Posted inଖେଳ

ମେଡିକାଲ ଷ୍ଟାଫଙ୍କୁ ମାଗଣା ରହିବା ସୁବିଧା ଦେବେ ପ୍ୟାଲେସ ଷ୍ଟାର ଜାହା

ଲଣ୍ଡନ, ୨୨।୩(ଏଏଫ୍‌ପି)-କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଷ୍ଟାଫଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କ୍ରିଷ୍ଟଲ ପାଲେସ ଓ୍ବିଙ୍ଗର ଓ୍ବିଲ୍‌ଫ୍ରେଡ ଜାହା। ଲଣ୍ଡନ ସ୍ଥିତ ତାଙ୍କ ହୋଟେଲରେ ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ମାଗଣା ରହଣି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ୨୭ ବର୍ଷୀୟ ଆଇଭରି କୋଷ୍ଟର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳିଙ୍କ ପୂର୍ବରୁ ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଖେଳାଳି ଗ୍ୟାରି ନେଭିଲେ ଓ ଚେଲ୍‌ସି ମାଲିକ ରୋମାନ ଆବ୍ରାମୋଭିଚ୍‌ ମେଡିକାଲ ଷ୍ଟାଫ୍‌ଙ୍କ ସହାୟତା ଲାଗି ହୋଟେଲ ରୁମ୍‌ ଉପଲବ୍ଧ କରିଥିଲେ। ଜାହା ପ୍ରିମିୟର କ୍ଲବଠାରୁ ପ୍ରତି ସପ୍ତାହରେ ଦେଢ଼ ଲକ୍ଷ ଆମେରିକୀୟ ଡଲାର ଆୟ କରନ୍ତି। ଭାରତୀୟ ମୁଦ୍ରାରେ ଏହା ୧.୧୪ କୋଟି ଟଙ୍କା। ନ୍ୟାଶନାଲ ହେଲ୍‌ଥ ସର୍ଭିସେସ (ଏନ୍‌ଏଚ୍‌ଏସ୍‌)ରେ କାର୍ଯ୍ୟ କରୁଥିବା ମୋର କିଛି ବନ୍ଧୁ ଅଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଶିଫ୍ଟ ଶେଷ କରିବା ପରେ ଯେଉଁମାନେ ଘରକୁ ଫେରି ପାରୁନାହାନ୍ତି, ସେମାନଙ୍କ ପାଇଁ ମାଗଣାରେ ରହଣି ବ୍ୟବସ୍ଥା କରିପାରିବି। ନଟିଂ ହିଲ୍‌ ସମେତ ଲଣ୍ଡନର ବହୁ ସ୍ଥାନରେ ଜାହାଙ୍କ ହୋଟେଲ ଅଛି। ତାଙ୍କ ଫ୍ଲାଟଗୁଡ଼ିକ ସାଧାରଣତଃ କର୍ପୋରେଟ୍‌ କ୍ଲାଏଣ୍ଟମାନେ ବ୍ୟବହାର କରନ୍ତି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଲାଗୁ ହୋଇଥିବା ଯାତ୍ରା କଟକଣା ଯୋଗୁ ଏଗୁଡ଼ିକ ଖାଲି ପଡ଼ିଛି। ତାଙ୍କ ବିଜନେସ ପାର୍ଟନର ଓବି ଓ୍ବିଲିଅମ୍ସ କହିଛନ୍ତି, ଲଣ୍ଡନ ସ୍ଥିତ ଦୁଇ ମେଡିକାଲର ଷ୍ଟାଫମାନେ ଯୋଗାଯୋଗ କରି ସାରିଛନ୍ତି। ଏଭଳି ସ୍ଥିତିରେ ଯଦି କେହି ସାହାଯ୍ୟ କରିପାରିବେ, ତେବେ ଆଗେଇ ଆସନ୍ତୁ ବୋଲି ଓ୍ବିଲିଅମ୍ସ କହିଛନ୍ତି। ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମର ବିପରୀତରେ ଥିବା ଦୁଇ ମାଞ୍ଚେଷ୍ଟର ହୋଟେଲରେ ୧୭୬ ରୁମ୍‌ ରହିଛି। ରୁଷିଆର ବିଜନେସ ଟାଇକୁନ ଚେଲସିର ଷ୍ଟାମଫର୍ଡ ବ୍ରିଜ୍‌ ଗ୍ରାଉଣ୍ଡ ହୋଟେଲରେ ଥିବା ୭୨ ରୁମ୍‌ ପାଇଁ ମେଡିକାଲ ଷ୍ଟାଫ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri