ମାଓବାଦୀଙ୍କ ଶହୀଦ ସପ୍ତାହ : କୋରାପୁଟ ଜିଲାରେ ହାଇଆର୍ଲଟ, ଗାଡ଼ି ଚଳାଚଳ ବନ୍ଦ

କୋରାପୁଟ,୨୮।୭(ସ୍ବ.ପ୍ର.): ଅବିଭକ୍ତ କୋରାପୁଟ ଜିଲାରେ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାବେଳେ କୋରାପୁଟରେ ଆଂଶିକ ପ୍ରଭାବ ଦେଖାଯାଇଛି। ବିଶେଷକରି ଜିଲାର ପଟ୍ଟାଙ୍ଗି ବ୍ଲକର ଆବଲି, ଏ.ଗୋଲୁର, ତଳ ଗୋଲୁର, ନନ୍ଦପୁର ବ୍ଲକର ପାଡ୍ରୁଆ, ଅତଣ୍ଡା ଅଞ୍ଚଳ, ଲମତାପୁଟ ବ୍ଲକର ଅନକାଡେଲି, ଜଲାପୁଟ, ମାଛକୁଣ୍ଡ, ବୈପାରୀଗୁଡ଼ା ବ୍ଲକର କିଛି ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲାଯାଇଥିବା ଦେଖିବାକୁ ମିଳିଛି। ଗତ କିଛି ମାସ ତଳେ କୋରାପୁଟ ପୋଲିସ ଦ୍ୱାରା ପାଡ୍ରୁ୍ରଆ ଥାନା ଅନ୍ତର୍ଗତ କିତୁବା ଜଙ୍ଗଲରେ ୫ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରି ମାରିବା ଓ ଶନିବାର ଛତିଶଗଡ଼ ରାଜ୍ୟର ବସ୍ତର ଜିଲାର ପିରିୟମ କୋଟ ଜଙ୍ଗଲରେ ସିଆର୍‌ପିଏଫ୍‌ ପକ୍ଷରୁ ଏନ୍‌କାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଯୋଗୁ ମାଓବାଦୀ ଶିବିରରେ ଏବେ ପୋଲିସ ଓ ଯବାନକୁ ଟାର୍ଗେଟ କରି କୌଣସି ବଡ଼ଧରଣର ଅଘଟଣ କରିବା ନେଇ ସମ୍ଭାବନା ରହିଛି। ଏନେଇ ପୋଲିସ ଓ ଯବାନମାନଙ୍କ ପକ୍ଷରୁ ଜିଲାର ଆନ୍ଧ୍ର ଓ ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି। ଜୁଲାଇ୨୮ରୁ ଅଗଷ୍ଟ ୩ ତାରିଖ ଯାଏ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଥିବାରୁ ଜିଲାର ମାଓବାଦୀ ପ୍ରବଣ ସମସ୍ତ ଥାନା ଅଞ୍ଚଳରେ ହାଇଆର୍ଲଟ ଜାରି ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସଂପୃକ୍ତ ଅଞ୍ଚଳରେ ବିଏସ୍‌ଏଫ୍‌, ଏସ୍‌ଓଓଜି, ଡିଭିଏଫ, କୋବ୍ରା ବାହିନୀ ପକ୍ଷରୁ କୋମ୍ବିଂକୁ ଜୋରଦାର କରାଯାଇଥିବା ଜିଲା ଆରକ୍ଷୀ ଅଧୀକ୍ଷକ କନୱର ବିଶାଳ ସିଂ ପ୍ରକାଶ କରିଛନ୍ତି। ଜୟପୁର ପରିବହନ ଡିଭିଜନର ୧୭ଟି ରୁଟ୍‌ରେ ସମସ୍ତ ସରକାରୀ ବସକୁ ବନ୍ଦ କରାଯାଇଛି। ସେହିପରି ଲମତାପୁଟ, ରାମଗିରି, ବନ୍ଧୁଗାଁ, ନାରାୟଣପାଟଣା ଆଦି ସ୍ଥାନକୁ କେତେକ ବେସରକାରୀ ବସ ବନ୍ଦ ରହିଛି। ଫଳରେ ବହୁ ଯାତ୍ରୀ କୋରାପୁଟ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ରହିଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri