ମିଶନ ଆଶାଲୋକ ଅଭିଯାନର ଶୁଭାରମ୍ଭ: ୧୮ ମାନସିକ ବିକାରଗ୍ରସ୍ତ ପୁରୁଷ ଉଦ୍ଧାର

ପୁରୀ ଅଫିସ, ୧୬ା୮: ଅନେକ ମାନସିକ ବିକାରଗ୍ରସ୍ତ ରାସ୍ତାଘାଟରେ ଏଣେତେଣେ ବୁଲୁଥାନ୍ତିି। କେହି କେହି ଲୋକଙ୍କୁ ମାଗି ଖାଇଥାନ୍ତି ତ ଆଉ କେହି ଅଳିଆ ଆବର୍ଜନା ଗଦାରୁ ପେଟର ଭୋକ ମେଣ୍ଟାନ୍ତିି। ହେଲେ ଏମାନଙ୍କ ପ୍ରତି ସହାନୁଭୂତିର ହାତ ବଢାଇବା ଲୋକ ପ୍ରାୟ କ୍ବିଚିତ ଦେଖିବାକୁ ମିଳିଥାନ୍ତି। ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲାରେ ଶହ ଶହ ସଂଖ୍ୟାରେ ମାନସିକ ବିକାରଗ୍ରସ୍ତ ରହିଛନ୍ତିି। ତେବେ ବାସହୀନ ମାନସିକ ବିକାରଗ୍ରସ୍ତ ପୁରୁଷଙ୍କ ପାଇଁ ଏବେ ଆଶାର ଆଲୋକ ସାଜିଛି ପିପୁଲ୍‌ସ ଫୋରମର ମିଶନ ଆଶାଲୋକ ଅଭିଯାନ। ସ୍ବାଧୀନତା ଦିବସ ଅବସରରେ ଗୁରୁବାର ପବିତ୍ର ଶ୍ରୀକ୍ଷେତ୍ର ମାଟିରୁ ଆରମ୍ଭ ହୋଇଛି ଏହି ଅଭିଯାନ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପତାକା ଦେଖାଇ ପିପୁଲ୍‌ସ ଫୋରମ୍‌ର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତିି। ପ୍ରଥମ ଦିବସରେ ପୁରୀ ସହରରୁ ୧୮ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର କରାଯାଇଛି।
୧୭ ବର୍ଷ ଧରି ସ୍ବେଚ୍ଛାସେବୀ ସଙ୍ଗଠନ ପିପୁଲ୍‌ସ ଫୋରମ ମହିଳା ଅସହାୟ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ଏବଂ ଥଇଥାନ କରିଆସୁଛିି। ମହିଳା ମାନସିକ ବିକାରଗ୍ରସ୍ତଙ୍କ ପରି ପୁରୁଷ ମାନସିକ ବିକାରଗ୍ରସ୍ତମାନେ ମଧ୍ୟ ଅକଥନୀୟ ଯନ୍ତ୍ରଣା ପାଉଛନ୍ତିି। ପୁରୀରେ ମଧ୍ୟ ଏହିଭଳି ବହୁ ପୁରୁଷ ମାନସିକ ବିକାରଗ୍ରସ୍ତ ବୁଲୁଛନ୍ତିି। ସେମାନଙ୍କ ଉପଦ୍ରବ, ଅକୁହା ଅବ୍ୟକ୍ତ ଯନ୍ତ୍ରଣାକୁ ଉପଲବ୍ଧି କରି ସେମାନଙ୍କର ଚିକିତ୍ସା ଏବଂ ଥଇଥାନ ପାଇଁ ମିଶନ ଆଶାଲୋକରେ ବ୍ୟବସ୍ଥା କରାଯାଇଛିି। ଗୁରୁବାର ପ୍ରଥମ ଦିବସରେ ବଡ଼ଦାଣ୍ଡ, ରେଳ ଷ୍ଟେଶନ, ଗୁଣ୍ଡିଚା ମନ୍ଦିର ପ୍ରଭୃତି ସ୍ଥାନରୁ ପିପୁଲ୍‌ସ ଫୋରମର ସଭ୍ୟ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ୫ଟି ଆମ୍ବୁଲାନ୍ସ ସହ ସଞ୍ଜୟ ପଟ୍ଟନାୟକ, ପ୍ରଦୀପ ଚମ୍ପତ୍ତିରାୟ, ନାଗେଶ ସୁନ୍‌କାରୀ, ଦର୍ଶନ ସୂର୍ଯ୍ୟ ସାହୁ, ସୁଜିତ୍‌ ମହାନ୍ତି ପ୍ରମୁଖ ୫୦ ସ୍ବେଚ୍ଛାସେବୀ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ୧୮ ଜଣଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଗଙ୍ଗପଡ଼ାସ୍ଥିତ ମିଶନ ଆଶାଲୋକ ଥଇଥାନ କେନ୍ଦ୍ରକୁ ନିଆଯାଇଛିି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ମାଗିଛନ୍ତି ତଥ୍ୟ: ମନମୋହନ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍: ମନମୋହନ ସାମଲ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri