ମାନ୍ଦାବସ୍ଥା ମାଡ: ସୁଜୁକି ମୋଟର କ୍ଷମତା ବିସ୍ତାରକୁ ରୋକିଲା

ନୂଆଦିଲ୍ଲୀ,୯-୯: ମାନ୍ଦାବସ୍ଥା କାରଣରୁ ଦେଶରେ ଦୁଇଚକିଆ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇଚାଲିଛି। ଏଥିସହ ୨୦୨୦ ଏପ୍ରିଲରୁ ଦେଶରେ ଭାରତ ଷ୍ଟେଜ୍‌-୬କୁ କାର୍ଯ୍ୟକାରୀ କରାଯିବ। ଏହି କାରଣରୁ ସୁଜୁକି ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନିଜର କ୍ଷମତା ବିସ୍ତାର ଲାଗି ପ୍ରସ୍ତାବିତ ନିବେଶକୁ ବର୍ତ୍ତମାନ ପାଇଁ ଟାଳିଦେଇଛି। କମ୍ପାନୀ ଉପାଧ୍ୟକ୍ଷ(ବିକ୍ରି ଏବଂ ବିପଣନ) ଦେବାଶିଷ ହାଣ୍ଡା କହିଛନ୍ତି ଯେ, କ୍ଷମତା ବିସ୍ତାର କରାଯିବାର ପ୍ରସ୍ତାବ ରହିଛି। ତେବେ ଏହାକୁ ତତ୍କାଳ କରାଯିବ ନାହିଁ। ନୂଆ ସୁବିଧାଯୁକ୍ତ କାରଖାନା ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି। ତେବେ ଦେଶ ବିଏସ୍‌-୪ରୁ ବିଏସ୍‌-୬କୁ ପରିବର୍ତ୍ତନକୁ କିଭଳି ଗ୍ରହଣ କରୁଛି, ତାହାକୁ ଦୃଷ୍ଟିରେ ରଖି ନିବେଶ କରାଯିବ। କାରଣ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ କମ୍ପାନୀ ଏହା ଉପରେ ନଜର ରଖିଛି। ସେ କହିଛନ୍ତି ଯେ, କମ୍ପାନୀର ଗୁରୁଗ୍ରାମଠାରେ ବାର୍ଷିକ ୧୦ ଲକ୍ଷ ଗାଡ଼ି ନିର୍ମାଣ କରିପାରୁଥିବା ଏକ କାରଖାନା ରହିଛି। କମ୍ପାନୀ ଘରୋଇ ବଜାରରେ ୮ ଲକ୍ଷ ବିକ୍ରି କରିବା ଏବଂ ବିଦେଶକୁ ୧ ଲକ୍ଷ ଗାଡ଼ି ରପ୍ତାନି କରିବାର ଲକ୍ଷ୍ୟଧାର୍ଯ୍ୟ କରିଛି। କମ୍ପାନୀର ବିସ୍ତାର ନିଶ୍ଚିତ ହେବ। ମାନ୍ଦାବସ୍ଥା ଆସି ନଥିଲେ ବହୁ ଦିନ ପୂର୍ବରୁ ବିସ୍ତାର କାର୍ଯ୍ୟ ଆରମ୍ଭ ହୋଇଯାଇଥାନ୍ତା ବୋଲି ହାଣ୍ଡା କହିଛନ୍ତି। ତାଙ୍କ ମତରେ କମ୍ବଶନ ଏବଂ ଇଲେକ୍ଟ୍ରିକ ଗାଡ଼ି ଉପରେ ସରକାରଙ୍କ ସ୍ପଷ୍ଟୀକରଣ ସତ୍ତ୍ୱେ ଦୁଇ ଚକିଆ ଗାଡ଼ିର ସମ୍ପୂର୍ଣ୍ଣ ବୈଦ୍ୟୁତିକିକରଣ କିପରି ହେବ ତାହା ଦେଖିବାକୁ ହେବ। ତେବେ ଟାଇମଲାଇନ ଏବଂ ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ସରକାରଙ୍କ ପଦକ୍ଷେପ ଜାଣିବାକୁ ହେବ। ଅନେକ କିଛି ଏହି କାରଣ ଉପରେ ନିର୍ଭର କରିବ। କାରଖାନା ବିସ୍ତାର ପାଇଁ ଜମି ଦେଖା ନିବେଶ ସମ୍ପର୍କରେ ବିଚାର କରିଛି କି ବୋଲି ପ୍ରଶ୍ନ ହେବାରୁ ହାଣ୍ଡା କହିଛନ୍ତି ଯେ, ଏହା କେବଳ ଘରୋଇ ବଜାର ଉପରେ ନିର୍ଭରଶୀଳ ନୁହେଁ। ବରଂ କମ୍ପାନୀର ବିଶ୍ୱ ପରିଚାଳନ ଯୋଜନା ଉପରେ ନିର୍ଭରଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri