‘ମୋ ସରକାର’: ଜାରି ହେଲା ଗାଇଡ୍‌ଲାଇନ : ଘରୋଇ ଢାଞ୍ଚାରେ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଅଧୀନରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ କର୍ମଚାରୀମାନଙ୍କର ବ୍ୟବହାର ଓ ବୃତ୍ତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବା ହେଉଛି ମୂଳ ଲକ୍ଷ୍ୟ। ଘରୋଇ ସଂସ୍ଥା ଢାଞ୍ଚାରେ ଚାଲିବ ସରକାରୀ କାର୍ଯ୍ୟାଳୟ। ଜନସାଧାରଣଙ୍କ ରେଟିଂ ଉପରେ ନିର୍ଭର କରିବ କର୍ମଚାରୀମାନଙ୍କର ଚାକିରି ଭବିଷ୍ୟତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ବୁଧବାର ଶୁଭାରମ୍ଭ କରିବା ପରେ ଗୁରୁବାର ଏ ନେଇ ଗାଇଡଲାଇନ ଜାରି କରାଯାଇଛି।
ଲୋକମାନଙ୍କୁ ସରକାରୀ ଅଫିସଗୁଡିକରେ କିପରି ବ୍ୟବହାର କରାଯାଉଛି, ସେମାନଙ୍କ ସମସ୍ୟାକୁ ବୃତ୍ତିଗତ ତଥା ସେବା ମନୋଭାବ ନେଇ ସମାଧାନ କରାଯାଉଛି କି ନାହିଁ, ସଂସ୍ଥାଗୁଡିକୁ ଅଧିକ ଦକ୍ଷ କରିବା ପାଇଁ
ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଯେ କୌଣସି ବ୍ୟକ୍ତି ମତାମତ ଦେଇପାରିବେ। ଅକ୍ଟୋବର ୨ ତାରିଖରୁ ରାଜ୍ୟର ସମସ୍ତ ଥାନା ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯେଉଁମାନେ ସରକାରୀ କାର୍ଯ୍ୟାଳୟକୁ ସେବା ପାଇଁ ଯିବେ ସେତେବେଳେ ସେମାନଙ୍କ ଟେଲିଫୋନ ନମ୍ବର ପଞ୍ଜୀକରଣ କରାଯିବ। ୨୪ ଘଣ୍ଟା ମଧ୍ୟରେ ଏସଏମ୍‌ଏସ ପଠାଯିବ। ଯଦି ଏସଏମ୍‌ଏସ ନ ଯିବ ତେବେ ୧୪୫୪୫ ନମ୍ବରକୁ ମିସ୍‌ଡ୍‌ କଲ୍‌ କରି ମୋ ସରକାର ପୋର୍ଟାଲରେ ଟେଲିଫୋନ ନମ୍ବରକୁ ପଞ୍ଜୀକୃତ କରିପାରିବେ। ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା କେତେକ ନମ୍ବରକୁ ମତାମତ ପାଇଁ ଯୋଗାଯୋଗ କରାଯିବ। ଅନୁକୂଳ ମତ ଆସିଲେ ସମ୍ପୃକ୍ତ ସଂସ୍ଥାକୁ ପୁରସ୍କୃତ କରାଯିବ। କର୍ମଚାରୀମାନଙ୍କୁ ଆଗୁଆ ପଦୋନ୍ନତି ମିଳିବ। ପ୍ରତିକୂଳ ମତ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri