ମୋବାଇଲ ପାଇ ଫେରାଇଲେ ଖବରଦାତା

ଧର୍ମଶାଳା,୨୩ା୨(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ପଡ଼ିଥିବା ଏକ ସ୍ମାର୍ଟ ମୋବାଇଲ ଫୋନ ପାଇ ଫେରାଇଛନ୍ତି ଜଣେ ଖବରଦାତା। ମିଳିଥିବା ସୂଚନା ଅନୁସାରେ ୪ଦିନ ତଳେ ରାମ୍‌କୋ ସିମେଣ୍ଟ କମ୍ପାନୀର ଜଣେ କର୍ମଚାରୀ ଆଶିଷ ଗୋଏଲ ଅଫିସ କାର୍ଯ୍ୟ ସାରି ଘରକୁ ବାଇକ ଯୋଗେ ଆସୁଥିବାବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ସାର୍ଟର ଉପର ପକେଟରେ ଥିବା ମୋବାଇଲଟି ଛିଟିକି ରାସ୍ତାକଡ଼ରେ ଥିବା ଘାସରେ ପଡିଥିଲା। ସେ ଖୋଜାଖୋଜି କରି ନ ପାଇ ଜାରକା ବିଟ ହାଉସରେ ଏକ ଏତଲା କରିଥିଲେ। ଶନିବାର ସକାଳେ ସେହି ରାସ୍ତା ଦେଇ ଜାରକା ପଞ୍ଚାୟତ ଦୁବଗାଡ଼ିଆ ଗ୍ରାମର ଖବରଦାତା କିଶୋର ଚନ୍ଦ୍ର ରାଉତ ଆସୁଥିବା ବେଳେ ତାଙ୍କ ଦୃଷ୍ଟିରେ ମୋବାଇଲଟି ପଡ଼ିଥିଲା। ସେ ମୋବାଇଲଟିକୁ ଆଣି ଦେଖିବାବେଳକୁ ତାହା ବନ୍ଦଥିଲା। ମୋବାଇଲଟି ଖୋଲି ସେଥିରୁ ରାମକୋ ସିମେଣ୍ଟ କାରଖାନାର କିଛି ନମ୍ବର ପାଇଥିଲେ। ପରେ ଉକ୍ତ ନମ୍ବର ସହ ଯୋଗାଯୋଗ କରି କିଶୋର ମୋବାଇଲଟିକୁ ଆଶିଷଙ୍କୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri