ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା- ୯୪୯୨/୨।୧୨।୨୦୧୯) ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ନଭେମ୍ବର ୩୦ରେ ଅନୁଷ୍ଠିତ ବୈଷୟିକ ମୂଲ୍ୟାୟନ କମିଟି (ଟିଇସି) ଏବଂ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ଏଲ୍‌ସି)ରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୧୯ ଅକ୍ଟୋବର ୪, ୧୪ ଏବଂ ୧୮ରେ ଡକାଯାଇଥିବା ଟେଣ୍ଡରକୁ ରଦ୍ଦ କରାଯିବ। ଏଥିରେ ଅଂଶଗ୍ରହଣ କରିଥିବା ବିଡରମାନେ ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ବାବଦ ଅର୍ଥ ସେମାନଙ୍କୁ ଫେରସ୍ତ କରାଯିବ। ଏଥିସହିତ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ଟି ଖଣିର ଏକକାଳୀନ ଟେଣ୍ଡର ଡାକିବାକୁ କୁହାଯାଇଛି। ୨୦୧୯ ଅକ୍ଟୋବର ୧୮ ତାରିଖରେ କରାଯାଇଥିବା ବିଜ୍ଞପ୍ତି ଆଧାରରେ ଟେଣ୍ଡର ଆହ୍ବାନ କରାଯିବ। ପ୍ରତ୍ୟେକ ବ୍ଲକର ଟେଣ୍ଡର ଡକ୍ୟୁମେଣ୍ଟ ପାଇଁ ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପୂର୍ବରୁ ସେହି ବିଡର୍‌ ଅମାନତ ରାଶି ଜମା କରିଥିବେ ତେବେ ତାହା ନୂତନ ଟେଣ୍ଡର ଆବେଦନ ସମୟରେ ଆଡ୍‌ଜଷ୍ଟ କରାଯିବ। ପ୍ରତ୍ୟେକ ବିଡର୍‌ ଏକ ନିର୍ଦ୍ଦିଷ୍ଟ ଖଣି ପାଇଁ ଟେଣ୍ଡରରେ ଭାଗ ନେଇପାରିବେ। ଗୋଟିଏ ଖଣି ପାଇଁ ଏକାଧିକ ଆବେଦନ କଲେ ତାହା ଖାରଜ କରାଯିବ। ନୂତନ ଟେଣ୍ଡର ପ୍ରକ୍ରିୟା ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୨୯ ତାରିଖରେ ଶେଷ ହେବ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ୧୭୬ଜଣ ବିଡର ଆବେଦନ କରିଥିଲେ। ଏପରିକି ବୈଷୟିକ ମୂଲ୍ୟାୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏଥିରେ ଯୋଗ୍ୟତା ହାସଲ କରିଥିବା ବିଡରମାନଙ୍କ ତାଲିକା ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ ବୋଲି ନଭେମ୍ବର ୧୮ରେ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri