ମେଧାବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଲେ ଅଣସ୍ବୀକୃତିପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର: ଏନ୍‌ଓସି ନ ଥାଇ ଚାଲିଛି ୧୩ ବିଦ୍ୟାଳୟ

ଖଣ୍ଡପଡ଼ା,୨୧।୮(ସ୍ବ.ପ୍ର)-ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ଖଣ୍ଡପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ)ନ ଥାଇ ୧୩ ଘରୋଇ ବିଦ୍ୟାଳୟ ଚାଲିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଖଣ୍ଡପଡା ବ୍ଲକ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବିନା ସ୍ବୀକୃତିରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଚାଲିଥିବା ବେଳେ ଏହି୍‌ସବୁ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ମେଧାବୃତ୍ତି ପରୀକ୍ଷା ଦେବାରୁ ବଞ୍ଚତ ହୋଇଥିବାରୁ ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।
ଯେ, ରାଜ୍ୟ ସରକାର ଘରୋଇ ବିଦ୍ୟାଳୟଗୁଡିକ ନିମନ୍ତେ ବିଭିନ୍ନ ନୀତିନିୟମ ଲାଗୁ କରିଛନ୍ତି ା ମାତ୍ର ନୟାଗଡ ଜିଲା ଶିକ୍ଷାଧିକାରୀ ଓ ଖଣ୍ଡପଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିନା ଏନ୍‌ଓସିରେ ଚାଲିଥିବା ଘରୋଇ ଶିକ୍ଷାନୁଷ୍ଠାନ ବିରୋଧରେ ଆଇନ ଅନୁଯାୟୀ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ବିନା ଏନ୍‌ଓସିରେ ଚାଲିଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ପାଠପଢୁଥିବା ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ା ଖାଲି ସେତିକି ନୁହେଁ ଏନଓସି ନଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ପିଲାମାନେ ଗତ ୧୭ ଓ ୧୮ ତାରିଖରେ ସରକାରଙ୍କ ପକ୍ଷରୁ ଆୟୋଜିତ ମେଧାବୃତ୍ତି ପରୀକ୍ଷାରେ ଅଂଶଗ୍ରହଣ କରି ନ ପାରି ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି।
ବ୍ଲ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖଣ୍ଡପଡା ସହର ସମେତ ଖଳିସାହି, କଣ୍ଟିଲୋ, ମର୍ଦ୍ଦରାଜପୁର, କିଆଝର, ଜଗନ୍ନାଥପ୍ରସାଦ ପଞ୍ଚାୟତ ସମେତ ବିଭିନ୍ନ ସ୍ଥାନରେ ୧୯ଟି ଘରୋଇ ଶିକ୍ଷାନୁଷ୍ଠାନ ଚାଲୁ ରହିଛି ା ତନ୍ମଧ୍ୟରୁ ଖଣ୍ଡପଡା ସାମନ୍ତ ଚନ୍ଦ୍ର୍‌ଶେଖର ଶିକ୍ଷାକେନ୍ଦ୍ର, ଓମ୍‌ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖଣ୍ଡପଡା ଓ କଣ୍ଟିଲୋ ସମେତ ରୟତ ଢୋଲମରା ଓ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ଚାଲିଥିବା ୬ଟି ଘରୋଇ ଶିକ୍ଷାନୁଷ୍ଠାନକୁ ସରକାର ସ୍ବୀକୃତି(ଏନ୍‌ଓସି) ପ୍ରଦାନ କରିଛନ୍ତି। ଅବଶିଷ୍ଟ ୧୩ ଘରୋଇ ଅନୁଷ୍ଠାନ ଧର୍ମକୁ ଆଖିଠାର ମାରିଲା ଭଳି ଅଭିଭାବକମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଚାଲିଥିବା ଅଭିଯୋଗ ହେଉଛି। ତେଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ , ନୟାଗଡ ଜିଲା ଶିକ୍ଷାଧିକାରୀ ଓ ଜିଲାପାଳ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ା ଖଣ୍ଡପଡା ବ୍ଲକ ଶିକ୍ଷାଧିକାରୀ ଚନ୍ଦନ ରଥଙ୍କୁ ପଚାରିବାରେ ଏ ସମ୍ପର୍କରେ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଥିଲେ ା ସେ ବିଭାଗ ପକ୍ଷରୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ା ସୂଚନାଯୋଗ୍ୟ, କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପ୍ରାୟ ୨ଏକର ଜମିର ଆବଶ୍ୟକ ଥିବାବେଳେ ଅନେକ ସ୍କୁଲ ଉକ୍ତ ନିୟମକୁ ପାଳନ କରୁ ନ ଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri