ମେକ୍‌ ଇନ୍‌ ଓଡ଼ିଶା ପାଇଁ ଏଫ୍‌ଆଇସିସିଆଇ ହେବ ପାର୍ଟନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ମେକ୍‌-ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଏଫ୍‌ଆଇସିସିଆଇ) ନ୍ୟାଶନାଲ ପାର୍ଟନର ହେବ। ଏନେଇ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଇପିକଲ ଏବଂ ଏଫ୍‌ଆଇସିସିଆଇ ମଧ୍ୟରେ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ଏମ୍‌ଓୟୁରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଇପିକଲ ଏମ୍‌ଡି ନୀତିନ୍‌ ଭାନୁଦାସ ଜାଓ୍ବେଲ ଏବଂ ଏଫ୍‌ଆଇସିସି ପକ୍ଷରୁ ଡେପୁଟି ଜେନେରାଲ ସେକ୍ରେଟାରି ଅରୁଣ ଚାଓ୍ବଲା ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ୟ ହାସଲ କରିବାକୁ ସକାରାତ୍ମକ ନୀତି, ଦୃଢ଼ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଏବଂ ଫଳାଫଳ ହାସଲ କରି ପାରୁଥିବା ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକ ରହିଛି। ରାଜ୍ୟରେ ଶିଳ୍ପ ଓ ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ୫-ଟି ଅଭିନବ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ବୁଝାମଣା ଦ୍ୱାରା ରାଜ୍ୟରେ ପରବର୍ତ୍ତୀ ଶିଳ୍ପାୟନର ଅଭିବୃଦ୍ଧି ଓ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଫ୍‌ଆଇସିସିଆଇ ସହିତ ହୋଇଥିବା ବୁଝାମଣାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ୨୦୧୬ ଏବଂ ୨୦୧୮ରେ ହୋଇଥିବା ମେକ୍‌ – ଇନ୍‌ ଓଡ଼ିଶା କନ୍‌କ୍ଲେଭ ରାଜ୍ୟରେ ନୂତନ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ଶିଳ୍ପାୟନର ଭିତ୍ତିଭୂମିକୁ ବହୁମୁଖୀ କରି ପାରିଥିଲ। କୋଭିଡ୍‌ ମହାମାରୀ ସତ୍ତ୍ୱେ ଓଡ଼ିଶା ଡିଜିଟାଲ ଜ୍ଞାନ କୌଶଳ ବ୍ୟବହାର କରି ପୁଞ୍ଜିନିବେଶକାରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ସଫଳ ହୋଇପାରିଛି । ସେଥିଯୋଗୁ ୨୦୨୦ ଫେବୃୟାରୀ ସୁଦ୍ଧା ୨୪, ୩୦୦ କୋଟି ଟଙ୍କା ନୂତନ ପୁଞ୍ଜି ନିବେଶକୁ ଆକର୍ଷିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଞ୍ଜିବିନିଯୋଗ ରାସ୍ତାରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହେବ ସେଥିପାଇଁ ରାଜ୍ୟ ସରକାର ଏକ ମଜଭୁତ ସିଙ୍ଗଲଓ୍ବିଣ୍ଡୋ ପ୍ରସ୍ତୁତ କରିଛନ୍ତି। ଶିଳ୍ପ ପ୍ରକଳ୍ପଗୁଡ଼ିକ ଯେପରି ତ୍ୱରାନ୍ବିତ ହୋଇପାରିବ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭଦ୍ରକରୁ ଭିଡିଓ କନ୍‌ଫରେନ୍ସ ଯୋଗେ ମେକ୍‌ – ଇନ୍‌ ଓଡ଼ିଶା କନ୍‌କ୍ଲେଭ ଯୋଗୁ ଓଡ଼ିଶାରେ ୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ହୋଇପାରିଛି ବୋଲି କହିଥିଲେ। ହାଇଦ୍ରାବାଦରୁ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇ ଏଫ୍‌ଆଇସିସିଆଇ ସଭାପତି ସଙ୍ଗୀତା ରେଡ୍ଡୀ କହିଥିଲେ, ଏଫ୍‌ଆଇସିସିଆଇ ସହ ଓଡ଼ିଶାର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି। ମେକ୍‌ – ଇନ୍‌ ଓଡ଼ିଶା କାର୍ଯ୍ୟକ୍ର୍ରମରେ ଜାତୀୟ ଅଂଶୀଦାର ହେବା ଏହି ଶିଳ୍ପ ସଂଗଠନ ପାଇଁ ସମ୍ମାନର ବିଷୟ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିବାବେଳେ ଏଫ୍‌ଆଇସିସିଆଇ ସେକ୍ରେଟାରି ଜେନେରାଲ ଦିଲୀପ ଚେନୋୟ ଧନ୍ୟବାଦ ଦେଇଥିଲେ। ଏମ୍‌ଓୟୁ ସ୍ବାକ୍ଷର ବେଳେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା , ଏଫ୍‌ଆଇସିସିଆଇ ପକ୍ଷରୁ ମୋନିକା ନାୟାର ପଟ୍ଟନାୟକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri