Posted inଜାତୀୟ

ମୋତେ ଭାଜପା ଇତିହାସ ଶିଖାଇବା ଆବଶ୍ୟକ ନାହିଁ: ଥରୁର

ନୂଆଦିଲ୍ଲୀ,୬।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଭାରତୀୟ ନେତା ଦୁଃଖ ପ୍ରକାଶ କରିଥିଲେ। କଂଗ୍ରେସ ନେତା ଶଶି ଥରୁର ଟୁଇଟ୍‌ କରି ପରଭେଜ ମୁଶରଫଙ୍କୁ ଗୁଣଗାନ କରିଥିଲେ। ଏହାକୁ ନେଇ ଥରୁର ସୋସିଆଲ ମିଡିଆରେ ବିରୋଧର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ମଧ୍ୟ ଶଶି ଥରୁରଙ୍କ ଟୁଇଟ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗଜେନ୍ଦ୍ର ଶେଖୱାତଙ୍କ ପ୍ରତିକ୍ରିୟାରେ ଶଶି ଥରୁର କହିଛନ୍ତି, ସେ (କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ) ମୋତେ ଇତିହାସ ବିଷୟରେ ଶିକ୍ଷା ଦେବା ଆବଶ୍ୟକ ନାହିଁ। କାର୍ଗିଲ ଯୁଦ୍ଧର ୪ ବର୍ଷ ପରେ ଶାନ୍ତି ଫେରାଇ ଆଣିବା ପାଇଁ ପାକିସ୍ତାନ ସହ ଭାଜପା ସରକାର ଆଲୋଚନା କରିଥିଲେ। ୨୦୦୪ରେ ବାଜପେୟୀ-ମୁଶାରଫ ମଧ୍ୟ ହାତ ମିଳାଇ ଏକ ମିଳିତ ବିବୃତ୍ତି ପ୍ରଦାନ କରିଥିଲେ। ସେ (ମୁଶାରଫ) ଆମର ସବୁଠାରୁ ବଡ ଶତ୍ରୁ ଥିଲେ କିନ୍ତୁ ଏହା ପରେ ପ୍ରାୟ ୪ ବର୍ଷ ଧରି ସେ ଭାରତ ସହ ସମାଧାନ ପାଇଁ ଅନେକ ଚେଷ୍ଟା କରିଥିଲେ।
ଶଶି ଥରୁର ଆହୁରି କହିଛନ୍ତି, ଯେତେବେଳେ ଯଦି କେହି ମୃତ୍ୟୁବରଣ କରନ୍ତି, ଆମେ ତାଙ୍କ ବିଷୟରେ ସମସ୍ତ ଖରାପ ଏବଂ ଭଲ କଥା ମନେ ରଖିଥାଉ। ଏହାକୁ ଏକ ବିବାଦ କରିବା ଦର୍ଶାଉଛି ଯେ ଭାଜପାର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ।
ସୂଚନାଯୋଗ୍ୟ, ଶଶି ଥରୁର ପରଭେଜ ମୁଶରଫଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି, ଏକଦା ଭାରତର ଜଣେ ଶତ୍ରୁ ଥିବା ମୁଶାରଫ ୨୦୦୨-୨୦୦୭ ମଧ୍ୟରେ ଶାନ୍ତି ପାଇଁ ପ୍ରକୃତ ଶକ୍ତି ହୋଇପାରିଥିଲେ। ଶଶି ଥରୁରଙ୍କ ଏହି ବିବୃତ୍ତି ସମ୍ପର୍କରେ ଭାଜପା ଶଶି ଥରୁରଙ୍କୁ ନିନ୍ଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri