Posted inଖେଳ

ମେସି, ରାପିନୋଙ୍କୁ ମିଳିପାରେ ବାଲୋନ ଡି’ ଅର

ପ୍ୟାରିସ,୦୧।୧୨(ଏଏଫ୍‌ପି)- ଚଳିତବର୍ଷର ସମ୍ମାନଜନକ ବାଲୋନ ଡି’ଅର ପୁରସ୍କାର ପୁରୁଷ ବର୍ଗରେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ମହିଳା ବର୍ଗରେ ବିଶ୍ୱକପ୍‌ ଚାମ୍ପିୟନ ଆମେରିକା ଦଳର ଷ୍ଟାର ମେଗାନ ରାପିନୋଙ୍କୁ ମିଳିପାରେ ବୋଲି ଆଶା କରାଯାଉଛି। ଏହି ପୁରସ୍କାର ସୋମବାର ସ୍ଥାନୀୟ ଚାଟଲେଟ ଥିଏଟରଠାରେ ଅନୁଷ୍ଠିତ ହେବାକୁ ଥିବା ଜାକଜମକ୍ୟ ଉତ୍ସବରେ ପ୍ରଦାନ କରାଯିବ। ଏଥିରେ ବିଶ୍ୱ ଫୁଟବଲ ବହୁ ଜଣାଶୁଣା ନାମ ଯୋଗଦେବେ। ମହିଳା ବିଭାଗର ପୁରସ୍କାର ରାପିନୋଙ୍କୁ ମିଳିବାର ବିଶେଷ ସମ୍ଭାବନା ରହିଛି। କାରଣ ଚଳିତବର୍ଷ ତାଙ୍କ ପ୍ରତିନିଧିତ୍ୱରେ ଆମେରିକା ତା’ର ମହିଳା ଫିଫା ବିଶ୍ୱକପ୍‌ ଟାଇଟଲ ବଜାୟ ରଖିଥିଲା। ଅନ୍ୟପକ୍ଷରେ ୨୦୧୮ରେ କ୍ରୋଏସିଆର ଲୁକା ମୋଡ୍ରିଚ୍‌ ପୁରୁଷ ବିଭାଗର ସମ୍ମାନ ଜିତିବା ପରେ ୧୨ ମାସ ହେଲା ଅନିଶ୍ଚିତତା ଜାରି ରହିଛି। ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ ମେସି ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବାଲୋନ ଡି’ଅର ପୁରସ୍କାର ହାତେଇଥିଲେ। ଏଥର ପୁରସ୍କାର ମେସି ହାତେଇ ପାରନ୍ତି। ୩୨ ବର୍ଷୀୟ ମେସି ଗତ ଲା’ ଲିଗା ଲିଗ୍‌ରେ ସର୍ବାଧିକ ୩୬ ଗୋଲ କରିଥିଲେ, ଯାହାଫଳରେ ବାର୍ସିଲୋନା ଟାଇଟଲ ବଜାୟ ରଖିଥିଲା। କିନ୍ତୁ କୋପା ଆମେରିକା ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତାଙ୍କ ବ୍ୟତୀତ ପୁରସ୍କାର ପାଇଁ ୩୦ ନୋମିନଙ୍କ ତାଲିକାରେ ଲିଭରପୁଲ ଡିଫେଣ୍ଡର ବିର୍ଗିଲ ଭାନ ଡିଜକଙ୍କ ନାମ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri