Posted inରାଜ୍ୟ

ମୁକୁଳା ପଡିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର: ୨ ମାସରେ ମଲେଣି ୨୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳି

ରଣପୁର,୨୫ା୫(ସ୍ବ.ପ୍ର.): ନିରାପଦରେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳସ୍ବରୂପ ଅନେକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଣ ହେଉଛି। ଏହାର ପରିଣତି ନିରୀହ ପ୍ରାଣୀମାନଙ୍କୁ ଭୋଗିବାକୁ ପଡୁଛି। ଏହାର ଏକ ନମୁନା ନୟାଗଡ଼ ଜିଲା ରଣପୁର ବିଦ୍ୟୁତ୍‌ ବିଭାଗ (ସେସୁ) ଅଧୀନ ଗୋପାଳପୁର ଗ୍ରାମରେ ଦେଖିବାକୁ ମିଳିଛି। ଟ୍ରାନ୍ସଫର୍ମର ମୁକୁଳା ପଡିଥିବାରୁ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବଳଦର ମୃତ୍ୟୁ ଘଟିଛି। ଦୁଇମାସ ଭିତରେ ଏହି କାରଣରୁ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ବିଭାଗ ପାଖରେ ଅଭିଯୋଗ କଲେ ସେମାନଙ୍କୁ ଧମକ ମିଳୁଥିବା ଜଣାଯାଇଛି।
ଗୋପାଳପୁର ଗ୍ରାମ ବଣିଆ ସାହିକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗ ତରଫରୁ ଗ୍ରାମ ମୁଣ୍ଡ ରାସ୍ତା କଡରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ଦୀର୍ଘମାସ ହେବ ଏହି ଟ୍ରାନ୍ସଫର୍ମରଟି ଏଠାରେ ବସାଯାଇଥିଲେ ମଧ୍ୟ ବିଭାଗ ତରଫରୁ ଏହା ଚାରିପାଖରେ ପାଚେରି କିମ୍ବା ତାରବାଡ କରାଯାଇ ନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଗୃହପାଳିତ ପ୍ରାଣୀମାନେ ଚରିବା ପାଇଁ ଟ୍ରାନ୍ସଫର୍ମର ନିକଟକୁ ଚାଲିଯାନ୍ତି। ଫଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥାଆନ୍ତି। ଦୁଇମାସ ଭିତରେ ବିଭିନ୍ନ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଗାଈ, ବଳଦ, ଛେଳି ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ଗୁରୁବାର ବଣିଆ ସାହିର ଉଲି ମୁଖୀଙ୍କ ବଳଦ ବାହାରକୁ ଚରାଇବା ପାଇଁ ନେଉଥିବା ବେଳେ ଟ୍ରାନ୍ସଫର୍ମର ନିକଟକୁ ପଳାଇଥିଲା। ସେଠାରେ ବିଦ୍ୟୁତ୍‌ ଆଘାତରେ ବଳଦର ମୃତ୍ୟୁ ଘଟିଥିଲା। ଏ ନେଇ ଉଲି ରଣପୁର ସେସୁ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ସମାଧାନ ବଦଳରେ ଧମକ ଦେଇଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଟାଙ୍ଗୀ ବିଦ୍ୟୁତ୍‌ ବିଭାଗ ସେସୁର ଏସ୍‌ଡିଓଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଏ ବିଷୟରେ ଅବଗତ ନାହିଁ । ଯଦି ସେଠାରେ ଖୋଲା ଟ୍ରାନ୍ସଫର୍ମର ପଡିଆରେ ବସିଛି ତା’ହେଲେ ତୁରନ୍ତ ତାକୁ ତାରବାଡ ଦ୍ୱାରା ଆବଦ୍ଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri