ମୁକୁଳା ପଡ଼ିଛି ବାଲେଶ୍ୱର-ବାସୁଦେବପୁର ସଲ୍ଟ ରୋଡ୍‌: ଫାଇଦା ନେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ବାହାନଗା, ୨୩ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ସମସ୍ତ ସୀମାନ୍ତକୁ ସିଲ୍‌ କରାଯାଇଛି। ଏବେ ରାଜ୍ୟ ବାହାରେ କାମ କରୁଥିବା ଓଡିଆ ଲୋକମାନେ ଚାଲି ଚାଲି , ସାଇକେଲ ଓ କାର ଭଡା କରି ନିଜ ଘରକୁ ଫେରିଆସୁଛନ୍ତି। ବିଶେଷ କରି ପଶ୍ଚିମବଙ୍ଗରେ କାମ କରୁଥିବା ଓଡିଆମାନେ ଏବେ ଘରମୁଁହା ହୋଇଛନ୍ତି। ବାଲେଶ୍ୱର ଜିଲାର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଦେଇ ଭଦ୍ରକ ଜିଲା ବାସୁଦେବପୁରକୁ ସଂଯୋଗ କରୁଥିବା ତଳରାସ୍ତା ସଲ୍ଟ ରୋଡ ଏବେ ମୁକୁଳା ପଡିଛି। ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ପ୍ରବାସୀ ଓଡିଆ ପଶ୍ଚିମବଙ୍ଗରୁ ନିଜ ଘରକୁ ଫେରୁଛନ୍ତି। ବିଳମ୍ବିତ ରାତିରେ ଆମ୍ବୁଲାନ୍ସର ସାହାରା ନେଇ ସେମାନେ ପଳାଇଆସୁଛନ୍ତି। ଏହି ରାସ୍ତାକୁ ଅବରୋଧ କରାଯିବା ପାଇଁ ଗୋପାଳପୁର ନାଗରିକ ମଞ୍ଚ ଓ ସ୍ବଚ୍ଛ ଭାରତ ଅଭିଯାନର ଆବାହକ ସୁଦର୍ଶନ ମହାପାତ୍ର, ସାମାଜିକ କର୍ମୀ ଅନ୍ତର୍ଯ୍ୟାମୀ ପଣ୍ଡା, ଗୋପାଳପୁର ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ପ୍ରମୁଖ ପ୍ରଶାସନଠାରେ ଦାବି ଜଣାଇଛନ୍ତି।
ସଲ୍ଟରୋଡରେ ପ୍ରଶାସନ ପକ୍ଷରୁ ଚେକପୋଷ୍ଟ କରାଗଲେ ପଶ୍ଚିମବଙ୍ଗ ଫେରାନ୍ତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡନ୍ତା। ସେମାନଙ୍କୁ ସରକାରଙ୍କ ଦ୍ୱାରା କରାଯାଇଥିବା କ୍ୱାରାଣ୍ଟାଇନ୍‌ରେ ରଖାଯାଇପାରନ୍ତା। କଲିକତାରୁ ସାଇକେଲ, କାର ଓ ମାଲ ବୋଝେଇ ପିକ୍‌ଅପ୍‌ରେ ପଳାଇଆସୁଥିବା ଲୋକମାନେ ବାଲେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କ ପରିବାର ଲୋକ ଗାଡି ନେଇ ରାତିରେ ତଳ ରାସ୍ତା ବା ସଲ୍ଟ ରୋଡ ଦେଇ ଘରକୁ ନେଇଯାଉଛନ୍ତି। ଫଳରେ ପ୍ରଶାସନ ପାଖରେ କିଛି ତଥ୍ୟ ରହୁନାହିଁ। ଲକ୍‌ଡାଉନ୍‌ ପରେ ବାଲେଶ୍ୱର ଜିଲା ବାହାନଗା ବ୍ଲକକୁ ବାହାର ରାଜ୍ୟ ତଥା କଲିକତା, କେରଳ, ବମ୍ବେ, ଚେନାଇ, ତାମିଲନାଡୁ, ହାଇଦ୍ରାବାଦ ଆଦି ଅଞ୍ଚଳରୁ ବୁଧବାର ସୁଦ୍ଧା ୧୩ଶହ ୧୯ ଜଣ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ କଲିକତାରୁ ୫୦ଭାଗ ଆସିଥିବା ଜଣାପଡିଛି। ତେବେ ଦେଶ ବାହାରେ ଚାକିରି କରିଥିବା ୧୪ଜଣ ବାହାନଗା ବ୍ଲକର ବିଭିନ୍ନ ଗ୍ରାମର ସେମାନଙ୍କ ଘରକୁ ଫେରିଛନ୍ତି। ଫେରିଥିବା ଲୋକଙ୍କୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri