ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ, ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ

ଦଶମନ୍ତପୁର,୩୧ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଅଞ୍ଚଳରୁ ମାଟିତଳୁ ଜଣେ ନିଖୋଜ ଯୁବକଙ୍କ ଅସ୍ଥି କଙ୍କାଳ ମିଳିଛି। ପଞ୍ଚାୟତର ବୋନାସିଲ ଓ ଧର୍ମଗୁଡ଼ା ଗ୍ରାମର ଟିଟିଝୋଲା ନିକଟରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି।

ଚନା ଅନୁଯାୟୀ, ଚିକାମ୍ବ ପଞ୍ଚାୟତ ତୁନଖାଲ ଗ୍ରାମର ସମ୍ବାରୀ ମୁଦୁଲିଙ୍କ ସ୍ବାମୀ ଚିତ୍ର ମୁଦୁଲି (୩୦) ମାସକ ତଳେ ମଦ ପିଇବା ପାଇଁ ଗାଁ ପାଖ ଧର୍ମଗୁଡ଼ାକୁ ଯାଇଥିଲେ। ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ସାନ ଭାଇ ବୁଦୁ ମୁଦୁଲି ସୋମବାର ଧର୍ମଗୁଡ଼ା ଟିଟିଝୋଲା ପାଖରେ ଚିତ୍ରଙ୍କ ସାର୍ଟ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଡାକିଥିଲେ। ଝୋଲା ଆଡ଼କୁ ମଣିଷର ମୁଣ୍ଡ ଓ ଗୋଡ଼ର ଅସ୍ଥି ମାଟି ଉପରକୁ ଦେଖାଯାଉଥିଲା। ସମସ୍ତଙ୍କ ଉପସ୍ଥିତିରେ ମାଟି ଖୋଳାଯିବା ପରେ କଙ୍କାଳରେ ଥିବା ପୋଷାକକୁ ଦେଖି ଏହା ଚିତ୍ର ମୁଦୁଲିଙ୍କର ବୋଲି ତାଙ୍କ ପରିବାର ଲୋକେ ଚ଼ିହ୍ନଟ କରିଥିଲେ। ଏନେଇ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଥିଲା। ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଉଲ୍ଳେଖଯୋଗ୍ୟ, ଚିତ୍ରଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଥିବାବେଳେ ୧୬ ଜଣିଆ କୁଟୁମ୍ବକୁ ସେ ହିଁ ଏକା ଚଳାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ,୨୯ା୬: ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri