Posted inରାଜ୍ୟ

ମୁକୁଳା ପଡିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର: ୨ ମାସରେ ମଲେଣି ୨୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳି

ରଣପୁର,୨୫ା୫(ସ୍ବ.ପ୍ର.): ନିରାପଦରେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳସ୍ବରୂପ ଅନେକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଣ ହେଉଛି। ଏହାର ପରିଣତି ନିରୀହ ପ୍ରାଣୀମାନଙ୍କୁ ଭୋଗିବାକୁ ପଡୁଛି। ଏହାର ଏକ ନମୁନା ନୟାଗଡ଼ ଜିଲା ରଣପୁର ବିଦ୍ୟୁତ୍‌ ବିଭାଗ (ସେସୁ) ଅଧୀନ ଗୋପାଳପୁର ଗ୍ରାମରେ ଦେଖିବାକୁ ମିଳିଛି। ଟ୍ରାନ୍ସଫର୍ମର ମୁକୁଳା ପଡିଥିବାରୁ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବଳଦର ମୃତ୍ୟୁ ଘଟିଛି। ଦୁଇମାସ ଭିତରେ ଏହି କାରଣରୁ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ବିଭାଗ ପାଖରେ ଅଭିଯୋଗ କଲେ ସେମାନଙ୍କୁ ଧମକ ମିଳୁଥିବା ଜଣାଯାଇଛି।
ଗୋପାଳପୁର ଗ୍ରାମ ବଣିଆ ସାହିକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗ ତରଫରୁ ଗ୍ରାମ ମୁଣ୍ଡ ରାସ୍ତା କଡରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ଦୀର୍ଘମାସ ହେବ ଏହି ଟ୍ରାନ୍ସଫର୍ମରଟି ଏଠାରେ ବସାଯାଇଥିଲେ ମଧ୍ୟ ବିଭାଗ ତରଫରୁ ଏହା ଚାରିପାଖରେ ପାଚେରି କିମ୍ବା ତାରବାଡ କରାଯାଇ ନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଗୃହପାଳିତ ପ୍ରାଣୀମାନେ ଚରିବା ପାଇଁ ଟ୍ରାନ୍ସଫର୍ମର ନିକଟକୁ ଚାଲିଯାନ୍ତି। ଫଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥାଆନ୍ତି। ଦୁଇମାସ ଭିତରେ ବିଭିନ୍ନ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଗାଈ, ବଳଦ, ଛେଳି ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ଗୁରୁବାର ବଣିଆ ସାହିର ଉଲି ମୁଖୀଙ୍କ ବଳଦ ବାହାରକୁ ଚରାଇବା ପାଇଁ ନେଉଥିବା ବେଳେ ଟ୍ରାନ୍ସଫର୍ମର ନିକଟକୁ ପଳାଇଥିଲା। ସେଠାରେ ବିଦ୍ୟୁତ୍‌ ଆଘାତରେ ବଳଦର ମୃତ୍ୟୁ ଘଟିଥିଲା। ଏ ନେଇ ଉଲି ରଣପୁର ସେସୁ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ସମାଧାନ ବଦଳରେ ଧମକ ଦେଇଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଟାଙ୍ଗୀ ବିଦ୍ୟୁତ୍‌ ବିଭାଗ ସେସୁର ଏସ୍‌ଡିଓଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଏ ବିଷୟରେ ଅବଗତ ନାହିଁ । ଯଦି ସେଠାରେ ଖୋଲା ଟ୍ରାନ୍ସଫର୍ମର ପଡିଆରେ ବସିଛି ତା’ହେଲେ ତୁରନ୍ତ ତାକୁ ତାରବାଡ ଦ୍ୱାରା ଆବଦ୍ଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri