Posted inଜାତୀୟ

ମୁଣ୍ଡ ନୁଆଁଇଲେ ମମତା

ନୂଆଦିଲ୍ଲୀ,୧୬ା୬(ପି.ଟି.): ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଛି। ଏହାକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଆଲୋଚନା ନିମନ୍ତେ ଡାକିଥିଲେ ହେଁ ଡାକ୍ତରମାନେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଅନ୍ୟପକ୍ଷରେ ଡାକ୍ତରଙ୍କ ସମସ୍ତ ଦାବିକୁ ପୂରଣ କରିବା ଲାଗି ସରକାର ଆଗ୍ରହୀ। ସେମାନେ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ମମତା ନିବେଦନ କରିଛନ୍ତି।
କୋଲକାତାର ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଦୁଇଜଣ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଦୁର୍ଭାଗ୍ୟଜନକ। ଯଥାଶୀଘ୍ର ସମ୍ଭବ ରାଜ୍ୟରେ ସ୍ବାସ୍ଥ୍ୟସେବା ସ୍ବାଭାବିକ କରିବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି ମମତା କହିଛନ୍ତି। ଜଣେ ବି ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବନି କିମ୍ବା ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ମମତା ଏକ ଖବରଦାତା ସମ୍ମିଳନୀରେ ଭରସା ଦେବା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇଆଣିବାକୁ ଡାକ୍ତରମାନଙ୍କୁ ଅନୁରୋଧ ଜଣାଇଛନ୍ତି।
ସ୍ବାସ୍ଥ୍ୟସେବାକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ମମତା ବାନାର୍ଜୀ ସଚିବାଳୟରେ ଡାକ୍ତର ପ୍ରତିନିଧିମାନଙ୍କର ଏକ ରୁଦ୍ଧଦ୍ୱାର ବୈଠକ ଡାକିଥିଲେ। ସେମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ମଣୁଥିବାରୁ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରଥମେ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ଓ ସେମାନଙ୍କର ୬ଟି ଦାବି ପୂରଣ କରାଯାଉ ବୋଲି କହିଥିଲେ। ଅନ୍ୟପକ୍ଷରେ ମମତା କହିଛନ୍ତି, ୫ ଦିନ ହେଲା ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ଗୁରୁତର ବ୍ୟାହତ ହୋଇଛି। ଏହା ସତ୍ତ୍ୱେ ତାଙ୍କ ସରକାର ସେମାନଙ୍କ ବିରୋଧରେ ଏସ୍‌ମା (ଜରୁରୀ ସେବା ପରିଚାଳନା ଆଇନ) ଲାଗୁ କରିନାହାନ୍ତି। ଆଲୋଚନା ପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କ ପାଖକୁ ସେ ତାଙ୍କର କେତେଜଣ ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କୁ ପଠାଇଥିଲେ। ୫ ଘଣ୍ଟା ଅପେକ୍ଷା ପରେ ମଧ୍ୟ ସେମାନେ ଆଲୋଚନାକୁ ଆସିଲେ ନାହିଁ। ସାମ୍ବିଧାନିକ ସଂସ୍ଥାକୁ ସେମାନେ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲର ଆବାସିକ ଡାକ୍ତରମାନେ ଶୁକ୍ରବାର କାର୍ଯ୍ୟବନ୍ଦ କରିଥିଲେ। ଶନିବାର ସେମାନେ କାର୍ଯ୍ୟରେ ଯୋଗଦେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୪୮ ଘଣ୍ଟା ମଧ୍ୟରେ ଦାବି ପୂରଣ ନ କଲେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri