ମାଷ୍ଟରସେଫ୍‌ ଇଣ୍ଡିଆ ବିଜେତା ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଜାତୀୟସ୍ତରୀୟ ରିୟଲିଟି ଶୋ’ରେ ପୁଣିଥରେ ଚମକିଛି ଓଡ଼ିଶା। ଏଥର କୌଣସି ଡ୍ୟାନ୍ସ କି ମ୍ୟୁଜିକ୍‌ ରିୟାଲିଟି ଶୋ’ ନୁହେଁ, ଦେଶର ସବୁଠାରୁ ଲୋକପ୍ରିୟ କୁକିଂ ରିୟଲିଟି ଶୋ’ ‘ମାଷ୍ଟର୍‌ସେଫ୍‌ ଇଣ୍ଡିଆ’ରେ ପ୍ରଥମଥର ପାଇଁ ବାଜି ମାରିଛନ୍ତି ଜଣେ ଓଡ଼ିଆ। ବ୍ରହ୍ମପୁରରେ ଜନ୍ମିତ ଅବିନାଶ ନାୟକ ଓଡ଼ିଶାକୁ ଦେଇଛନ୍ତି ପ୍ରଥମ ମାଷ୍ଟରସେଫ୍‌ ଟାଇଟଲ୍‌। ଗତ ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ‘ମାଷ୍ଟର୍‌ସେଫ୍‌ ଇଣ୍ଡିଆ’ର ସିଜିନ-୬ର ଫିନାଲେ ଏପିସୋଡ୍‌ ଏପର୍ଯ୍ୟନ୍ତ ପ୍ରସାରିତ ହୋଇନଥିଲେ ମଧ୍ୟ ଅବିନାଶ ବିଜେତା ହୋଇଥିବା ଜଣାପଡ଼ିଛି। ‘ମୁମ୍ବାଇ ଲାଇଭ୍‌’ରେ ପ୍ରକାଶିତ ତଥ୍ୟ ମୁତାବକ ଏହାମଧ୍ୟରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ଶୁଟ୍‌ ଶେଷ ହୋଇସାରିଥିବାବେଳେ ଏହାର ବିଜେତା ଏବଂ ରନର୍ସଅପ୍‌ଙ୍କ ନାମ ଜଣାପଡ଼ିଛି। ଅବିନାଶ ଟାଇଟଲ୍‌ ଓ୍ବିନର୍‌ଭାବେ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିବା ବେଳେ ଆଉଜଣେ ପ୍ରତିଯୋଗୀ କଲିକତାର ଓଣ୍ଡ୍ରିଲା ବାଲା ରନର୍ସଅପ୍‌ ଟାଇଟଲ୍‌ ଜିତିଛନ୍ତି। ଆସନ୍ତା ୨୩ ତାରିଖରେ ମାଷ୍ଟର୍‌ସେଫ୍‌ ଇଣ୍ଡିଆର ଫିନାଲେ ଏପିସୋଡ୍‌ ପ୍ରସାରିତ ହେବା ସହ ସେହିଦିନ ବିଧିବଦ୍ଧ ଭାବେ ବିଜେତାଙ୍କ ନାମ ଘୋଷଣା କରାଯିବ।
କଲର୍ସରେ ପ୍ରସାରିତ ଦେଶର ବହୁଚର୍ଚ୍ଚିତ ରିୟଲିଟି ଶୋ’ ‘ବିଗ୍‌ ବସ୍‌’ର ବିଜେତାଙ୍କ ନାମ ଫିନାଲେ ପ୍ରସାରଣର ଗୋଟିଏ ଦିନ ଆଗରୁ ପ୍ରଘଟ ହେବାଭଳି ମାଷ୍ଟରସେଫ୍‌ ଇଣ୍ଡିଆର ବିଜେତାଙ୍କ ନାମ ମଧ୍ୟ ପ୍ରଘଟ ହୋଇଛି। ମୁମ୍ବାଇ ଲାଇଭ୍‌ର ରିପୋର୍ଟ ଅନୁସାରେ ଫିନାଲେ ରାଉଣ୍ଡରେ ବ୍ରହ୍ମପୁରର ୨୭ବର୍ଷୀୟ ଅବିନାଶଙ୍କ ସହ ୩୫ ବର୍ଷୀୟ ଓଣ୍ଡ୍ରିଲା ବାଲାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ମାଷ୍ଟରସେଫ୍‌ ସିଜନ୍‌ ୬ରେ ବିଭିନ୍ନ ଟାସ୍କ ସମ୍ପୂର୍ଣ୍ଣ କରିବା ପରେ ଅବିନାଶ ଏହି ଶୋ’ର ବିଜେତା ହୋଇଥିବା କୁହାଯାଇଛି। ଫିନାଲେରେ ସେ ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼, ଅଦା ମାଂସ ଏବଂ ଚିଙ୍ଗୁଡ଼ି ପ୍ରସ୍ତୁତ କରି ବିଚାରକଙ୍କ ହୃଦୟ ଜିତିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ମାଷ୍ଟରସେଫ୍‌ ସିଜିନ ୬ରେ ୮ଟି ଟାସ୍କ ଜିତି ଏକ ରେକର୍ଡ କରିଛନ୍ତି। ବିଶେଷକରି ଚିକେନ ବେସର ଓ ମନ୍ଦାର ରସଗୋଲାକୁ ସେ ମାଷ୍ଟର୍‌ସେଫ୍‌ ମାଧ୍ୟମରେ ନ୍ୟାଶନାଲ ପ୍ଲାଟଫର୍ମରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏକ ମଲ୍ଟିନ୍ୟାଶନାଲ କମ୍ପାନୀରେ ଇଞ୍ଜିନିୟରଭାବେ ଚାକିରି କରୁଥିବା ଅବିନାଶ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିବାରେ ଆଗ୍ରହ ରଖନ୍ତି। ପିଲାବେଳୁ ରୋଷେଇ କରିବା ତାଙ୍କର ଏକ ନିଶା ହୋଇଥିବାବେଳେ ଗତ ୩ବର୍ଷ ହେଲା ସେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ହଜିଯାଉଥିବା ଓଡ଼ିଆ ଖାଦ୍ୟଗୁଡ଼ିକୁ ନୂଆ ରୂପରେ ବର୍ତ୍ତମାନର ମିଲେନିଆଲଙ୍କ ସାମ୍ନାକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଆଗକୁ ଓଡ଼ିଆ ଖାଦ୍ୟରେ ଅଧିକ ଏକ୍ସପେରିମେଣ୍ଟ କରି ଏହାକୁ ଏକ ନୂଆ ସ୍ତରରେ ପହଞ୍ଚାଇବା ସହ ବ୍ଲଗିଂ ମାଧ୍ୟମରେ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ମାଷ୍ଟରସେଫ୍‌ର ଆଉଜଣେ ଓଡ଼ିଆ ପ୍ରତିଯୋଗୀ ଅନୁଗୋଳ ଜିଲାର ସ୍ମୃତିଶ୍ରୀ ସିଂ ବିଜେତା ହୋଇପାରି ନ ଥିଲେ ମଧ୍ୟ କାକରା ପିଠା ଓ ପଣସ ତରକାରି ଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ବିଚାରକଙ୍କ ସହ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri