ମୁନିଗୁଡ଼ା ଟିକରପଡ଼ା ବସ୍ତି ଅଞ୍ଚଳରେ ଡେଙ୍ଗୁ ଆତଙ୍କ: ୪୦ ଆକ୍ରାନ୍ତ ସୂଚନା

ମୁନିଗୁଡା,୧।୫(ଡି.ଏନ୍‌.ଏ.): ସାରା ରାଜ୍ୟରେ ଏବେ କରୋନା(କୋଭିଡ-୧୯)କୁ ଭୟର ମାହୋଲ। ଏପରିସ୍ଥଳେ ରାୟଗଡା ଜିଲା ମୁନିଗୁଡ଼ାର ଟିକରପଡ଼ା ବସ୍ତିରେ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁନିଗୁଡ଼ା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନାନୁଯାୟୀ, ଟିକରପଡ଼ାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଏବଂ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ପାଇ ଜିଲା ସ୍ବାସ୍ଥ୍ୟ ବିଭାଗରୁ ରାୟଗଡା ସିଡିଏମ୍‌ଓଙ୍କ ସହ ଅନ୍ୟ ଅଧିକାରୀ ମାନେ ପରିଦର୍ଶନରେ ଆସିଥିଲେ। ଏହାପରେ ସିଡିଏମ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ସପ୍ତାହେ ଧରି ବସ୍ତିରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲି ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କଠାରୁ ରକ୍ତ ସଂଗୃହିତ କରାଯାଇଥିଲା। ସେଥିମଧ୍ୟରୁ ୪୦ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ମିଳିଛି ବୋଲି ରାୟଗଡ଼ାର ଅତିରିକ୍ତ ଜିଲା ଚିକିତ୍ସାକାରୀ ବି.ଲକ୍ଷ୍ମୀନାରାୟଣ ପୃଷ୍ଟି ସୂଚନା ଦେଇଛନ୍ତି।

ଗତ କିଛି ଦିନ ମଧ୍ୟରେ ବହୁ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୪୦ଟି ରକ୍ତ ନମୁନା ଡେଙ୍ଗୁ ପଜିଟିଭ୍‌ ରହିଛି। ଏହି ରିପୋର୍ଟ ଆସିବା ପରେ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ଔଷଧ ଦିଆ ଯାଉଥିବା ଜଣାପଡିଛି।

ଗତ ୨ ମାସ ମଧ୍ୟରେ ଟିକରପଡ଼ାରେ ୧୦ରୁ ଊର୍ଦ୍ଧ୍ୱ ଜଣ ଅଚିହ୍ନା ରୋଗରେ ମୃତ୍ୟୁବରଣ କରିସାରିଛନ୍ତି। ଏ ସମ୍ପର୍କରେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସକ ଡା.ସଞ୍ଜୟ କୁମାର କହିଛନ୍ତି ଯେ ଗତ କିଛିଦିନ ଧରି ସେହି ବସ୍ତିରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି। ବସ୍ତିରେ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀ ମାନେ ସଚେତନ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri