Posted inଖେଳ

ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଇଂଲଣ୍ଡର ସୁଇଂ ବୋଲିଂ କଣ୍ଡିଶନରେ ଭାରତର ଶିଖର ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ ସଫଳ ହେବାନେଇ ଆଶଙ୍କା ରହିଛି। ମାତ୍ର ଏହାକୁ ନେଇ ଚିନ୍ତିତ ନୁହନ୍ତି ଏହି ଭାରତୀୟ ଓପନର। ଆଇସିସି ବିଶ୍ୱକପରେ ସେ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ଏକଦିବସୀୟ କ୍ରିକେଟରେ ବିଶ୍ୱର ଅନ୍ୟତମ ସଫଳ ଓପନରଭାବେ ଧାଓ୍ବନ ପରିଚିତ। ସେ ସବୁବେଳେ ବଡ଼ ଇଭେଣ୍ଟ ଗୁଡ଼ିକରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ୨୦୧୩ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ସେ ଭଲ ଖେଳିଥିବାରୁ ଆଗାମୀ ବିଶ୍ୱକପରେ ମଧ୍ୟ ସଫଳ ହେବାନେଇ ଦୃଢ଼ ଆଶାୟୀ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ୨୦୧୫ ବିଶ୍ୱକପରେ ସେ ଭାରତର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଥିଲେ।

”ଲୋକମାନେ ସବୁବେଳେ ଆଇସିସି ଇଭେଣ୍ଟଗୁଡ଼ିକରେ ମୋ ରେକର୍ଡକୁ ନେଇ ଆଲୋଚନା କରିଥାନ୍ତି। ସ୍ପଷ୍ଟଭାବେ କହିବାକୁ ଗଲେ ମୋର ଅଭିଳାଷ ସବୁବେଳେ ସମାନ। ସବୁବେଳେ ଯେ ମୋ ପ୍ରଦର୍ଶନ ସମାନ ଥାଏ ତା’ ନୁହେଁ, ମାତ୍ର ମୋର ଫୋକସ ସର୍ବଦା ସମାନ ଥାଏ। ତେଣୁ ଆଗାମୀ ଆଇସିସି ଟୁର୍ନାମେଣ୍ଟରେ ନିଶ୍ଚିତଭାବେ ଭଲ ପ୍ରଦର୍ଶନ କରିବା ନେଇ ମୁଁ ଆଶାବାଦୀ“ ବୋଲି ଧାଓ୍ବନ ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ୩୩ ବର୍ଷୀୟ ଧାଓ୍ବନ ୫୨୧ ରନ ସ୍କୋର କରିଥିଲେ। ଲିଗ୍‌ରେ ଦିଲ୍ଲୀ ୪ର୍ଥ ସ୍ଥାନରେ ରହିବା ପଛରେ ତାଙ୍କର ଅନେକ ଅବଦାନ ରହିଥିଲା। ବିଶ୍ୱକପ ନିକଟ ହୋଇ ଆସିଥିବାବେଳେ ସେ କୌଣସି ଚାପରେ ନାହାନ୍ତି ବୋଲି ଧାଓ୍ବନ କହିଛନ୍ତି। ”ଚାପ ଅନୁଭବ କରୁଥିବା ଖେଳାଳିଙ୍କ ଭିତରେ ମୁଁ ନାହିଁ। ମୋର ଆଭିମୁଖ୍ୟ ସବୁବେଳେ ସମାନ। ସମାଲୋଚକମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ମୁଁ ୫-୧୦ଟି ମ୍ୟାଚରେ ରନ ସ୍କୋର କରିବି ନାହିଁ ଅର୍ଥ ନୁହଁ ଯେ ସବୁକିଛି ଶେଷ ହୋଇଗଲା। ମୁଁ କିଭଳି ଖେଳାଳି ଏବଂ ମୋର କ’ଣ ଦକ୍ଷତା ରହିଛି ତାହା ମୁଁ ଭଲଭାବେ ଜାଣିଛି“ ବୋଲି ୧୨୮ଟି ଦିନିକିଆ ଅନ୍ତର୍ଜାତୀୟରେ ୧୬ ଶତକ ସହ ୫୩୫୫ ରନ କରିଥିବା ଧାଓ୍ବନ ପ୍ରକାଶ କରିଛନ୍ତି। ଆଉଟ ସାଇଡ୍‌ ଅଫ୍‌ ଷ୍ଟମ୍ପ ବାହାରର ବଲ ଖେଳିବାକୁ ନେଇ ତାଙ୍କର ଟେକ୍ନିକ୍‌କୁ ନେଇ ହେଉଥିବା ଆଲୋଚନା ସମ୍ପର୍କରେ ଧାଓ୍ବନ କହିଲେ ଯେ, ମୋ ସମ୍ପର୍କରେ ଏ ସବୁ କେଉଁଠି ଲେଖାଯାଉଛି ତାହା ମୁଁ ଜାଣିବାକୁ ଚାହେଁ, ମୁଁ ସେ ଖବରକାଗଜ ପଢ଼ିବାକୁ ଚାହେଁ ଏବଂ ଟେଲିଭିଜନ ଦେଖିବାକୁ ଚାହେଁ। ମୁଁ ଏ ଦୁଇଟି ଯାକ କରେନାହିଁ। ତେଣୁ ମୋ ସମ୍ପର୍କରେ ଯାହାକିଛି ବି ଆଲୋଚନା ହୁଏ ତାହା ମୋତେ ବ୍ୟସ୍ତ କରେନାହିଁ। ଆଉ ସୋସିଆଲ ମିଡିଆ କଥା କହିଲେ ମୁଁ ଟୁଇଟର ଏବଂ ଫେସ୍‌ବୁକ୍‌କୁ ଖୁବ୍‌ କମ୍‌ ବ୍ୟବହାର କରେ। ”ନିୟମିତ ଟୁଇଟର ଅପ୍‌ଡେଟ୍‌ କିମ୍ବା ଇନ୍‌ଷ୍ଟାଗ୍ରାମ୍‌ ପ୍ରତିକ୍ରିୟାକୁ ଚେକ୍‌ କରୁଥିବା ଖେଳାଳିଙ୍କ ମଧ୍ୟରେ ମୁଁ  ନାହିଁ। ମୁଁ ଏହାକୁ ଆବଶ୍ୟକସ୍ଥଳେ ଦେଖିଥାଏ। ତେଣୁ ମୋତେ ଯିଏ ଯାହା କହୁ ନା କାହିଁକି ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ।

ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ରେ କୌଣସି ତ୍ରୁଟି ନ ଥିବା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟର ଦୁଇ କିମ୍ବଦନ୍ତୀ ଖେଳାଳି ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଏହା ଧାଓ୍ବନଙ୍କୁ ବେଶ୍‌ ଉତ୍ସାହିତ କରିଛି। ୨୦୦୪ରେ ପ୍ରଥମଶ୍ରେଣୀ ପଦାର୍ପଣ କରିଥିବା ଧାଓ୍ବନ ଦୀର୍ଘ ୧୫ ବର୍ଷ ଧରି ସିନିୟର କ୍ରିକେଟରେ ସକ୍ରିୟ ଅଛନ୍ତି। ”ମୁଁ କ୍ୟାରିୟର ଆରମ୍ଭ କରିଥିବା ସମୟରେ ସଫଳତା ପାଇଁ ଯେପରି ବ୍ୟଗ୍ର ଥିଲି ଆଜି ମଧ୍ୟ ସେମିତି ଅଛି। ମୁଁ ୯ ବର୍ଷ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବାପରେ ଟେଷ୍ଟ ପଦାର୍ପଣ କରିଥିଲି। ତେଣୁ ମୁଁ ନିଜକୁ ଭାଗ୍ୟବାନ ମନେକରେ, ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ। ମୋ ମଧ୍ୟରେ ଆବେଗ ଏବଂ ଭୋକିଲା ମନୋବୃତ୍ତି ନ ଥିଲେ ୯ ବର୍ଷ ଘରୋଇ କ୍ରିକେଟ ଖେଳିବାପରେ କେବେହେଲେ ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରି ନ ଥାନ୍ତି। ୬ ବର୍ଷ ଧରି ମୁଁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଆସୁଛି ଏବଂ ମୋ ଯାତ୍ରା ଖୁବ୍‌ ସୁଖଦ ରହିଛି“ ବୋଲି ଧାଓ୍ବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri