ମୃତ ଶ୍ରୀକାନ୍ତଙ୍କ ପରିବାରକୁ ଭେଟିଲେ ଜିଲାପାଳ

ଯାଜପୁର ଅଫିସ,୨୨ା୮: କଲିକତାଠାରେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ କୁରୁଡି ଗ୍ରାମର ଶ୍ରୀକାନ୍ତ ରାଉତଙ୍କ ରବିବାର ମୃତ୍ୟୁ ହୋଇଯାଇଥିଲା। ସିଂହପୁର-କଲିକତା ଯାଉଥିବା ସାହୁ ଟ୍ରାନ୍ସପୋର୍ଟ ବସ୍‌ର ଡ୍ରାଇଭର ଶ୍ରୀକାନ୍ତ କଲିକତାରେ ଗତ ୧୮ ତାରିଖ ରବିବାର ଦିନ ପହଞ୍ଚିବା ପରେ ଯାତ୍ରୀଙ୍କୁ ଓହ୍ଲାଇ ସାରି ଗାଡ଼ି ସଜାଡ଼ିବାକୁ ଯିବାବେଳେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ବୁଧବାର ପୂର୍ବାହ୍ନରେ ଜିଲାପାଳ ରଞ୍ଜନ କୁମାର ଦାସ ମୃତ ଶ୍ରୀକାନ୍ତଙ୍କ କୁରୁଡ଼ିସ୍ଥିତ ଘରେ ପହଞ୍ଚତ୍ ତାଙ୍କ ୪ଗୋଟି କନ୍ୟା ଓ ବିଧବା ପତ୍ନୀଙ୍କୁ ଭେଟିବା ସହ ସାନ୍ତ୍ୱନା ପ୍ରଦାନ କରିଥିଲେ। ଜିଲାପାଳ ଦାସ ସ୍ବର୍ଗତ ଶ୍ରୀକାନ୍ତଙ୍କ ଘରେ ପହଞ୍ଚତ୍ ରେଡକ୍ରସ ପାଣ୍ଠିରୁ ତତ୍‌କ୍ଷଣାତ୍‌ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ପୂର୍ବରୁ ଶବସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ସହାୟତା ଦିଆଯାଇଥିଲା। ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କାର ସହାୟତା, ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା, ଝିଅମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସ୍ବାବଲମ୍ବୀ କରିବାକୁ ଜିଲାପାଳ ବ୍ୟବସ୍ଥା କରିଛନ୍ତି। ସେହିପରି ମୋ’ କୁଡ଼ିଆ ଯୋଜନାରେ ତାଙ୍କୁ ସାମିଲ କରି ଯଥାଶୀଘ୍ର ପକ୍କା ଘର ଯୋଗାଇ ଦେବାକୁ ଦଶରଥପୁର ବିଡିଓଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍କୁଲ ଯାଉଥିବା ତାଙ୍କ ଝିଅଙ୍କ ପାଇଁ ମାସିକ ଦୁଇ ହଜାର ଟଙ୍କା ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ଅନ୍ତର୍ଗତ ପୃଷ୍ଠପୋଷକତା ବ୍ୟବସ୍ଥା ଅନୁସାରେ ପ୍ରଦାନ ପାଇଁ ଜିଲାପାଳ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳଙ୍କ ସହ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲାପାଳ ତଥା ଜିଲା ରେଡକ୍ରସ ଶାଖାର ସମ୍ପାଦକ କୁଳମଣି ନାୟକ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଚିତାଳୋ ସରପଞ୍ଚ ଓ ଦଶରଥପୁର ବ୍ଲକର କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri