ମୁଖ୍ୟମନ୍ତ୍ରୀକଁର ଦପ୍‌ତରରୁ ଆସିଥିଲା ନିରଦେଶ: ୧୯ ବଛର ଉତାରୁ ସାକାର ହେଲା ସପନ୍‌

କେସିଙ୍ଗା, ୯।୧୨ (ଡି.ଏନ.ଏ.)-  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଁଚେତ୍‌ ଅଧୀନ ଗୋଟିପଡ଼ାର କପିଳେଶ୍ୱର ସାହୁ(୬୫) ଆର ମାଏକିନା ମଥୁରା ସାହୁ(୬୨)। ଇ ବୁରୁଧ୍‌ ଦମ୍ପତି ଅଭାବ ଅନାଟନ ଲାଗି ୩୦ ବଛର ହେଲା ଗୁଟେ ଭଂଗା ଦଦ୍‌ରା ଝାଟିମାଟି କୁରିଆରେ ବଡ଼ା ଗୁଲ୍‌ଗୁଲା ହେଇ ରହୁଥିଲେ। ଇ ବାବ୍‌ଦେ ଗଲା ଜୁନ୍‌ ୩୦ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଡିହ ମିଲିଛେ, ଘରଖଁଡ଼େ ଆଶ୍‌ରେ ୧୯ ବଛର’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟନାର ତଦଁତ କରି ବୁରୁଧ୍‌ ଦମ୍ପତିକେ ଘର ଯୁଗେଇ ଦେବାକେ ମୁଖ୍ୟମନ୍ତ୍ରୀକଁର ତପ୍‌ତରରୁ ନିରଦେଶ ଆସିଥିଲା।
ସୂଚନା ହିସାବେ ଗୋଟିପଡ଼ାର କପିଳେଶ୍ୱର ସାହୁ ଝନେ ନିହାତି ଗରିବ୍‌ ଆର ଖଟିଖିଆ ଲୋକ୍‌ ଆଏ। ଏନ୍‌ତାଥି ସେ ଅଭାବ ଅନାଟନ ଲାଗି ଜୀବନ୍‌ଯାକ ଭଲ ଘର ବଖରେ ତିଆର କରି ନାଇଁପାରି। କପିଲେଶ୍ୱର ଆର ତାକର ମାଏକିନା ୨୦୦୦ ସାଲେ ସରକାରନୁ ପାଇଥିବାର ୪ ଡେସିମିଲ ଡିହରେ ଗୁଟେ ଝାଟିମାଟି ଘର କରି ମୁଡ଼ ଗୁଁଜିଥିଲେ। ହେଲେ ଗଲା ବଛର ବରଷାରେ ତାକର କୁରିଆଟା ଭାଂଗି ଯାଇଥିଲା। କପିଳେଶ୍ୱର ତହସିଲରେ ଯାଇ ଗୁହାରପାତ କଲାରୁ ତାହାକୁ ତାରପଲିନ୍‌ ଖଁଡ଼େ ମିଲିଥିଲା। ହେଲେ ଘରଡିହ ପଟ୍ଟା ପାଏବାର ୧୯ ବଛର ବିତିଯାଇଥିଲେ ବି ସରକାରୀ ଯୋଜନାରେ ଘରଖଁଡ଼େ ପାଏବାରୁ ସେ ବଁଚିତ୍‌ ଥିଲେ। ଇ ବାବ୍‌ଦେ ଗଲା ଜୁନ୍‌ ୩୦ ତାରିଖ ଧରିତ୍ରୀ ସମ୍ବଲପୁରରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲାରୁ ଘଟନାର ତଦଁତ୍‌ କରି କପିଳେଶ୍ୱରକୁଁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ମୁଖ୍ୟମନ୍ତ୍ରୀକଁର ଦପ୍‌ତରରୁ ନିରଦେଶ ଆସିଥିଲା। ପଛେ ବ୍ଲକ ପରଶାସନ କପିଳେଶ୍ୱରକୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗଲା ଅକ୍ଟୋବର ମାସେ ଘର ତିଆରିବାର ଲାଗି କାର୍ଯ୍ୟାଦେଶ ଦେଇଛେ। ସେନ୍‌ତା ଗୋଟିପଡ଼ାର ଗୁଞ୍ଜ ଚନ୍ଦ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେଇ କାର୍ଯ୍ୟାଦେଶ ପାଇଛନ୍‌। ଇ ଦୁଇ ପରିବାର ଘର ପାଏଲା ଉତାରୁ ଖବର ପରସାରନ କରି ଘଟନାକେ ପରଶାସନର ନଜରକେ ଆନିଥିବାରୁ ଧରିତ୍ରୀ ପରିବାରକେ ଧଏନ୍‌ବାଦ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri