ମୋ ସରକାର ଅଧୀନକୁ ଆସିଲା ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ତୃଣମୂଳସ୍ତରରେ ଥିବା ବ୍ଲକ ଅଫିସ ପ୍ରଶାସନର କେନ୍ଦ୍ର। ଗ୍ରାମାଞ୍ଚଳରେ ବିଭିନ୍ନ ସେବା ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମୋ ସରକାର କାର୍ଯ୍ୟକ୍ରମ ରାଜ୍ୟର ୮୩ ପ୍ରତିଶତ ଜନତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ତେଣୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ବୁଧବାର ମୋ ସରକାର ଅଧୀନକୁ ଅଣାଯାଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଞ୍ଚାୟତିରାଜ ବିଭାଗ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି। ୨୦୧୪ ପରଠାରୁ ଏହି ବିଭାଗ ପକ୍ଷରୁ ପ୍ରାୟ ୨୫ ଲକ୍ଷ ଘର ନିର୍ମାଣ କରାଯାଇ ସାରିଛି। ସଫଳତାର ସହ ଏହି ବିଭାଗ ରାଜ୍ୟର ସମସ୍ତ ଯୋଗ୍ୟ ଲୋକଙ୍କୁ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟ କରୁଛି। ୬୫ ପ୍ରତିଶତ ଜନତାଙ୍କୁ ଜଳ ଯୋଗାଇବା କାର୍ଯ୍ୟ ମଧ୍ୟ ଜାରି ରହିଛି। ଆସନ୍ତା ୨୦୨୪ ସୁଦ୍ଧା ସମସ୍ତଙ୍କ ପାଖରେ କିପରି ପାନୀୟ ଜଳ ସୁବିଧା ପହଞ୍ଚିବ, ସେ ଦିଗରେ କାର୍ଯ୍ୟ କରୁଛି। ଏହି ବିଭାଗ ଦ୍ୱାରା ହିଁ ରାଜ୍ୟକୁ ବାହ୍ୟ ମଳତ୍ୟାଗମୁକ୍ତ କରାଯାଇପାରିଛି। ତେଣୁ ମୋ ସରକାର ଏ ସମସ୍ତ କାର୍ଯ୍ୟକ୍ରମରେ ଅଧିକ ବୃତ୍ତିଗତ ଇଚ୍ଛାଶକ୍ତି ଏବଂ ସରକାରୀ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଏହାଦ୍ୱାରା ବିଭିନ୍ନ ହିତାଧିକାରୀଙ୍କଠାରୁ ସିଧାସଳଖ ଫିଡ୍‌ବ୍ୟାକ୍‌(ଅନୁଭୂତି/ପ୍ରତିକ୍ରିୟା) ସଂଗ୍ରହ କରାଯାଇପାରିବ। ରାଜ୍ୟ ପ୍ରଶାସନ ଓ ତୃଣମୂଳ ଜନତାଙ୍କ ମଧ୍ୟରେ ବ୍ଲକ ସେତୁଭାବେ କାର୍ଯ୍ୟ କରିଥାଏ। ମୋ ସରକାର କାର୍ଯ୍ୟକ୍ରମ ପଞ୍ଚାୟତିରାଜ ବିଭାଗରେ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଜଳଯୋଗାଣ, ପକ୍କାଘର ନିର୍ମାଣ, ପରିମଳ, ଏମ୍‌ଜିଏନ୍‌ଆରଇଜିଏ ଭଳି କାର୍ଯ୍ୟକୁ ଅଧିକ ସୁସଙ୍ଗଠିତ ଢଙ୍ଗରେ କରାଯିବ। ରାଜ୍ୟରେ ସମସ୍ତେ ପକ୍କାଘରେ ବାସ କରନ୍ତୁ ବୋଲି ବିଜୁବାବୁଙ୍କ ଇଚ୍ଛା ଥିଲା। ଏହା ନିଶ୍ଚୟ ସତରେ ପରିଣତ ହେବ ବୋଲି ପ୍ରତାପ କହିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ, ସରକାରୀ ଯୋଜନାର ସୁଫଳ ବ୍ଲକ ଦ୍ୱାରା ହିଁ ହିତାଧିକାରୀ ନିକଟରେ ପହଞ୍ଚିଥାଏ। ତେଣୁ ମୋ ସରକାର କାର୍ଯ୍ୟକ୍ରମ ନିଶ୍ଚୟ ସଫଳତା ଆଣିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସମୟରେ କଣ୍ଟାବାଞ୍ଜି, ଜୁନାଗଡ଼, ପଟ୍ଟାଙ୍ଗୀ, ସବ୍‌ଟେକା, ରାଜଗାଙ୍ଗପୁର,ପାଟକୁରା,ଆଠମଲ୍ଲିକ ଏବଂ ଅନ୍ୟ କେତେକ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କ ସହ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ଡି.କେ ସିଂହ ଉପସ୍ଥିତ ରହିଥିଲେ। ପଞ୍ଚାୟତିରାଜ ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟାବଳୀକୁ ନେଇ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri