ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ; ଗତବର୍ଷ ତୁଳନାରେ ବଢିଛି ମାମଲା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ):  ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ। ହେଲେ ୨୦୧୯ରେ ବିଭିନ୍ନ ଥାନାରେ ବଢିଥିବା ମାମଲା ସଂଖ୍ୟା କମିଶନରେଟ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟଛି। କାରଣ ମୋ‘ ସରକାର କାର୍ଯ୍ୟକ୍ରମ ପରଠୁ କମିଶନରେଟ ପୋଲିସର ଏକାଧିକ ଥାନାରେ ମାମଲା ସଂଖ୍ୟା ଗତବର୍ଷ ତୁଳନାରେ ଅହେତୁକ ବୃଦ୍ଧି ପାଇଛି। ହେଲେ ଯେଉଁ ପରିମାରଣ ମାମଲା ରୁଜୁ କରାଯାଉଛି ସେହି ଅନୁପାତରେ ଥାନାଗୁଡ଼ିକରେ ତଦନ୍ତକାରୀ ଅଧିକାରୀ ନ ଥିବାରୁ ତଦନ୍ତ ଦିଗହରା ହେଉଛି। ନା ଠିକ୍‌ରେ ମାମଲାର ତଦନ୍ତ ହୋଇଛି ନା ଅଭିଯୁକ୍ତ ଗିରଫ ହେଉଛନ୍ତି। ମୋ’ ସରକାର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଭୟରେ ଥାନାରେ ମାମଲାକୁ ରୁଜୁ କରିବାକୁ ପୋଲିସ ବାଧ୍ୟ ହେଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ କ୍ୟାପିଟାଲ ଥାନାରେ ୫୩୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ଡିସେମ୍ବର ୨୯ ତାରିଖ ସୁଦ୍ଧା ୫୪୫ ମାମଲା ରୁଜୁ ହୋଇଛି। ସେହିପରି ଖାରବେଳନଗର ଥାନାରେ ଗତ ବର୍ଷ ୩୪୭ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୬୦ରେ ପହଞ୍ଚିଛି। ଶହୀଦନଗର ଥାନାରେ ଗତ ବର୍ଷ ୫୭୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ତାହା ୭୦୦ ଛୁଇଁଛି। ନୟାପଲ୍ଲୀ ଥାନାରେ ଗତବର୍ଷ ୫୮୯ ମାମଲା ରୁଜୁ ହୋଇଥିବାବେଳେ ବର୍ତ୍ତମାନ ୬୮୭ଟି ମାମଲା ରୁଜୁ କରାଯାଇଛି। ଖଣ୍ଡଗିରି ଥାନାରେ ଗତବର୍ଷ ୬୨୧ଟି ମାମଲା ହୋଇଥିବାବେଳେ ଚଳିତବର୍ଷ ଏବେ ସୁଦ୍ଧା ୭୫୬ଟି ମାମଲା ପଞ୍ଜୀକୃତ କରାଯାଇଛି। ମଞ୍ଚେଶ୍ୱର ଥାନାରେ ଗତବର୍ଷ ୬୦୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୬୩୦ ଛଇଁଛି। ଚନ୍ଦ୍ରଶେଖରପୁର ଥାନାରେ ଗତବର୍ଷ ୫୩୪ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୫୩୦ରେ ପହଞ୍ଚିଲାଣି। ଲିଙ୍ଗରାଜ ଥାନାରେ ଗତବର୍ଷ ୨୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ୨୬୬ଟି ରୁଜୁ ହେଲାଣି। ସେହିପରି ବଡଗଡ ଥାନାରେ ଗତବର୍ଷ ୩୬୮ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ଅଦ୍ୟାବଧି ୪୫୦ ଛୁଇଁଲାଣି। ଏୟାରଫିଲ୍ଡ ଥାନାରେ ଗତ ବର୍ଷ ୪୨୬ଟି ମାମଲା ହୋଇଥିବା ବେଳେ ତାହା ଚଳିତବର୍ଷ ୨୪୫ଟିରେ ପହଞ୍ଚିଛି। ସେହିପରି ଲକ୍ଷ୍ମୀସାଗର ଥାନାରେ ଗତବର୍ଷ ୩୩୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ତାହା ୪୦୦କୁ ଛୁଇଁଛି। ମହିଳା ଥାନାରେ ଗତବର୍ଷ ୧୨୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ୧୩୨ଟି ମାମଲା ପଞ୍ଜୀକୃତ କରାଯାଇଛି। ଇନ୍‌ଫୋସିଟି ଥାନାରେ ଗତବର୍ଷ ୨୬୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ୨୭୦ଟି ମାମଲା ରୁଜୁ କରାଯାଇଛି। ଧଉଳି ଥାନାରେ ଗତବର୍ଷ ୧୮୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ୨୦୦ଟି ମାମଲା ରୁଜୁ କରାଯାଇଛି। ସେହିପରି ଏୟାରପୋର୍ଟ ଥାନାରେ ୧୧ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୨୪୫ ହେଲାଣି। ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ପଚାରିବାରେ କହିଛନ୍ତି, ଥାନାକୁ ଆସୁତ୍ଥିବା ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଉଛି। ମୋ’ ସରକାର କାର୍ଯ୍ୟକ୍ରମ ପରଠୁ ଲୋକଙ୍କୁ ଥାନାକୁ ଗଲେ ତ୍ୱରିତ ନ୍ୟାୟ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri