ମେଡିକାଲ କଲେଜ ସ୍ଥାପନ ଦାବି ତେଜୁଛି :୧୧ରେ ନୂଆପଡା ବନ୍ଦ ଡାକରା

ନୂଆପଡା ଅଫିସ,୧୦ା୯
ନୂଆପଡା ରାଜ୍ୟର ଏକ ଉପାନ୍ତ ଜିଲା । ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ । ବିଭିନ୍ନ ସମୟରେ ଲୋକେ ଦାବି କରୁଥିଲେ ମଧ୍ୟ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ବିକାଶ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଇ ପାରୁନାହିଁ । ଏହାକୁ ନେଇ ଏଠାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କେନ୍ଦ୍ର ସରକାର ଦେଶ ବ୍ୟାପି ମେଡିକାଲ କଲେଜ ସ୍ଥାପନ ସକାଶେ ଘୋଷଣା କରୁଥିବାବେଳେ ନୂଆପଡା ଭଳି ଜିଲା ହେଡକ୍ୱାର୍ଟରରେ ଏହା କାହିଁିକି ଅବସ୍ଥାପିତ କରାଯିବ ନାହିଁ ବୋଲି ଯୁକ୍ତି କରି ଏଠାରେ ଆନ୍ଦୋଳନ କରିବାକୁ ସଜବାଜ ଚାଲିଛି । ଏଠିକାର ଜିଲା ଓକିଲ ସଂଘ ଆହ୍ବାନରେ ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ବୁଧବାର ନୂଆପଡା ବନ୍ଦ କରି ପ୍ରତିବାଦ କରିବାକୁ ଘୋଷଣା କରାଯାଇଛି ।
ସୋମବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସରରେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ସିଭିଲ ବାର ଆସୋସିଏଶନ ସଭାପତି ଘାସିରାମ ମାଝି, ମର୍ଚ୍ଚାଣ୍ଟ ଆସୋସିଏଶନ ସଭାପତି ସରୋଜ କୁମାର ସାହୁ, ଅଶ୍ୱିନୀ କୁମାର ବାଗ, ପିଣ୍ଟୁ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ନୂଆପଡା ଏବଂ ଖରିଆରରୋଡ ସହରରୁ ବିଭିନ୍ନ ବର୍ଗରୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ସମସ୍ତ ସଦସ୍ୟଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ନୂଆପଡାରେ ଦିନକୁ ଦିନ ସ୍ବାସ୍ଥ୍ୟ ସମସ୍ୟା ସଙ୍ଗୀନ ହୋଇପଡୁଛି । ଲୋକେ ବାଧ୍ୟ ହୋଇ ସୁଦୂର ଛତିଶଗଡର ରାୟପୁରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏଠାରେ ମେଡିକାଲ କଲେଜ ସ୍ଥାପନ ସକାଶେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ନିବନିର୍ମିତ ସାତ ତାଲା ବିଲଡିଂ ରହିଛି। ଲୋକଙ୍କ ଦାବିକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗ୍ରହଣ କରି ମଞ୍ଜୁରୀ ଦେବା ଆବଶ୍ୟକ। ଏଥିପାଇଁ ଦରକାର ହେଲେ ଗା୍ରମ୍ୟସ୍ତରରୁ ଜିଲା ପର୍ଯ୍ୟନ୍ତ ଆନ୍ଦୋଳନକୁ ସୁଦୂର ପ୍ରସାରୀ କରିବାକୁ ପଡିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଆଗାମୀ ଦିନରେ ଏକ ପ୍ରତିନିଧିଦଳ ରାଜ୍ୟ ରାଜଧାନୀ ଏବଂ ଦିଲ୍ଲୀ ଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ବର୍ତ୍ତମାନ ସରକାର ଦେଶ ବ୍ୟାପି ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିଛନ୍ତି । ଏଥିରେ ନୂଆପଡାକୁ ତାଲିକାଭୁକ୍ତ କରିବାକୁ ଜିଲାବାସୀ ଦାବି କରୁଛନ୍ତି । ଏଥିପାଇଁ ଆସନ୍ତା ୧୧ ତାରିଖ ଅର୍ଥାତ ବୁଧବାର ନୂଆପଡା ଏବଂ ଖରିଆରରୋଡ ସହର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲାପାଳଙ୍କ ଜରିଆରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବେ । ଏଥିରେ ଯାନବାହନ, ଦୋକାନ ବଜାର, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ । ଏଥିପାଇଁ ସାଧାରଣ ଲୋକ ଆଗକୁ ଆସି ସମର୍ଥନ କରିବାକୁ ଆହ୍ବାନ ଦିଆଯାଇଛି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ୱେତରାମ ଦେୱାଙ୍ଗନ, ହାଲ୍ଲା ସିଂ, ଟିଟୁ ପଣ୍ଡା, ସୁଧୀର କୁମାର ମିଶ୍ର, ଅବନୀ ଯୋଷୀ, ରବୀନ୍ଦ୍ର ମଙ୍ଗରାଜ, ବିଭୂତି ଭୂଷଣ ପାଣିଗ୍ରାହୀ, ସୁରେଶ କୁମାର ଅଗ୍ରୱାଲ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri