ମାର୍ଚ୍ଚରେ ଉପକୃତ ହୋଇଛନ୍ତି ୧ଲକ୍ଷ ସଂସ୍ଥା

ଭୁବନେଶ୍ୱର,୭ା୫(ବ୍ୟୁରୋ): ମହାମାରୀ କରୋନା ବେଳେ କ୍ଷୁଦ୍ର ବେସରକାରୀ ସଂସ୍ଥାଗୁଡ଼ିକରେ କାମ କରୁଥିବା ସ୍ବଳ୍ପ ବେତନଧାରୀ କର୍ମଚାରୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟ ତରଫରୁ ଆରମ୍ଭ କରାଯାଇଛି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’। ଏହି ଯୋଜନା ଅଧୀନରେ ମାର୍ଚ୍ଚ ମାସରେ ପ୍ରାୟ ୧ଲକ୍ଷ ଅନୁଷ୍ଠାନ ପାଇଁ ୨୦୭ କୋଟିର ଅନୁଦାନ ଦିଆଯାଇଛି। ଯୋଜନା ଅନୁଯାୟୀ,୧୦୦ରୁ କମ୍‌ କର୍ମଚାରୀ କାମ କରୁଥିବା ଅନୁଷ୍ଠାନଗୁଡ଼ିକରେ ଯଦି ୯୦ପ୍ରତିଶତ କର୍ମଚାରୀ ମାସିକ ୧୫ହଜାର ଟଙ୍କାରୁ କମ୍‌ ଦରମା ପାଉଛନ୍ତି ତେବେ ଏଭଳି ଅନୁଷ୍ଠାନଗୁଡ଼ିକ ମାର୍ଚ୍ଚ,ଏପ୍ରିଲ ଏବଂ ମେ ମାସର ଭବିଷ୍ୟନିଧି ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ବାବଦକୁ ଉଭୟ କର୍ମଚାରୀ ଓ ନିଯୁକ୍ତି ଦାତାଙ୍କ ପାଇଁ ୨୪ପ୍ରତିଶତ ଦେୟ ଭାରତ ସରକାର ବହନ କରିବେ। ଆଗାମୀ ସମୟରେ ପ୍ରାୟ ୪ଲକ୍ଷରୁ ଊର୍ଦ୍ଧ୍ୱ ସଂସ୍ଥାର ୮୦ଲକ୍ଷ କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଓଡିଶାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ କର୍ମଚାରୀ ଭବିଷ୍ୟନିଧି ଶାଖାର ରାଜ୍ୟ ମୁଖ୍ୟ ପି. ବୀରଭଦ୍ର ସ୍ବାମୀ ନେତୃତ୍ୱ ନେଉଛନ୍ତି। ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ କେନ୍ଦୁଝର ଆଦି ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟଳୟରେ ଏ ଯାଏ ପ୍ରାୟ ୩୫୦୦ ସଂସ୍ଥାର ୫୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ୮କୋଟି ଟଙ୍କାର ଅନୁଦାନ ପାଇ ସାରିଛନ୍ତି। ଏହି ଯୋଜନା ପାଇଁ ଅନେକ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଥିଲେ ବି ଏଯାଏ ଇସିଆର ଦାଖଲ କରି ନାହାନ୍ତି। ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ମାସର ଭବିଷ୍ୟନିଧି ଦେୟ ମେ’ ୧୫ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ଏହି ବର୍ଦ୍ଧିତ ସମୟ ମଧ୍ୟରେ ଅଧିକରୁ ଅଧିକ ସଂସ୍ଥାର କର୍ମଚାରୀ ଫାଇଦା ନେବା ପାଇଁ ଭୁବନେଶ୍ୱର କର୍ମଚାରୀ ଭବିଷ୍ୟନିଧି ସଂଗଠନର ସହକାରୀ ଆୟୁକ୍ତ ସଞ୍ଜୟ କୁମାର ରଥ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri