ମାଲିକଙ୍କ ଏଟିଏମରୁ ଟଙ୍କା ଚୋରି: ୨ ଗିରଫ, ଲକ୍ଷେ ୬୪ହଜାର ଟଙ୍କା ଉଦ୍ଧାର

କଣ୍ଟାପଡ଼ା,୩୧ା୩(ଡି.ଏନ୍‌.ଏ)- ମାଲିକଙ୍କ ଏଟିଏମକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଚୋରି କରିବା ଅଭିଯୋଗରେ ଓଲଟପୁର ଥାନା ପୋଲିସ ୨ଜଣଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଣ୍ଟାପଡ଼ା ଗ୍ରାମର ଭଗବାନ ରାଉତରାୟ(୨୮) ଓ ଜିତେନ୍ଦ୍ର ବାରିକ(୨୦)। ପୋଲିସ ସେମାନଙ୍କଠାରୁ ୧,୬୪,୨୫୦ଟଙ୍କା ଉଦ୍ଧାର କରିଥିବାବେଳେ ବାକି ଟଙ୍କା ମିଳି ନ ଥିବା ଜଣାପଡ଼ିଛି। ଏ ନେଇ ପୋଲିସ ନଂ. ୩୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅନ୍ତର୍ଗତ କୂଅଁରପୁର ଗ୍ରାମର ପ୍ରତାପ ଆଚାର୍ଯ୍ୟଙ୍କର କାର ଡ୍ରାଇଭର ଭାବେ ଭଗବାନ ଗତ ୮ମାସ ହେଲା କାମ କରୁଥିଲେ। ଟଙ୍କା ଆବଶ୍ୟକ ଥିବାରୁ ଗତ ୨୯ ତାରିଖ ସକାଳେ ଭଗବାନ ପ୍ରତାପଙ୍କୁ ୨୦୦୦ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନ ଥିବାରୁ ପ୍ରତାପ ତାଙ୍କ କମ୍ପାନୀର ଏଟିଏମ କାର୍ଡ ଓ ଏହାର ପାସୱାର୍ଡ ଦେଇ ଟଙ୍କା ଉଠାଇ ନେବାପାଇଁ ଭଗବାନଙ୍କୁ କହିଥିଲେ। ସେହିଦିନ ୧୧ଟା ପରଠାରୁ ଭଗବାନ ମୋବାଇଲର ସୁଇଚ୍‌ଅଫ କରି ଆଉ ଧରାଛୁଅଁା ଦେଇନଥିଲେ। ୩୦ ତାରିଖ ଅପରାହ୍ନ ୪ଟାରେ ଉକ୍ତ ଆକାଉଣ୍ଟରେ ଥିବା ୧,୭୩,୯୦୦ ଟଙ୍କା ଉଠିଥିବା ସମ୍ପର୍କରେ ପ୍ରତାପଙ୍କ ମୋବାଇଲକୁ ମେସେଜ ଆସିଥିଲା। ପ୍ରତାପ ସଙ୍ଗେସଙ୍ଗେ ଖୋଜାଖୋଜି କରିବାପରେ ଭଗବାନ ଓ ତା’ର ସାଙ୍ଗ ଜିତେନ୍ଦ୍ରଙ୍କୁ କଣ୍ଟାପଡ଼ା ନିକଟସ୍ଥ ବଟଗାଦୀ ନିକଟରେ ପାଇଥିଲେ। ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ତାଙ୍କୁ ଧମକଚମକ ଦେଇଥିଲେ। ପ୍ରତାପ ଏ ସମ୍ପର୍କରେ ଓଲଟପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚୁରା କରି ଟଙ୍କା ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri