ମେକ୍‌ ଇନ୍‌ ଓଡ଼ିଶା ପାଇଁ ଏଫ୍‌ଆଇସିସିଆଇ ହେବ ପାର୍ଟନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ମେକ୍‌-ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଏଫ୍‌ଆଇସିସିଆଇ) ନ୍ୟାଶନାଲ ପାର୍ଟନର ହେବ। ଏନେଇ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଇପିକଲ ଏବଂ ଏଫ୍‌ଆଇସିସିଆଇ ମଧ୍ୟରେ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ଏମ୍‌ଓୟୁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଇପିକଲ ଏମ୍‌ଡି ନୀତିନ୍‌ ଭାନୁଦାସ ଜାଓ୍ବେଲ ଏବଂ ଏଫ୍‌ଆଇସିସି ପକ୍ଷରୁ ଡେପୁଟି ଜେନେରାଲ ସେକ୍ରେଟାରି ଅରୁଣ ଚାଓ୍ବଲା ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ୟ ହାସଲ କରିବାକୁ ସକାରାତ୍ମକ ନୀତି, ଦୃଢ଼ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଏବଂ ଫଳାଫଳ ହାସଲ କରି ପାରୁଥିବା ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକ ରହିଛି। ରାଜ୍ୟରେ ଶିଳ୍ପ ଓ ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ୫-ଟି ଅଭିନବ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ବୁଝାମଣା ଦ୍ୱାରା ରାଜ୍ୟରେ ପରବର୍ତ୍ତୀ ଶିଳ୍ପାୟନର ଅଭିବୃଦ୍ଧି ଓ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଫ୍‌ଆଇସିସିଆଇ ସହିତ ହୋଇଥିବା ବୁଝାମଣାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ୨୦୧୬ ଏବଂ ୨୦୧୮ରେ ହୋଇଥିବା ମେକ୍‌ – ଇନ୍‌ ଓଡ଼ିଶା କନ୍‌କ୍ଲେଭ ରାଜ୍ୟରେ ନୂତନ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ଶିଳ୍ପାୟନର ଭିତ୍ତିଭୂମିକୁ ବହୁମୁଖୀ କରି ପାରିଥିଲ। କୋଭିଡ୍‌ ମହାମାରୀ ସତ୍ତ୍ୱେ ଓଡ଼ିଶା ଡିଜିଟାଲ ଜ୍ଞାନ କୌଶଳ ବ୍ୟବହାର କରି ପୁଞ୍ଜିନିବେଶକାରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ସଫଳ ହୋଇପାରିଛି । ସେଥିଯୋଗୁ ୨୦୨୦ ଫେବୃୟାରୀ ସୁଦ୍ଧା ୨୪, ୩୦୦ କୋଟି ଟଙ୍କା ନୂତନ ପୁଞ୍ଜି ନିବେଶକୁ ଆକର୍ଷିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଞ୍ଜିବିନିଯୋଗ ରାସ୍ତାରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହେବ ସେଥିପାଇଁ ରାଜ୍ୟ ସରକାର ଏକ ମଜଭୁତ ସିଙ୍ଗଲଓ୍ବିଣ୍ଡୋ ପ୍ରସ୍ତୁତ କରିଛନ୍ତି। ଶିଳ୍ପ ପ୍ରକଳ୍ପଗୁଡ଼ିକ ଯେପରି ତ୍ୱରାନ୍ବିତ ହୋଇପାରିବ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭଦ୍ରକରୁ ଭିଡିଓ କନ୍‌ଫରେନ୍ସ ଯୋଗେ ମେକ୍‌ – ଇନ୍‌ ଓଡ଼ିଶା କନ୍‌କ୍ଲେଭ ଯୋଗୁ ଓଡ଼ିଶାରେ ୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ହୋଇପାରିଛି ବୋଲି କହିଥିଲେ। ହାଇଦ୍ରାବାଦରୁ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇ ଏଫ୍‌ଆଇସିସିଆଇ ସଭାପତି ସଙ୍ଗୀତା ରେଡ୍ଡୀ କହିଥିଲେ, ଏଫ୍‌ଆଇସିସିଆଇ ସହ ଓଡ଼ିଶାର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି। ମେକ୍‌ – ଇନ୍‌ ଓଡ଼ିଶା କାର୍ଯ୍ୟକ୍ର୍ରମରେ ଜାତୀୟ ଅଂଶୀଦାର ହେବା ଏହି ଶିଳ୍ପ ସଂଗଠନ ପାଇଁ ସମ୍ମାନର ବିଷୟ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିବାବେଳେ ଏଫ୍‌ଆଇସିସିଆଇ ସେକ୍ରେଟାରି ଜେନେରାଲ ଦିଲୀପ ଚେନୋୟ ଧନ୍ୟବାଦ ଦେଇଥିଲେ। ଏମ୍‌ଓୟୁ ସ୍ବାକ୍ଷର ବେଳେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା , ଏଫ୍‌ଆଇସିସିଆଇ ପକ୍ଷରୁ ମୋନିକା ନାୟାର ପଟ୍ଟନାୟକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri