ମେମୁ ଟ୍ରେନ୍‌ ବିଳମ୍ବ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର, ୩ । ୧୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ୬୮୧୦୯ ନଂ. ଖଡ଼ଗପୁର-ଯାଜପୁର(କେଉଁଝର ରୋଡ଼) ମେମୁ ଲୋକାଲ ପାସେଞ୍ଜର ଟ୍ରେନ୍‌ର ପ୍ରତ୍ୟେକ ଦିନ ବିଳମ୍ବ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଅଧିବାସୀ ତଥା ଟ୍ରେନ ଯାତ୍ରୀମାନେ ଶନିବାର ଏକ ଦାବିପତ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ଷ୍ଟେଶନ ମ୍ୟାନେଜରଙ୍କୁ ପ୍ରଦାନ କରିଛନ୍ତି।
ଜଳେଶ୍ୱରରୁ ବାଲେଶ୍ୱର ଯିବା ପାଇଁ ସରକାରୀ ଚାକିରିଆ ତଥା ଅନ୍ୟ ଯାତ୍ରୀମାନେ ଅପରାହ୍ନରେ ଏକମାତ୍ର ଟ୍ରେନ୍‌ ୬୮୧୦୯ ନଂ ଖଡ଼ଗପୁର-ଯାଜପୁର (କେଉଁଝର ରୋଡ଼) ମେମୁ ଲୋକାଲ ପାସେଞ୍ଜର ଟ୍ରେନ ଉପରେ ନିର୍ଭର କରିଥାନ୍ତି। ପୂର୍ବରୁ ଏହି ଟ୍ରେନର ସମୟ ଅପରାହ୍ନ ୩ଟା ୫୫ମି.ରେ ଖଡ଼ଗପୁର ଷ୍ଟେଶନରୁ ଛାଡ଼ି ବାଲେଶ୍ୱରରେ ୬ଟା ୩୦ମି.ରେ ପହଞ୍ଚୁଥିଲା। କିନ୍ତୁ ନୂଆ ସମୟ ଅନୁଯାୟୀ ଖଡ଼ଗପୁରଠାରୁ ଅପରାହ୍ନ ୪ଟା ୫୦ରେ ଛାଡ଼ି ଜଳେଶ୍ୱରଠାରେ ଅପରାହ୍ନ ୬ଟା ୯ମି.ରେ ଓ ବାଲେଶ୍ୱରଠାରେ ୭ଟା ୫ରେ ପହଞ୍ଚତ୍ବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହି ଟ୍ରେନ୍‌ ପ୍ରତ୍ୟେକ ଦିନ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବରେ ଚାଲିବା ଓ ରାତ୍ରୀ ୮ଟା୧୫ମି.ପରେ ବାଲେଶ୍ୱରରେ ପହଞ୍ଚୁଛି। ଫଳରେ ସାଧାରଣ ଯାତ୍ରୀ ତଥା ମହିଳା ଯାତ୍ରୀମାନେ ବହୁତ ଅସୁବିଧାରେ ପଡୁଛନ୍ତି। ଏହାଛଡ଼ା ଜଳେଶ୍ୱରରୁ ବାଲେଶ୍ୱର ଯିବା ପାଇଁ ପୂର୍ବାହ୍ନ ୧୦ଟା୪୦ମି.ରୁ ଅପରାହ୍ନ ୭ଟା୫ମି. ଯାଏ କୌଣସି ଟ୍ରେନ୍‌ ନ ଥିବାରୁ ବାଲେଶ୍ୱର ଯିବା ପାଇଁ ଲୋକମାନଙ୍କର ବହୁତ ଅସୁବିଧା ହେଉଛି। ତେଣୁ ଏହି ଅସୁବିଧାକୁ ନଜର ଦେଇ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ସମୟ ଅନୁଯାୟୀ ଟ୍ରେନ୍‌କୁ ଚଲାଇବା ତଥା ପୂର୍ବାହ୍ନ ଦିନ ୧୦ଟା ୪୦ମି.ରୁ ଅପରାହ୍ନ ୭ଟା୫ମି. ମଧ୍ୟରେ ଏକ ନୂଆ ଟ୍ରେନ୍‌ର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀଙ୍କ ନିକଟରେ ଆବେଦନ କରାଯାଇଛି। ଦାବିପତ୍ର ଏକ ନକଲ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର, ଡିଆରଏମ୍‌ ଖଡ଼ଗପୁର, ଡିଆରଏମ୍‌ ଖୋର୍ଦ୍ଦାରୋଡ଼, ବରିଷ୍ଠ ଡିଓଏମ ଖଡ଼ଗପୁର, ଷ୍ଟେଶନ ମ୍ୟାନେଜର ବାଲେଶ୍ୱର, ଷ୍ଟେଶନ ମ୍ୟାନେଜର ଜଳେଶ୍ୱରଙ୍କ ଅବଗତି ନିମନ୍ତେ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri