ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଦିଆଯିବ ଗୁରୁତ୍ୱ

ବ୍ରହ୍ମପୁର ଅଫିସ/ ସୋରଡା,୧୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ସୋରଡ଼ାରେ ଅନୁଷ୍ଠିତ ହେବ। ଏଥିରେ ଦଳର ପ୍ରାୟ ୩ ହଜାର କର୍ମୀ, ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାକାର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଆୟୋଜନର ଦାୟିତ୍ୱ ଦିଆଯାଇଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଛତ୍ରପୁର ବିଧାୟକ ତଥା ଦଳର ଜିଲା ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ସୋରଡ଼ାରେ ରହି ଏହାର ତଦାରଖ କରୁଛନ୍ତି।
୨୦୧୮ ଜୁନ ୨୨ରେ ଗୋପାଳପୁରରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ୧୫ ମାସ ବିତିବାକୁ ଯାଉଥିବା ବେଳେ ୨୦୧୯ର ବୈଠକ ସୋରଡ଼ାରେ ଆୟୋଜନ କରାଯାଇଛି। ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିବେ। ୨ ଏମ୍‌ପିଙ୍କ ବ୍ୟତୀତ ୧୧ ବିଧାୟିକା, ବିଧାୟକ ଯୋଗଦେବେ। ଜିଲା ପର୍ଯ୍ୟବେକ୍ଷକ ଓ ଅନ୍ୟମାନେ ଉପସ୍ଥିତ ରହିବେ ।
ମୁଖ୍ୟତଃ ଦଳର ସଂଗଠନକୁ ବିସ୍ତାର କରିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ୫-ଟି ର ସଫଳ ରୂପାୟନ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲା ସାଧାରଣ ସମ୍ପାଦକ ସୁବାସ ସୂଚନା ଦେଇଛନ୍ତି। ନୂଆ ଫର୍ମୁଲାରେ ବିଜେଡି ସଦସ୍ୟା, ସଦସ୍ୟଙ୍କ ସଂଖ୍ୟା ଆଶାନୁରୂପ ବୃଦ୍ଧି ନିମନ୍ତେ ସମବେତ କର୍ମୀ ଓ ନେତାଙ୍କୁ ପରାମର୍ଶ ଦିଆଯିବ। ଏଥିପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ ଉପସ୍ଥାପିତ କରାଯିବ।
ଗତ ବର୍ଷ ଗୋପାଳପୁର ବୈଠକରେ ଆଗତ ୨୭ ରାଜନୈତିକ ପ୍ରସ୍ତାବରୁ କେତୋଟି କାର୍ଯ୍ୟକାରୀ ହୋଇଛି ସେନେଇ ସମୀକ୍ଷା କରାଯିବ। ଏହି ଗୃହୀତ ପ୍ରସ୍ତାବଗୁଡ଼ିକ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିଲା। ତା’ ମଧ୍ୟରେ ଜିଲାର ସବୁ ବ୍ଲକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ଏମ୍‌କେସିଜି ମେଡିକାଲ କଲେଜକୁ ସ୍ବୟଂଶାସିତ ମାନ୍ୟତା ଦିଆଯିବା ଏବଂ ସେଠାରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରାଯିବା, ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଋଷିକୁଲ୍ୟା ନଦୀ ଯୋଜନାର ଆଧୁନିକୀକରଣ, ଘଟକେଶ୍ୱର ସେଚ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ କରାଯିବା, ମତ୍ସ୍ୟଜୀବୀଙ୍କ ପାଇଁ ମାଛ ଧରା ବନ୍ଦର ନିର୍ମାଣ ଆଦି ଅନ୍ତର୍ଭୁକ୍ତ ଥିଲା। ସେହିପରି ବ୍ରହ୍ମପୁରରେ ରିଂ-ରୋଡ ନିର୍ମାଣ, ଆସିକା ଚିନିଶିଳ୍ପର ଉନ୍ନତୀକରଣ କରାଯିବା ଆଦି ପ୍ରସ୍ତାବ ଗୃହୀତ ହୋଇଥିଲା। ତନ୍ମଧ୍ୟରୁ ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ସୋରଡ଼ା ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ।
ଗୋପାଳପୁର ବୈଠକରେ ଓଡ଼ିଶା ତଥା ଗଞ୍ଜାମ ଜିଲା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ନେଇ ୧୨ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈମାତୃକ ମନୋଭାବ ପୋଷଣ ନେଇ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା। ଚଳିତ ବର୍ଷ ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି। ତେଣୁ ସୋରଡ଼ା ବୈଠକରେ କେନ୍ଦ୍ର ଅବହେଳାକୁ ନେଇ କି ପ୍ରକାର ପ୍ରସ୍ତାବ ଆଗତ ହେବ କି ନାହିଁ ସେନେଇ ରାଜନୈତିକ ମହଲରେ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri