମାନେ ସେଠାରୁ ନିଜ ନିକ ଘରକୁ ଯାତ୍ରା କରିବେ। ମୋହନବାଗାନକୁ ଆଇ-ଲିଗ୍‌ ଟାଇଟଲ ଜିତାଇଥିବା କିବୁ ଭିକୁନା ସେ ଖୁବ୍‌ ଶୀଘ୍ର ଫେରିବାକୁ ଚାହାନ୍ତି। କୋଲକାତାରେ ପହଞ୍ଚତ୍ ଦଳର ସମର୍ଥକମାନଙ୍କ ସହ ବିଜୟ ଉତ୍ସବ କରିବା ତାଙ୍କର ଆଶା ରହିଛି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ଯୋଗୁ ଏଥର ୪ ରାଉଣ୍ଡ ଖେଳ ବାକି ଥାଇ ଆଇ-ଲିଗ୍‌ ଶେଷ ହୋଇଥିଲା। ପଏଣ୍ଟ ଭିତ୍ତିରେ ମୋହନ ବାଗାନକୁ ଚାମ୍ପିୟନ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ ବିଜୟ

ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର…

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପରାଜୟ ପରେ ମୁହଁ ଖୋଲିଲେ ଭାରତୀୟ ଦଳର ବ୍ୟାଟିଂ କୋଚ୍‌, କହିଲେ…

ଅହମଦାବାଦ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ସୁପର-୮ ମ୍ୟାଚ୍‌ରେ ପରାଜୟ ପରେ ଭାରତୀୟ ଦଳର ଟପ୍‌ ଅର୍ଡରରେ ବଡ଼ ପରିବର୍ତ୍ତନ ହୋଇପାରେ। ଏ ନେଇ ଭାରତୀୟ…

ପୂର୍ବତନ ଭାରତୀୟ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ: ଜିମ୍ବାୱେ ବିପକ୍ଷରେ ଟିମ ଇଣ୍ଡିଆ କରିବ ଏତେ ରନ୍‌

ନୂଆଦିଲ୍ଲୀ,୨୩।୨: ୨୦୨୬ ଟି୨୦ ବିଶ୍ୱକପରେ, ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପରବର୍ତ୍ତୀ ସୁପର ୮ ମ୍ୟାଚ ଖେଳିବ। ଏହି ମ୍ୟାଚ ଗୁରୁବାର, ଫେବୃଆରୀ ୨୬ ତାରିଖରେ ଚେନ୍ନାଇର…

ଟିମ ଇଣ୍ଡିଆର ପ୍ଲେ- ୧୧ ହେବ ପରିବର୍ତ୍ତନ! ଏହି ୧୧ ଜଣ ଖେଳାଳିଙ୍କୁ ଜିମ୍ବାୱେ ବିପକ୍ଷରେ ସୁଯୋଗ ମିଳିବା ନିଶ୍ଚିତ

ନୂଆଦିଲ୍ଲୀ,୨୩।୨: ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ପରାଜୟ ବରଣ କରିଛି। ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା…

ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ଚିନ୍ତା ବଢାଇଲେ ଏହି ୩ ଖେଳାଳି, ଖରାପ ଫର୍ମ ପ୍ରଦର୍ଶନ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ବରଣ କରିଥିଲା। ଦକ୍ଷିଣ ଆଫ୍ରିକା ଭାରତକୁ ୭୬ ରନରେ ପରାସ୍ତ…

ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ଏବେ କଷ୍ଟକର, ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ…

ନୂଆଦିଲ୍ଲୀ,୨୩।୨: ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ପରାଜୟ ବରଣ କରିଥିଲା। ଗତ ରବିବାର (୨୨ ଫେବୃଆରୀ), ଅହମ୍ମଦାବାଦର ନରେନ୍ଦ୍ର…

୦,୦,୦,୦,୦,୦,୦,୦,୦,୦,୦,୦…ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୭୬ ରନରେ ଶୋଚନୀୟ ପରାଜୟ ବରଣ କରିଛି । ଦକ୍ଷିଣ ଆଫ୍ରିକାର ୧୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri