ମାନ୍ଦାବସ୍ଥାକୁ ନେଇ କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: ସାଂଘାତିକ ହେବ ଏଫ୍‌ଏମ୍‌ସିଜି ସେକ୍ଟର ପ୍ରଦର୍ଶନ

ନୂଆଦିଲ୍ଲୀ,୨୦-୯: ମାନ୍ଦାବସ୍ଥାର ପ୍ରଭାବ ଦେଶର ଅର୍ଥନୀତିକୁ ଏଭଳି ଘେରିଛି ଯେ, ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ଼୍ସ(ଏଫ୍‌ଏମ୍‌ସିଜି) ସେକ୍ଟରର ପ୍ରଦର୍ଶନ ସାଂଘାତିକ ହେବ। ଏହାର ଚଳିତବର୍ଷ ଏହାର ପ୍ରଦର୍ଶନ ୧୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ବ। ସୁଇଜରଲାଣ୍ଡର ମଲ୍ଟିନ୍ୟାଶନାଲ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ କ୍ରେଡିଟ୍‌ ସୁଇସ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରି ଏ ସମ୍ପର୍କରେ ଚେତାବନୀ ଦିଆଯାଇଛି।
କ୍ରେଡିଟ୍‌ ସୁଇସ୍‌ କହିଛି ଯେ, ବଜାରରେ ନଗଦର ଅଭାବ, କୃଷି କ୍ଷେତ୍ରରେ ଆୟ ହ୍ରାସ ପାଇବା ଯୋଗୁ ପ୍ରମୁଖ କଞ୍ଜ୍ୟୁମର ଗୁଡ଼୍ସ ନିର୍ମାଣ କରୁଥିବା କମ୍ପାନୀଙ୍କ ରାଜସ୍ବ ଆୟ ପ୍ରଭାବିତ ହେଉଛି। ଜିଏସ୍‌ଟି ଲାଗୁ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ କମ୍ପାନୀଗୁଡ଼ିକର ଅପରେଟିଂ ବା କାର୍ଯ୍ୟକାରୀ ଲାଭ ହ୍ରାସ ପାଇବାରେ ଲାଗିଛି। ରିପୋର୍ଟରେ କୁହାଯାଇଛି ଯେ, ଜିଏସ୍‌ଟି ବାବଦରେ ସଞ୍ଚୟ କରି ଏବଂ ତେଲ ଦର ହ୍ରାସର ଲାଭ ଉଠାଇ ଏଫ୍‌ଏମ୍‌ସିଜି କମ୍ପାନୀଗୁଡ଼ିକ ମାନ୍ଦାବସ୍ଥା ସତ୍ତ୍ୱେ ଆର୍ଥିକବର୍ଷ ୨୦୧୬-୧୯ ମଧ୍ୟରେ ସେମାନଙ୍କ ଆୟ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଓ ତୃତୀୟ ତ୍ରୈମାସରେ ରାଜସ୍ବ ଅଭିବୃଦ୍ଧି ହ୍ରାସ ପାଇବ ଏବଂ ଏହା ହାରାହାରି ୫% ରହିବ ବୋଲି ଆଶା କରାଯାଉଥିବା ରିପୋର୍ଟରେ ଦର୍ଶାଯାଇଛି। ଫଳସ୍ବରୂପ ଆର୍ଥିକବର୍ଷ ୨୦୨୦ ଏଫ୍‌ଏମ୍‌ସିଜି ସେକ୍ଟର ପାଇଁ ୧୫ ବର୍ଷ ଭିତରେ ସବୁଠାରୁ ଧିମା ବର୍ଷ ପ୍ରମାଣିତ ହେବ। ୨୦୦୦-୦୩ ମଧ୍ୟରେ ଶେଷ ଥର ପାଇଁ ଏହି କ୍ଷେତ୍ରରେ ଏଭଳି ଧିମାପଣ ଦେଖାଯାଇଥିଲା।
ସେହିଭଳି ହଂକଂସ୍ଥିତ ଇନ୍‌ଭେଷ୍ଟମେଣ୍ଟ କମ୍ପାନୀ ସିଏଲ୍‌ଏସ୍‌ଏ ପକ୍ଷରୁ ସମାନ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ଦିନରେ ଉକ୍ତ ସେକ୍ଟରର ପ୍ରାୟ ସମସ୍ତ ଶ୍ରେଣୀରେ ଅଭିବୃଦ୍ଧି ଆହୁରି ହ୍ରାସ ପାଇବ ବୋଲି ହିନ୍ଦୁସ୍ତାନ ୟୁନିଲିଭରର ଶୀର୍ଷ ଅଧିକାରୀଗଣଙ୍କ ସହ ଆଲୋଚନା ପରେ ହୃଦ୍‌ବୋଧ ହୋଇଛି। ଗ୍ରାମାଞ୍ଚଳରେ ଏଫ୍‌ଏମ୍‌ସିଜି ସେକ୍ଟରର ଅଭିବୃଦ୍ଧି ଚାପରେ ରହିଥିବା ବେଳେ ସହରାଞ୍ଚଳରେ ଏହାର ବିକାଶ ହାର ପଛେଇବାରେ ଲାଗିଥିବା ରିପୋର୍ଟରେ କୁହାଯାଇଛି। ଦେଶର ସାମଗ୍ରିକ ଅର୍ଥବ୍ୟବସ୍ଥା ଠିକ୍‌ ସ୍ଥିତିରେ ନାହିଁ। ମୌସୁମୀ ବର୍ଷା ଏବଂ ବଜେଟରେ ନିଆଯାଇଥିବା ପଦକ୍ଷେପର ଫଳାଫଳ ଅନୁଭବ ହେବାକୁ ସମୟ ଲାଗିବ ବୋଲି ଉଲ୍ଲେଖ କରି ସିଏଲ୍‌ଏସ୍‌ଏ କହିଛି ଯେ, ଦ୍ୱିତୀୟ ତ୍ରୈମାସରେ ମଧ୍ୟ ଏଫ୍‌ଏମ୍‌ସିଜି ସେକ୍ଟରରେ ଅଭିବୃଦ୍ଧି ଆହୁରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ୨୦୧୬ ନଭେମ୍ବରରେ ଦେଶରେ ବିମୁଦ୍ରୀକରଣ ଲାଗୁ କରିବା ପରେ ଏହା ପଛକୁ ଜିଏସ୍‌ଟି ଲାଗୁ ହୋଇଛି। ଫଳସ୍ବରୂପ ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ସରକାରଙ୍କୁ ଚାପର ସମ୍ମୁଖୀନ ହେବାକୁ ପଡୁଛି। ପାର୍ଲେ ଜିର ସିନିୟର କ୍ୟାଟେଗରି ମୁଖ୍ୟ ବି.କ୍ରିଷ୍ଣା ରାଓ କହିଛନ୍ତି ଯେ, ସାଧାରଣତଃ ପ୍ରଥମ ତ୍ରୈମାସ ଅପେକ୍ଷା ଦ୍ୱିତୀୟ ତ୍ରୈମାସରେ ଏଫ୍‌ଏମ୍‌ସିଜି ସେକ୍ଟରରେ ଅଭିବୃଦ୍ଧି ହାର କମ୍‌ ରହିଥାଏ। ତେବେ ଦର ହ୍ରାସ କରି ବିକ୍ରି ବୃଦ୍ଧି କରିବା ସମ୍ଭବ ନୁହେଁ। କାରଣ ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଥିବା ବେଳେ ଲାଭର ମାତ୍ରା କମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri