ମାଲେସିଆରୁ ଆସିପାରୁ ନାହାନ୍ତି ନବଦମ୍ପତି

ନବରଙ୍ଗପୁର,୨୦।୩(ବି.ପ୍ର.) – ବିମାନ ଆସୁ ନ ଥିବାରୁ ନବରଙ୍ଗପୁର ସହରରୁ ହନିମୁନ ପାଇଁ ମାଲେସିଆ ଯାଇଥିବା ନବଦମ୍ପତି ଓଡିଶା ଆସିପାରୁ ନାହାନ୍ତି । ମାଲେସିଆର କୁଆଲାଲମ୍ପୁର ବିମାନ ବନ୍ଦରରେ ଗତ ୧୭ ତାରିଖରୁ ସେମାନେ ଫସି ରହିଛନ୍ତି। ଘରକୁ ଫେରିବା ପାଇଁ ହ୍ବାଟସଆପରେ ଭିଡିଓ ପଠାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ନବରଙ୍ଗପୁର ଇଚ୍ଛାବତୀଗୁଡାର ଗୁପ୍ତେଶ୍ୱର ମିଶ୍ରଙ୍କ ଝିଅ ପଲ୍ଲବୀ ମିଶ୍ର ଫେବୃୟାରୀ ୨୬ ତାରିଖରେ ସେହି ସାହିର ପରିମଲ ହାଲଦାରଙ୍କ ପୁଅ ଶଙ୍କର ହାଲଦାରଙ୍କୁ ବିବାହ କରିଥିଲେ। ମାର୍ଚ୍ଚ ୧୨ ତାରିଖରେ ବିଶାଖାପାଟଣାରୁ ହନିମୁନ ସକାଶେ ମାଲେସିଆ ଯାଇଥିଲେ ା ୧୭ ତାରିଖରେ ଫେରିବା ପାଇଁ ସେମାନେ ଟିକେଟ କରିଥିଲେ। କରୋନା ପାଇଁ ବିମାନ ଚଳାଚଳ ବନ୍ଦ କରାଯିବାରୁ ଉଭୟ ଫେରି ପାରି ନ ଥିଲେ ା ପରବର୍ତ୍ତୀ ସମୟରେ ୧୮ ତାରିଖରେ କୁଆଲାଲମ୍ପୁରରୁ ସିଙ୍ଗାପୁର ଦେଇ ବିଶାଖାପାଟଣା ବିମାନ ଯିବ ବୋଲି କୁଆଲାଲମ୍ପୁର ବିମାନ ବନ୍ଦରରେ ସେମାନଙ୍କୁ କୁହାଯାଇଥିଲା। ସେଥିରେ ବିଶାଖାପାଟଣା ଆସିବା ପାଇଁ ଟିକଟ କରିଥିଲେ ା ଉକ୍ତ ବିମାନକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। ପୁଣିଥରେ କୁଆଲାଲମ୍ପୁରରୁ ସିଙ୍ଗାପୁର-ଅମୃତସର ବିମାନ ଯିବ ବୋଲି ଜାଣିବା ପରେ ଟିକଟ କରିଥିଲେ। ତେବେ ବର୍ତ୍ତମାନ ସେହି ବିମାନକୁ ମଧ୍ୟ ବାତିଲ କରି ଦିଆଯାଇଥିବା ଜାଣିବା ପରେ ବିମାନ ବନ୍ଦରରେ ନବଦମ୍ପତି ଫସି ରହିଛନ୍ତି ା ଏହାକୁ ନେଇ ପଲ୍ଲବୀ ଓ ଶଙ୍କର ଭିଡିଓ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ା ୩ ଥର ଟିକଟ କରିବା ପରେ ନିଜ ପାଖରେ ଟଙ୍କା ଶେଷ ହୋଇ ଯାଇଥିବାରୁ ସେମାନେ ଚିନ୍ତାରେ ରହିଛନ୍ତି। ଟିକଟ ବାବଦ ଟଙ୍କା ମଧ୍ୟ ଫେରାଯାଉ ନାହିଁ। ଦମ୍ପତି ବାଙ୍ଗାଲୋରର ଏଚଡିଏଫସି ଲାଇଫରେ କାର୍ଯ୍ୟ କରନ୍ତି । ପଲ୍ଳବୀ ଓ ଶଙ୍କରଙ୍କ ସମେତ ଭାରତର ଆହୁରି ଅନେକ ନାଗରିକ ବିମାନବନ୍ଦରରେ ରହିଥିବା ସୂଚନା ମିଳିଛି ା ଝିଅ ଓ ଜ୍ୱାଇଁଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଗୁପ୍ତେଶ୍ୱର ମିଶ୍ର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri