ମାପଚୁପ ହେଲା ମଙ୍ଗୁ ମଠ: ଉଚ୍ଛେଦ ଛଡ଼ାଇ ନେଇଛି ଖୁସି, ଫିକା ପଡ଼ିଲା ସୁନିଆ

ପୁରୀ ଅଫିସ, ୧୧-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ ଭଙ୍ଗାଯାଉଛି। ଇତିମଧ୍ୟରେ ୨ଟି ପୁରାତନ ମଠ ଲଙ୍ଗୁଳି ଏବଂ ବଡ଼ ଆଖଡା ମଠ ମାଟିରେ ମିଶିଥିବା ବେଳେ ଏମାର ମଠ ବି ଅଧା ଭଙ୍ଗାଯାଇଛି। ଆଗକୁ ଏକାଧିକ ମଠର ପାଳି ଥିବା ବେଳେ ମଙ୍ଗଳବାର ମଙ୍ଗୁ ମଠକୁ ମାପଚୁପ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠ ମାପଚୁପ ପରେ ପରବର୍ତ୍ତୀ ମଠ ଭାବେ ଏହାର ପାଳି ପଡିବା ନିଶ୍ଚିତ ହୋଇଛି। ସେହିପରି ସାନଛତା ମଠରୁ ଜିନିଷପତ୍ର ଖାଲି କରାଯାଉଥିବା ବେଳେ ରାଧାବଲ୍ଲଭ ମଠରେ ବି ମାପଚୁପ କରାଯାଇଛି। ଆଗକୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ ହେଲେ ଆହୁରି ୧୦ରୁ ଊର୍ଦ୍ଧ୍ୱ ମଠ ବଳି ପଡିବେ ବୋଲି କୁହାଯାଉଛି। ତେବେ ମଙ୍ଗଳବାର ପବିତ୍ର ସୁନିଆ ଥିଲେ ମଧ୍ୟ ମଠଗୁଡ଼ିକରେ ଏହାକୁ ନେଇ ଆଗଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଉଚ୍ଛେଦ ହିଁ ୭୫ ମିଟର ସୁରକ୍ଷିତ ଜୋନ ମଧ୍ୟରେ ଥିବା ମଠ ମହନ୍ତ ଏବଂ ଅନ୍ତେବାସୀଙ୍କ ଖୁସି ଛଡାଇ ନେଇଛି ବୋଲି କୁହାଯାଉଛି। ଫଳରେ ଏହିସବୁ ମଠଗୁଡ଼ିକରେ ସୁନିଆ ଫିକା ପଡିଥିଲା।
ମଙ୍ଗଳବାର କୌଣସି ନିର୍ମାଣ ଭଙ୍ଗା ଯାଇ ନ ଥିଲା। କିନ୍ତୁ ବଡ଼ ଆଖଡା ମଠର ଭଗ୍ନାବଶେଷ ବୁହାଯାଇ ସେହି ସ୍ଥାନକୁ ଖାଲି କରାଯାଇଥିଲା। ପରେ ମଙ୍ଗୁ ମଠ ମାପଚୁପ କରାଯାଇଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ଆଉ ତିନୋଟି ମଠକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଦିଆଯାଇଥିବା ସୂଚନା ମିଳିଛି। ତେବେ ମଙ୍ଗଳବାର ସୁନିଆକୁ ନେଇ ମଠଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ସୁନିଆ ଅବସରରେ ମଠର ଖମାର ଅଞ୍ଚଳରୁ ପ୍ରଜା (ଭାଗଚାଷୀ)ମାନେ ଆସିଥାନ୍ତି। ସେମାନେ ମହନ୍ତଙ୍କୁ ବିଭିନ୍ନ ପ୍ରକାର ଭେଟି ଚୁଡ଼ା, ଗୁଡ଼, ଚାଉଳ, କଞ୍ଚା କଦଳୀ, ଟଙ୍କା ପଇସା ଆଦି ଦେଇଥାନ୍ତି। ମଠରେ ସେମାନଙ୍କ ଲାଗି ଖାଇବା ପିଇବାର ବ୍ୟବସ୍ଥା କରାଯାଇଥାଏ। ବ୍ରାହ୍ମଣମାନେ ଆସି ପଇତା ଦେଇ ଆଶୀର୍ବାଦ କରିଥାନ୍ତି। ଏଥିସହ ମଠରେ ଇନ୍ଦ୍ର ପୂଜା ମଧ୍ୟ କରାଯାଏ। ହେଲେ ମଙ୍ଗଳବାର ୭୫ ମିଟର ପରିଧି ମଧ୍ୟରେ ଥିବା ବହୁ ମଠରେ ସୁନିଆ ଫିକା ପଡିଥିଲା। କେତେକ ମଠରେ ବିଧି ରକ୍ଷା କରାଯାଇଥିବା ବେଳେ ଆଉ କେତେକ ମଠରେ ସୁନିଆ ପାଳନ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri