ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି। ଆମେରିକା, ୟୁରୋପ ଓ ଚାଇନା ଭଳି ବୃହତ୍‌ ଅର୍ଥନୀତିରେ ଦୁର୍ବଳ ଅଭିବୃଦ୍ଧି ଯୋଗୁ ବୈଶ୍ୱିକ ମାନ୍ଦାବସ୍ଥାର ଦ୍ୱାରଦେଶରେ ପୃଥିବୀବାସୀ ଛିଡ଼ା ହୋଇଛନ୍ତି। ମଙ୍ଗଳବାର ନିଜ ବାର୍ଷିକ ରିପୋର୍ଟରେ ଏଭଳି ଭୟଙ୍କର ଚେତାବନୀ ଦେଇଛି ବିଶ୍ୱବ୍ୟାଙ୍କ।
ଦରିଦ୍ର ରାଷ୍ଟ୍ରଗୁଡ଼ିକୁ ବିକାଶମୂଳକ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବିଶ୍ୱବ୍ୟାଙ୍କ ଏହାର ଆନୁଆଲ୍‌ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଉଲ୍ଲେଖ କରାଯାଇଛି, ଚଳିତ ବର୍ଷ ବୈଶ୍ୱିକ ଅଭିବୃଦ୍ଧି ପ୍ରାୟ ଅଧା ହ୍ରାସ ପାଇ ୧.୭%କୁ ଖସିବ, ଯାହାକି ୩% ରହିବା ନେଇ ପୂର୍ବରୁ ଆକଳନ କରାଯାଇଥିଲା। ଉକ୍ତ ଭବିଷ୍ୟବାଣୀ ସତ ପ୍ରମାଣିତ ହେଲେ ୩ ଦଶନ୍ଧି ମଧ୍ୟରେ ଏହା ହେବ ତୃତୀୟ ଦୁର୍ବଳତମ ବାର୍ଷିକ ପ୍ରସାରଣ। ଏହା ପୂର୍ବରୁ ୨୦୦୮ରେ ବୈଶ୍ୱିକ ଆର୍ଥିକ ସଙ୍କଟ ଦେଖାଦେଇଥିବାବେଳେ ୨୦୨୦ରେ କରୋନା ମହାମାରୀଜନିତ ଆର୍ଥିକ ମନ୍ଥରତା ସବୁ ଦେଶକୁ କବଳିତ କରିଥିଲା।
ଆମେରିକା ଚଳିତବର୍ଷର ମାନ୍ଦାବସ୍ଥାକୁ ଏଡ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଥିଲେ ମଧ୍ୟ ୟୁଏସ୍‌ ଅର୍ଥନୀତିର ଅଭିବୃଦ୍ଧିରେ ୦.୫% ହ୍ରାସ ଘଟିବ। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଆକାଶଛୁଅଁା ଦରବୃଦ୍ଧି ଓ ଏଥିରେ ଲଗାମ ଲଗାଇବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାର ବଢ଼ାଉଛି। ତଥାପି ବିଶ୍ୱ୍ୟାବ୍ୟାପୀ ଅର୍ଥନୀତିରେ ଦୁର୍ବଳତା ଆମେରିକାର ବ୍ୟବସାୟିକ ସଂସ୍ଥା ଓ ଉପଭୋକ୍ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିବାବେଳେ ଯଦି କୋଭିଡ୍‌-୧୯ ସଂକ୍ରମଣ ବଢ଼େ ତେବେ ଆମେରିକା ଉପରେ ଆହୁରି ବିପଦ ଦେଖାଦେବ। ଦୀର୍ଘ ସମୟ ଧରି ଚାଇନାକୁ ରପ୍ତାନି କ୍ଷେତ୍ରରେ ବୃହତ୍‌ ଭୂମିକା ନେଇଆସୁଥିବା ୟୁରୋପ ମଧ୍ୟ ଚାଇନାର ଦୁର୍ବଳ ଅର୍ଥନୀତି ଯୋଗୁ ପ୍ରଭାବିତ ହେବ। ବିଶ୍ୱବ୍ୟାଙ୍କ ରିପୋର୍ଟରେ ଆହୁରି ଦର୍ଶାଯାଇଛି, ଆମେରିକା ଓ ୟୁରୋପ ଭଳି ବୃହତ୍‌ ଅର୍ଥନୀତିଗୁଡ଼ିକରେ ସୁଧହାର ବୃଦ୍ଧି ଗରିବ ଦେଶଗୁଡ଼ିକରୁ ପୁଞ୍ଜିନିବେଶକୁ ଆକର୍ଷିତ କରିବ। ଫଳରେ ସେହି ଦେଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଘରୋଇ ନିବେଶରୁ ବଞ୍ଚତ୍ତ ହେବେ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଖାଦ୍ୟ ମୂଲ୍ୟ ଉଚ୍ଚରେ ଥିବାବେଳେ ଏହି ସୁଧହାର ବୃଦ୍ଧି ହେତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଅଭିବୃଦ୍ଧି ଧିମେଇଯିବ ବୋଲି ବିଶ୍ୱବ୍ୟାଙ୍କ ପ୍ରେସିଡେଣ୍ଟ ଡେଭିଡ୍‌ ମାଲପାସ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାହାରୀୟ ଆଫ୍ରିକା ଭଳି ଅଞ୍ଚଳର ଦରିଦ୍ର ଦେଶଗୁଡ଼ିକରେ ପୃଥିବୀର ୬୦% ଗରିବ ଲୋକ ବସବାସ କରନ୍ତି। ବୈଶ୍ୱିକ ମାନ୍ଦାବସ୍ଥାର କଷାଘାତ ଏଭଳି ଲୋକଙ୍କୁ ସବୁଠୁ ବେଶି ବାଧିବ। ବିଦ୍ୟୁତ୍‌, ସାର, ଖାଦ୍ୟ ଓ ପୁଞ୍ଜି ସୀମିତ ହୋଇଯିବ। ୨୦୨୩ ଓ ୨୦୨୪ରେ ମୁଣ୍ଡପିଛା ଆୟ ମାତ୍ର ୧.୨% ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ଖର୍ଚ୍ଚ ବଢୁଛି, ଲାଭ ପାଉନାହାନ୍ତି ଚାଷୀ: ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ

ପଦ୍ମପୁର, ୪ା୮(ପ୍ରଦୀପ୍ତ ଦାଶ):କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଅଞ୍ଚଳର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

ସମସ୍ୟା ଅସମାହିତ, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ…

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଷ୍ଟାଲିନଙ୍କ ବିରୋଧରେ NCWରେ ଅଭିଯୋଗ କଲା TVK

ନୂଆଦିଲ୍ଲୀ,୪।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୁଦ୍ଧରେ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରିଛି ଥଲାପତି ବିଜୟଙ୍କ ପାର୍ଟି TVK । ତଞ୍ଜାଭୁରରେ…

ଅଭିଜିତଙ୍କ ନାଁରେ ସାଂଘାତିକ ଅଭିଯୋଗ: ତୁରନ୍ତ ଗିରଫ କରିବାକୁ ତେଜିଲା ଦାବି

ନୂଆଦିଲ୍ଲୀ,୪।୮: ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଫୈଜାନ ଅନସାରୀ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଡିପକେଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ…

ନିଜ ଗଡ଼ରେ ହାରିବା ପରେ ଚିନ୍ତାରେ ଭାଜପା: ରଣନୀତିରେ ହେବ ବଡ଼ ପରବର୍ତ୍ତନ

ପାଟନା,୪।୮: ବାଙ୍କିପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ବିହାରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିକଳ୍ପ ଭାବରେ…

ଟ୍ରମ୍ପଙ୍କ ଉପରେ ବଢିବ ଚାପ! ଭାରତ ସମେତ ୬୦ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ଉପରେ ମାମଲା ରୁଜୁ କଲେ ୨୫ଟି ଆମେରିକା ରାଜ୍ୟ

ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ପୁଣି ଥରେ ଆଇନଗତ ବିବାଦରେ ଫସିଛି। ଡେମୋକ୍ରାଟମାନଙ୍କ ଦ୍ୱାରା ଶାସିତ ୨୫ଟି ଆମେରିକା ରାଜ୍ୟ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri