ମାଲିକ ନ ଥିବା ଗାଈ ଉଠାଇଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୧୪।୯-ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟା ସୁଧାରିବାକୁ ଆଉ ଏକ ପଦକ୍ଷେପ ହାତକୁ ନେଇଛି ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) । ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବୁଲା ଗୋରୁ, ମଇଁଷିଙ୍କୁ ରାସ୍ତାରୁ ହଟାଇବା ଦିଗରେ ବିଏମସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମାଲିକ ନ ଥିବା ଗାଈଙ୍କୁ ରାସ୍ତାରୁ ଉଠାଯାଇ ନିକଟବର୍ତ୍ତୀ ଅଞ୍ଚଳର କୃଷକଙ୍କୁ ଦାନ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।
ଶେଷ ସୁଦ୍ଧା ବିଏମସି ପକ୍ଷରୁ ୪୫୩୪ ଗାଈ, ମଇଁଷିଙ୍କୁ ଟ୍ୟାଗିଂ କରାଯାଇଛି ା ପ୍ରଥମ ପର୍ଯ୍ୟାୟରେ ରାସ୍ତାରୁ ଉଠାଯାଇଥିବା ମାଲିକ ନ ଥିବା ୫ ଗାଈଙ୍କୁ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର କୃଷକଙ୍କୁ ଦାନ କରାଯାଇଥିବା କମିଶନର ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ବିଏମସି ପକ୍ଷରୁ ଗଠିତ ୧୦ ଜଣିଆ ସ୍କ୍ବାର୍ଡ ଟିମ ଗାଈଗୋରୁଙ୍କୁ ରାସ୍ତାରୁ ଉଠାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି ା ପରବର୍ତ୍ତି ପର୍ଯ୍ୟାୟରେ ମାଲିକ ଥିବା ଗୋରୁ ଗାଈଙ୍କ ଅବାଧ ବିଚରଣକୁ ରୋକିବା ଦିଗରେ ପଦକ୍ଷେପ ନିଆଯିବ। ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ବୁଲା ଗୋରୁଙ୍କ ଯୋଗୁ ବ୍ରହ୍ମପୁରରେ ବହୁ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଏହାକୁ ଦୃୃଷ୍ଟିରେ ରଖି ବୁଲା ଗୋରୁଗାଇ, ମଇଁଷିଙ୍କ ଅବାଧ ବିଚରଣ ଉପରେ ରୋକ ଲଗାଇବାକୁ ବିଏମସି ପକ୍ଷରୁ ଜୁଲାଇ ୧ରୁ ଟ୍ୟାଗିଂ ପ୍ରକ୍ରିିୟା ଆରମ୍ଭ ହୋଇଥିଲା ା ପ୍ରାଣୀଧନ ଚିକିସତ୍ା ବିଭାଗର ସହଯୋଗରେ ଏହି ଟ୍ୟାଗିଂ ପ୍ରକ୍ରିୟା ହୋଇଥିଲା। ପ୍ରତ୍ୟେକ ୱାର୍ଡର ବୁଲା ଗୋରୁ ଓ ମଇଁଷିଙ୍କୁ ଚିହ୍ନଟ କରି ୧୧ ସଂଖ୍ୟା ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ନମ୍ବର ଥିବା ଟ୍ୟାଗକୁ ସେମାନଙ୍କ କାନରେ ଖଞ୍ଜା ଯାଇଥିଲା ା
ଟ୍ୟାଗିଂ ନମ୍ବର ସହ ଗୋରୁ, ମଇଁଷିଙ୍କ ମାଲିକଙ୍କ ନାମ ଠିକଣାକୁ ସଂଯୋଗ କରାଯାଇଥିଲା ା ଉକ୍ତ ଗୋରୁ ଓ ମଇଁଷି ରାସ୍ତାରେ ଅବାଧରେ ବୁଲୁଥିବା ଦେଖିବାକୁ ମିଳିଲେ ସେମାନଙ୍କୁ ବିଏମସି ପକ୍ଷରୁ ଧରାଯିବ ା ସମ୍ପୃକ୍ତ ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରାଯିବ। ଏହା ପରେ ବି ପୁଣି ରାସ୍ତାକୁ ଆସିଲେ ଗୋରୁ ଓ ମଇଁଷିଙ୍କୁ ଧରି ଚାଷୀ ତଥା ଗୋପାଳକଙ୍କୁ ଦାନ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri