Posted inରାଜ୍ୟ

ମା’ଙ୍କ ପାଇଁ ମଣିଷ ହୋଇପାରିଛ

ଦେଢ଼ବର୍ଷର ହୋଇଥିବା ବେଳେ ବାପା ଚାଲିଗଲେ ଆରପାରିକୁ। ଗଁ। ଗଁ।ରେ ଚାଉଳ ବିକି ମା’ ହିଁ ମଣିଷ କରିଛି ଆମ ୫ ଭଉଣୀ ଭାଇଙ୍କୁ। ପିଲାବେଳେ କେତେ ଯେ କଷ୍ଟ ସହିବାକୁ ପଡ଼ିଛି, ସେକଥା କେବଳ ମା’ ଓ ଆମେମାନେ ହିଁ ଜାଣିଛୁ। ହେଲେ ଈଶ୍ୱରଙ୍କ କରୁଣା ଓ ମା’ଙ୍କ ଆଶୀର୍ବାଦ ଯୋଗୁ ଆଜି ବନ୍ତଳା ବଜାରରେ ଜଣେ ପରିଚିତ ମଣିଷ ଭାବେ ଠିଆ ହୋଇପାରିଛି ବୋଲି ଦୋକାନୀ ପ୍ରମୋଦ ସାହୁ ଓରଫ ବଗ (୫୩) କହିଛନ୍ତି।
୪ ଭଉଣୀରେ ଗୋଟିଏ ଭାଇ ହେଉଛନ୍ତି ପ୍ରମୋଦ। ବହୁ କଷ୍ଟରେ ବନ୍ତଳା ସରକାରୀ ହାଇସ୍କୁଲରେ ଦଶମ ପର୍ଯ୍ୟନ୍ତ ପଢିପାରିଥିଲେ। ଆର୍ଥିକ ଅନଟନ ଯୋଗୁ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ କରିପାରି ନ ଥିଲେ। ମାତ୍ର ୧୪ ବର୍ଷ ବୟସରେ ଦୈନିକ ୨୦ କିଲୋମିଟର ଦୂର ଜଙ୍ଗଲରୁ ସେ କାଠ ସଂଗ୍ରହ କରି ଘରକୁ ଆଣୁଥିଲେ। ସେହି କାଠରେ ତାଙ୍କ ମା’ ଧାନ ସିଝାଇ ଚାଉଳ କରି ଗାଁରେ ବିକ୍ରି କରି ଘର ଚଳାଉଥିଲେ। ବହୁ କଷ୍ଟରେ ୮ଶହ ଟଙ୍କା ସଞ୍ଚୟ କରି ସନ୍ତୋଷ ସାହୁଙ୍କ ସହଯୋଗରେ ୧୯୯୦ରେ ସେ ବନ୍ତଳା ଛକରେ ଏକ ଛୋଟ ଦୋକାନ ଖୋଲିଥିଲେ। ସେହି ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ଘର ଚଳାଇବା ସହ ୪ ଭଉଣୀଙ୍କ ବିବାହ କରାଇଥିଲେ। ପରେ ୧୯୯୭ରେ ତାଳମୂଳ ଗଁାର ସବିତାଙ୍କୁ ସେ ବିବାହ କରିଥିଲେ। ଦୁଇ ପୁଅ ମଧ୍ୟରୁ ବଡ଼ ସତ୍ୟଜିତ ଯୁକ୍ତ ୩ରେ ପଢ଼ୁଥିବା ବେଳେ ସାନ ଶୁଭ୍ରଜିତ ଯୁକ୍ତ ୨ ବନ୍ତଳା ମହାବିଦ୍ୟାଳୟରେ ପଢ଼ୁଛନ୍ତି। ପିଲା ଦୁଇଟିକୁ ମଣିଷ କରିବା ଲାଗି ସବିତା ଓ ସେ ଦିନରାତି ପରିଶ୍ରମ କରୁଛନ୍ତି। ଦୈନିକ ସକାଳ ୬ଟା ରୁ ଉଠି ସମସ୍ତ ନିତ୍ୟକର୍ମ ସାରିବା ପରେ ୮ଟାରେ ଦୋକାନ ଖୋଲିଥାନ୍ତି। ରାତି ୧୧ଟାରେ ଦୋକାନ ବନ୍ଦ କରି ଘରକୁ ଫେରିଥାନ୍ତି। ମଧ୍ୟାହ୍ନରେ ସେହି ଦୋକାନରେ ହିଁ ସେ ଭୋଜନ କରିଥାନ୍ତି। ଦୀର୍ଘ ୨୮ ବର୍ଷ ମଧ୍ୟରେ ସେ ଅନେକ ଲୋକଙ୍କ ସହ ଭଲ ସମ୍ପର୍କ ଗଢ଼ି ପାରିଛନ୍ତି। ଗରାଖଙ୍କୁ ସେ ସର୍ବଦା ଗୁରୁତ୍ୱ ଦେଉଥିବାରୁ ବନ୍ତଳା ବଜାରରେ ଜଣେ ପରିଚିତ ମଣିଷ ପାଲଟି ଯାଇଥିବା ପ୍ରମୋଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri