ମାସ୍କ ଅଭାବ ଦୂରେଇବେ ମହିଳା ଉତ୍ପାଦକ ଗୋଷ୍ଠୀ

ବାଲେଶ୍ୱର ଅଫିସ,୧୯।୩- ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ବାପକ ସତର୍କତା ଅବଲମ୍ବନ କରାଯାଉଛି। କେନ୍ଦ୍ର ଓ ରାଜ୍ୟସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଚେତନତା ସୃଷ୍ଟି କରୁଛନ୍ତି। ସାନିଟାଇଜର ଏବଂ ମାସ୍କ ବ୍ୟବହାର ଲାଗି ପରାମର୍ଶ ଦିଆଯାଉଛି। ଏପରିି ସ୍ଥଳେ ବଜାରରେ ସାନିଟାଇଜର ଏବଂ ମାସ୍କର ଅଭାବ ସମସ୍ତଙ୍କ ଚିନ୍ତା ବଢାଇଛି। ବିଭିନ୍ନ ସ୍ଥାନରେ ଏବେ ଏସବୁ ଉତ୍ପାଦର କଳାବଜାର ଆରମ୍ଭ ହୋଇଯାଇଛି। ମାସ୍କ ଅଭାବ ସମସ୍ୟା ଦୂରେଇବା ଲାଗି ବାଲେଶ୍ୱର ଜିଲାର ୮ଟି ମହିଳା ଉତ୍ପାଦକ ଗୋଷ୍ଠୀର ୨୦୮ ଜଣ ମହିଳା ଏବେ ମାସ୍କ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଶୀଘ୍ର ବଜାରରେ ଉପଲବ୍ଧ ହେବ ଏବଂ ସୁଲଭ ମୂଲ୍ୟରେ ଗ୍ରାହକମାନେ ଏହା ପାଇ ପାରିବେ ବୋଲି ଜଣାପଡିଛି।
ବାଲେଶ୍ୱର ଜିଲା ପ୍ରଶାସନ ମାସ୍କର ଅଭାବ ଦୂର କରିବା ଲାଗି ଓଡ଼ିଶା ଗ୍ରାମାଞ୍ଚଳ ବିକାଶ ଓ ବିକ୍ରୟ ସମିତି (ଓରମାକ୍ସ) ମାଧ୍ୟମରେ ଉପତ୍ାଦକ ଗୋଷ୍ଠୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦେବା ସହ ସହାୟତା ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ଜିଲାରେ ମାସ୍କର ଅଭାବକୁ ପୂରଣ କରିବା ସକାଶେ ଲକ୍ଷ୍ୟ ରଖାଯାଇଛି। ବୁଧବାର ସହଦେବଖୁଣ୍ଟା ସ୍ଥିତ ଗୁଡ଼ିପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ମାସ୍କ ପ୍ରସ୍ତୁତି କୌଶଳ ପ୍ରଶିକ୍ଷଣ ଦେବା ଲାଗି ଏକଦିବସୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମର ସ୍ବୟଂସିଦ୍ଧା ମହିଳା ଉତ୍ପାଦକ ଗୋଷ୍ଠୀ, ଜଳେଶ୍ୱର ବ୍ଲକ ବର୍ଦ୍ଧନପୁର ଗ୍ରାମର ବିଶ୍ୱକର୍ମା ଟେଲରିଂ ଉତ୍ପାଦକ ଗୋଷ୍ଠୀ, ସଦର ବ୍ଲକ କସିପଦା ଗ୍ରାମର କ୍ରୀଷ୍ଣା ରେଶମ ଉତ୍ପାଦକ ଗୋଷ୍ଠୀ, ଶ୍ରୀକୋଣା ଗ୍ରାମର ନବବିକାଶ ଉତ୍ପାଦକ ଗୋଷ୍ଠୀ, ରେମୁଣା ବ୍ଲକ ନୂଆଗାଁ ଗ୍ରାମର ମା’ ବନଦୁର୍ଗା ଉତ୍ପାଦକ ଗୋଷ୍ଠୀ, ସୋର ବ୍ଲକ ମାଣିପୁର ଗ୍ରାମର ଜଗାବଳିଆ ଉତ୍ପାଦକ ଗୋଷ୍ଠୀ, ଖଇରା ବ୍ଲକ ପଳସା ଗ୍ରାମର ତ୍ରିଶକ୍ତି ଉତ୍ପାଦକ ଗୋଷ୍ଠୀର ୨୦୮ ଜଣ ମହିଳା ସାମିଲ ହୋଇଥିଲେ। ପ୍ରଶିକ୍ଷକ ଭାବେ କସିପଦା ଉତ୍ପାଦକ ଗୋଷ୍ଠୀର ମୁଖ୍ୟ ପ୍ରମିଳା ମୁଣ୍ଡା ଯୋଗଦେଇ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଓରମାକ୍ସର ଅତିରିକ୍ତ ମୁଖ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ବିଶ୍ୱାଳ ଯୋଗଦେଇ ତଦାରଖ କରିଥିଲେ। ସମସ୍ତ ଗୋଷ୍ଠୀକୁ ଓରମାକ୍ସ ପକ୍ଷରୁ ମାସ୍କ ପ୍ରସ୍ତୁତି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଓ କଞ୍ଚାମାଲ୍‌ କିଣିବା ପାଇଁ ୩ଲକ୍ଷ ୪ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ କେବଳ ୧ଲକ୍ଷ ଟଙ୍କା ଚଳନ୍ତି ପୁଞ୍ଜି ହିସାବରେ ବ୍ୟବହାର କରାଯିବାର ବ୍ୟବସ୍ଥା ରହିଛି। ଉକ୍ତ ୮ଟି ଉପତ୍ାଦକ ଗ୍ରୁପ୍‌କୁ ବାଲେଶ୍ୱର ଜିଲାର ୫ହଜାର ଓ ଭଦ୍ରକ ଜିଲାର ୫ହଜାର ମାସ୍କ ପ୍ରସ୍ତୁତ କରି ଯୋଗାଇଦେବା ସକାଶେ ଆଦେଶ ମିଳିଛି ବୋଲି ଓରମାକ୍ସର ଅତିରିକ୍ତ ମୁଖ୍ୟ ନିର୍ଦ୍ଦେଶକ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?